ପୁରସ୍କାର ଘୋଷିତ ୪ ନକ୍ସଲଙ୍କ ଆତ୍ମସମର୍ପଣ

Advertisment

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକମା ପୁଲିସ ନିକଟରେ ପୁରସ୍କାର ଘୋଷିତ ୪ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ମଧ୍ୟରେ ରହିଛନ୍ତି ପ୍ଲାଟୁନ୍‌ ନମ୍ବର-୪ର ସଦସ୍ୟ ମିଡିୟମ ଭୀମା, ସୋଡି ମୁନ୍ନା, ସିଏନ୍‌ଏମ୍‌ ସଦସ୍ୟ ମୁଚାକି ଦେବା ଏବଂ ସୁଲା ମୁଚାକି।

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକମା ପୁଲିସ ନିକଟରେ ପୁରସ୍କାର ଘୋଷିତ ୪ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ମଧ୍ୟରେ ରହିଛନ୍ତି ପ୍ଲାଟୁନ୍‌ ନମ୍ବର-୪ର ସଦସ୍ୟ ମିଡିୟମ ଭୀମା, ସୋଡି ମୁନ୍ନା, ସିଏନ୍‌ଏମ୍‌ ସଦସ୍ୟ ମୁଚାକି ଦେବା ଏବଂ ସୁଲା ମୁଚାକି।

gdjdggjgj

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକମା ପୁଲିସ ନିକଟରେ ପୁରସ୍କାର ଘୋଷିତ ୪ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ମଧ୍ୟରେ ରହିଛନ୍ତି ପ୍ଲାଟୁନ୍‌ ନମ୍ବର-୪ର ସଦସ୍ୟ ମିଡିୟମ ଭୀମା, ସୋଡି ମୁନ୍ନା, ସିଏନ୍‌ଏମ୍‌ ସଦସ୍ୟ ମୁଚାକି ଦେବା ଏବଂ ସୁଲା ମୁଚାକି।

ନକ୍ସଲ ଦମନ ନେଇ ଚାଲିଥିବା ଅପରେସନ୍‌ରେ ପୁଲିସକୁ ସଫଳତା ମିଳୁଥିବା ବେଳେ ନକ୍ସଲ ସଂଗଠନ ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି। ନକ୍ସଲମାନେ ସଂଗଠନ ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେଉଥିବା ପୁଲିସ କହିଛି। ଏହି ୪ଜଣ ନକ୍ସଲ ସରକାରଙ୍କ ଆତ୍ମନିର୍ଭରଶୀଳ ନୀତିରେ ପ୍ରଭାବିତ ହୋଇ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ବିରୋଧରେ ବହୁ ହିଂସା ମାମଲା ରହିଥିବା ପୁଲିସ କହିଛି।

ପୁଲିସ ଉପରେ ଆକ୍ରମଣ, ଜଙ୍ଗଲରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ସ୍ପାଇକ୍‌ ହୋଲ୍‌ ନିର୍ମାଣ, ଲ୍ୟାଣ୍ଡମାଇନ୍‌ ଖଞ୍ଜିବା, ମୁଖ୍ୟରାସ୍ତାକୁ ଖୋଳିବା, ପୋଷ୍ଟର୍‌ ଏବଂ ବ୍ୟାନର ମାରି ଲୋକଙ୍କୁ ଭୟଭୀତ କରାଇବା ଭଳି ମାମଲା ଏମାନଙ୍କ ନାଁରେ ରହିଛି। ଆତ୍ମସମର୍ପଣ କରିଥିବା ନକ୍ସଲମାନଙ୍କୁ ପୁଲିସ ପକ୍ଷରୁ ୨୫ହଜାର ଟଙ୍କା ଲେଖାଏଁ ଆର୍ଥିକ ରାଶି ପ୍ରଦାନ କରାଯିବା ସହ ସରକାରଙ୍କ ଆତ୍ମନିର୍ଭରଶୀଳ ଯୋଜନା ଅନୁସାରେ ଥଇଥାନ କରାଯିବ ବୋଲି ପୁଲିସ ସୂତ୍ରରୁ ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe