ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଖନନ ପ୍ରସଙ୍ଗ: ମୁଖ୍ୟ ସଚିବଙ୍କ ପୋଷ୍ଟର୍‌ ପୋଡ଼ି

Advertisment
ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଖନନ ପ୍ରସଙ୍ଗ: ମୁଖ୍ୟ ସଚିବଙ୍କ ପୋଷ୍ଟର୍‌ ପୋଡ଼ି

ପୁରୀ: ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଖନନ ଓ ନିର୍ମାଣ ସମ୍ପର୍କରେ ଗତକାଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଦେଇଥିବା ମନ୍ତବ୍ୟ ବିବାଦୀୟ ହେବାରେ ଲାଗିଛି। ଆଜି ଶ୍ରୀଜଗନ୍ନାଥ ସେନା ଏହାର ପ୍ରତିବାଦରେ କଚେରି ଛକରେ ବିକ୍ଷୋଭ ପ୍ରଦର୍ଶନ କରିଛି। ମୁଖ୍ୟ ସଚିବ ଶ୍ରୀ ମହାପାତ୍ରଙ୍କ ଫଟୋ ଥିବା ପୋଷ୍ଟରରେ କଳା ବୋଳିବା ସହ ଏହାକୁ ‌ପୋଡ଼ିଛି। ଏହି ବିବାଦୀୟ ଓ ଭୁଲ୍‌ ମନ୍ତବ୍ୟ ପାଇଁ ମୁଖ୍ୟ ସଚିବ କ୍ଷମା ମାଗନ୍ତୁ ବୋଲି ସଂଗଠନ ଦାବି କରିଛି।

ଶ୍ରୀଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି, ଗତକାଲି ମୁଖ୍ୟ ସଚିବ ଶ୍ରୀ ମହାପାତ୍ର ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଖନନ ଓ ନିର୍ମାଣ ମନ୍ଦିର ପ୍ରତି କୌଣସି ବିପଦ ସୃଷ୍ଟି କରିବନି ବୋଲି କହିଥିଲେ। ଶ୍ରୀ ମହାପାତ୍ର ଗତକାଲି ନିଜ ସାଙ୍ଗରେ କୌଣସି ଶିଳ୍ପୀ କି ପ୍ରତ୍ନତତ୍ତ୍ବ ବିଭାଗର ଅଧିକାରୀଙ୍କୁ ନେଇନଥିଲେ। ତେଣୁ ସେ କିଭଳି ଏଭଳି ଖନନ ଓ ନିର୍ମାଣ ଶ୍ରୀମନ୍ଦିର ପ୍ରତି ବିପଦ ନାହିଁ ବୋଲି କହିଲେ, ତା’ର ସ୍ପଷ୍ଟୀକରଣ ରଖନ୍ତୁ ବୋଲି ସେ ଦାବି କରିଛନ୍ତି। ଏଥିସହ; ପ୍ରତ୍ନତତ୍ତ୍ବ ବିଭାଗ ଖନନ ଓ ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ କହିଥିଲେ ବି କାହିଁକି ନିର୍ମାଣ ବନ୍ଦ କରାଯାଉନି, ତାହାର ଉତ୍ତର ରଖିବାକୁ ଶ୍ରୀମହାପାତ୍ର ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe