ମୂର୍ତ୍ତି ପଥର ପାଇଁ ଭୂତତ୍ତ୍ବ ଓ ହସ୍ତଶିଳ୍ପ ବିଭାଗର ସର୍ଭେ

Advertisment
ମୂର୍ତ୍ତି ପଥର ପାଇଁ ଭୂତତ୍ତ୍ବ ଓ ହସ୍ତଶିଳ୍ପ ବିଭାଗର ସର୍ଭେ

ଚଣ୍ଡିଖୋଲ : ମୂର୍ତ୍ତି ନିର୍ମାଣ ପାଇଁ ଶିଳ୍ପୀଙ୍କୁ ମିଳୁନି ପଥର। ଏଥିପାଇଁ ରାଜ୍ୟ ସରକାରଙ୍କ ଭୂତତ୍ତ୍ବ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ପଥର ଖୋଜା ଆରମ୍ଭ ହୋଇଛି। ବଡ଼ଚଣା ଓ ଧର୍ମଶାଳା ବ୍ଲକର ବିଭିନ୍ନ ପାହାଡ଼ରେ ଗୁରୁବାର ଦିନ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଛି। ଭୂତତ୍ତ୍ବ ବିଭାଗର ଯୁଗ୍ମ ନିର୍ଦେଶକ ଜୟପ୍ରକାଶ ବେହେରା, ଉପନିର୍ଦେଶକ ଡ. ସସ୍ମିତା ସାହୁ, ଅନୁପମା ଜେନା, ଯାଜପୁର ଜିଲ୍ଲା ହସ୍ତଶିଳ୍ପ ବିଭାଗର ସହକାରୀ ନିର୍ଦେଶକ ପ୍ରକାଶ ଚନ୍ଦ୍ର ମହାନ୍ତି, ଜାତୀୟ ହସ୍ତଶିଳ୍ପ ପୁରସ୍କାରପ୍ରାପ୍ତ ପ୍ରସ୍ତର ଶିଳ୍ପୀ ମହେଶ୍ୱର ଓଝା, ଜାତୀୟ ପୁରସ୍କାରପ୍ରାପ୍ତ ପ୍ରସ୍ତର ଶିଳ୍ପୀ ସୁଶାନ୍ତ କୁମାର ଦାସ, ରାଜ୍ୟ ହସ୍ତଶିଳ୍ପ ପୁରସ୍କାର ବିଜେତା ବ୍ରହ୍ମାନନ୍ଦ ମହାରଣା, ଶିଳ୍ପୀ ମନୋଜ ନାଥ, ପ୍ରଭାତ ମହାରଣା ଓ ଅଶୋକ ମହାରଣା ପ୍ରଭୃତି ଏହି ସର୍ଭେ କରିଛନ୍ତି।

ବଡ଼ଚଣା, ଛତିଆ,ଅଚ୍ୟୁତବସନ୍ତ, ତେଲିଗଡ଼, ଆଲାମଗିରି,ଚଣ୍ଡିଆ, ନେଉଳପୁର,ଆରୁହା ଓ ଚଢ଼େଇଧରା ଆଦି ପାହାଡକୁ ଯାଇ ଏହି ପ୍ରତିନିଧି ଦଳ ମୂର୍ତ୍ତିପଥର ସନ୍ଧାନ କରିଥିଲେ। କେତେକ ପାହାଡ଼ରେ ମୂର୍ତ୍ତି ପଥର ବହୁ ପରିମାଣରେ ଥିବା ଏହି ଟିମ୍‌ ଦେଖିବାକୁ ପାଇଥିଲେ। ଉଭୟ ବିଭାଗ ଅଧିକାରୀଙ୍କ ଏହି ସର୍ଭେ କାର୍ଯ୍ୟ ଆହୁରି ଦୁଇ ଦିନ ଧରି ଚାଲିବ ବୋଲି ସୂଚନା ମିଳିଛି। ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ତଥା ମୂର୍ତ୍ତିପଥରର ସନ୍ଧାନ ମିଳିବା ପରେ ଶିଳ୍ପୀମାନଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe