ଅମର୍ଦ୍ଦା ଏୟାର୍‌ଷ୍ଟ୍ରିପ୍‌ର ସର୍ଭେ ଶେଷ ପର୍ଯ୍ୟାୟରେ

Advertisment
ଅମର୍ଦ୍ଦା ଏୟାର୍‌ଷ୍ଟ୍ରିପ୍‌ର ସର୍ଭେ ଶେଷ ପର୍ଯ୍ୟାୟରେ

ରାସଗୋବିନ୍ଦପୁର/ମାଣିଦା : ଉଡ଼ାନ୍ ଯୋଜନାରେ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ୍‌ ଅମର୍ଦା ଏୟାରଷ୍ଟ୍ରିପ୍‌ରୁ ଖୁବ୍‌ଶୀଘ୍ର ବିମାନ ଉଡ଼ାଣର ସ୍ବପ୍ନ ସାକାର ହେବାକୁ ଯାଉଛି। ଏଥିପାଇଁ ପୂର୍ବରୁ କେନ୍ଦ୍ର ସରକାରଙ୍କଠାରୁ ସବୁଜ ସଙ୍କେତ ମିଳି ସାରିଥିବା ବେଳେ ସର୍ଭେ କାର୍ଯ୍ୟ ମଧ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।

ବୁଧବାର ଦିନ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି (ଆଇଟିଆର୍‌), ଡିଆର୍‌ଡିଓ ଓ ଭାରତୀୟ ପ୍ରତିରକ୍ଷା ବିଭାଗର ବରିଷ୍ଠ ଅଧିକାରୀମାନେ ଏୟାରଷ୍ଟ୍ରିପ୍‌ରେ ପହଞ୍ଚିଥିଲେ। ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସହ ମୋରଡ଼ା ତହସିଲଦାର ଅନନ୍ତ କୁମାର ହାଁସଦା, ରାସଗୋବିନ୍ଦପୁର ତହସିଲଦାର ମୋହିନୀ କୁମାର ନାୟକ, ଅତିରିକ୍ତ ତହସିଲଦାର ବିଞ୍ଜେଶ ରଞ୍ଜନ ନାୟକଙ୍କ ଉପସ୍ଥିତିରେ ଅମର୍ଦ୍ଦା ଏୟାରଷ୍ଟ୍ରିପ୍‌ ନାମରେ ପଟ୍ଟାଭୁକ୍ତ ୧୬୦.୨ ଏକର ପ୍ରତିରକ୍ଷା ବିଭାଗର ଜମିକୁ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହି ପ୍ରକ୍ରିୟା ଶେଷ ହେବାପରେ ବ୍ୟକ୍ତିଗତ ମାଲିକାନାରେ ଥିବା ଆଖପାଖ ଅଞ୍ଚଳର ପ୍ରାୟ ୧୫ ଶହ ଏକର ଜମି ଅଧିଗ୍ରହଣ ହେବ ବୋଲି ଜଣାପଡ଼ିଛି। ରନୱେ ସଂପ୍ରସାରଣ ସହିତ ଟର୍ମିନାଲ ଓ ଅନ୍ୟାନ୍ୟ ଆନୁସଙ୍ଗିକ କାର୍ଯ୍ୟ ସରିବା ପରେ ଏଠାରୁ ଯାତ୍ରୀବାହୀ ବିମାନ ଉଡ଼ାଣ ଆରମ୍ଭ ହେବ ବୋଲି ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe