ସୂର୍ଯ୍ୟ ନାରାୟଣ ପାତ୍ର ବାଚସ୍ପତି, ପ୍ରମିଳା ମଲ୍ଲିକ ହେବେ ସରକାରୀ ଦଳ ମୁଖ୍ୟ ସଚେତକ

Advertisment
ସୂର୍ଯ୍ୟ ନାରାୟଣ ପାତ୍ର ବାଚସ୍ପତି, ପ୍ରମିଳା ମଲ୍ଲିକ ହେବେ ସରକାରୀ ଦଳ ମୁଖ୍ୟ ସଚେତକ

ଭୁବନେଶ୍ୱର: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ପୂର୍ବାହ୍ଣରେ ୫ମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରୁଛନ୍ତି। ନୂତନ ସରକାରରେ ଦିଗପହଣ୍ଡି ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ବାଚସ୍ପତି ପଦ ମିଳିବା ନିଶ୍ଚିତ ହୋଇଛି । ନବୀନ ନିବାସରୁ ମଙ୍ଗଳବାର ସନ୍ଧ୍ୟାରେ ଏନେଇ ଟେଲିଫୋନ୍‌ କଲ ଯାଇଥିବା ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ତାଙ୍କୁ ବାଚସ୍ପତି ପଦ ସମ୍ଭାଳିବା ସୂଚନା ଦେଇଛନ୍ତି ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ସୂର୍ଯ୍ୟ ନାରାୟଣ ପାତ୍ର। ସେହିଭଳି ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ସରକାରୀ ଦଳ ମୁଖ୍ୟ ସଚେତକ ହେବେ ବୋଲି ଜଣାପଡ଼ିଛି।

ଗଂଜାମ ଜିଲ୍ଲାର ଦିଗପହଣ୍ଡିରୁ ୭ ଥର ବିଧାୟକ .ହୋଇଥିବା ସୂର୍ଯ୍ୟ ନାରାୟଣ ପାତ୍ର ବାଚସ୍ପତି ପଦରେ ବସିବେ। ଅଭିଜ୍ଞତା ଓ ବରିଷ୍ଠତାକୁ ଦୃଷ୍ଟିରେ ରଖି ସୂର୍ଯ୍ୟଙ୍କୁ ବାଚସ୍ପତି ପଦରେ ବସାଇବାକୁ ନିଷ୍ପତି ନିଆଯାଇଥିବା ଜଣାପଡିଛି। ଏହାପୂର୍ବରୁ ନବୀନଙ୍କ ଚତୁର୍ଥ ପାଳିରେ ସୂର୍ଯ୍ୟ ସମବାୟ, ଖାଦ୍ୟ ଯୋଗାଣ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇ ସାରିଛନ୍ତି। ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ସୂର୍ଯ୍ୟ ପାତ୍ର ବିଜେପି ପ୍ରାର୍ଥୀ ପିଙ୍କି ପ୍ରଧାନଙ୍କୁ ମାତ ଦେଇ ସପ୍ତମ ଥର ପାଇଁ ବିଧାନସଭାରେ ପ୍ରବେଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe