ସୂର୍ଯ୍ୟ ନାରାୟଣ ପାତ୍ର ‘ବିଶ୍ୱ ଓଡ଼ିଶା’ର ସଭାପତି

ଓଡ଼ିଶା ବିଧାନ ପରିଷଦ ବିବାଦ ପ୍ରସଙ୍ଗ: କେନ୍ଦ୍ରକୁ ଚିଠି ଲେଖିବେ ବାଚସ୍ପତି

Millennium Post

ବ୍ରହ୍ମପୁର : ଓଡ଼ିଶା ବିଧାନସଭାର ବାଚସ୍ପତି ତଥା ଦିଗପହଣ୍ଡି ବିଧାୟକ ଡ.ସୂର୍ଯ୍ୟ ନାରାୟଣ ପାତ୍ର ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ‘ବିଶ୍ୱ ଓଡ଼ିଶା’ର ସଭାପତି ନିର୍ବାଚିତ ହୋଇଛନ୍ତି। ଭିଡିଓ କନ୍‌ଫରେନ୍ସିଂରେ ଅନୁଷ୍ଠିତ ବୈଠକରେ ‘ବିଶ୍ୱ ଓଡ଼ିଶା’ ର ଉପଦେଷ୍ଟା ଭାବରେ ପୂର୍ବତନ ରାଷ୍ଟ୍ରଦୂତ ଡ.ଲଳିତ ମାନସିଂହ, ଅବସର ବେଉରିଆ, ପୂର୍ବତନ ସଭାପତି ତଥା ଜର୍ମାନୀରେ ପ୍ରବାସୀ ଓଡ଼ିଆ ଡ.ରାଜେନ୍ଦ୍ର ନାରାୟଣ ଦାସ, ଉତ୍କଳ ବିଶ୍ୱବିଦ୍ୟାଳୟ ପୂର୍ବତନ କୁଳପତି ଡ. ଗୋକୁଳାନନ୍ଦ ଦାସ ଏବଂ ମୁଖ୍ୟ ଆଇନ ପରାମର୍ଶଦାତା ଭାବେ ସୁପ୍ରିମକୋର୍ଟ ଆଡ଼୍‌ଭୋ‌କେଟ ସଞ୍ଜୀବ କୁମାର ମହାନ୍ତିଙ୍କୁ ମନୋନୀତ କରାଯାଇଛି। ମୁଖ୍ୟ ସଂଯୋଜକ ଭାବେ ଆଡ୍‌ଭୋକେଟ ମନୋରଞ୍ଜନ ପଟ୍ଟନାୟକ, ମହାସଚିବ ଭାବେ ପୂର୍ବତନ ସିବିଆଇ ବିଚାରପତି ଭିକାରୀ ଚରଣ ରାଉତ, କାର୍ଯ୍ୟକାରୀ ସଭାପତି ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବାହାଦୁର ପାଟଶାଣୀ, ଉପସଭାପତି ଭାବେ ପ୍ରଫେସର ତାରା ପ୍ରସନ୍ନ ଶତପଥୀ, ଦିଲୀପ ରାୟ, ଡ.ଦ୍ବୀପାୟନ ପଟ୍ଟନାୟକ, ସମନ୍ୱୟ ସମ୍ପାଦକ ଭାବେ ଆଧ୍ୟାପିକା ମୀରା ବେଉରା, ସରୋଜ ଶତପଥୀ, କୋଷାଧ୍ୟକ୍ଷା ତଥା ମହିଳା ପରିଷଦ ସଂଯୋଜିକା ଭାବେ ରଶ୍ମିତା ରାଉତ ନିର୍ବାଚିତ ହୋଇଛନ୍ତି। ଏଥିସହ ଅନୁଷ୍ଠାନର ବିଭିନ୍ନ ବିଭାଗ କର୍ମକର୍ତ୍ତା ନିର୍ବାଚିତ ହୋଇଛନ୍ତି ବୋଲି ସାଧାରଣ ସମ୍ପାଦକ ମନୋଜ ମନ୍ମୟ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe