ପୁନଃନିର୍ଦ୍ଧାରଣ ହେଲା ସୂର୍ଯ୍ୟନଗର କଣ୍ଟେନ୍‌ମେଣ୍ଟ୍‌ ଜୋନ୍

ପୁନଃନିର୍ଦ୍ଧାରଣ ହେଲା ସୂର୍ଯ୍ୟନଗର କଣ୍ଟେନ୍‌ମେଣ୍ଟ୍‌ ଜୋନ୍

ଭୁବନେଶ୍ବର:  ଭୁବନେଶ୍ବର ମହାନଗର ନିଗମ ସ୍ଥାନୀୟ ସୂର୍ଯ୍ୟନଗର ଅଞ୍ଚଳର କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ସୀମାକୁ ଆଜି ପୁନର୍ବାର ସମ୍ପ୍ରସାରଣ କରିଛି। ସମ୍ପ୍ରସାରିତ ସୀମାରେ ସାମିଲ ହୋଇଥିବା ଅଞ୍ଚଳଗୁଡ଼ିକ ହେଉଛି ଏନ୍‌ସିସି ଅଫିସ୍‌ରୁ ନ୍ୟାସ୍‌ନାଲ୍‌ ପ୍ରଡକ୍ଟିଭ୍ କାଉନ୍‌ସିଲ୍‌ ଅଫିସ୍‌ ସମେତ ମମ୍‌ତାଜ୍‌ ଅଲି ଷ୍ଟ୍ରିଟ୍‌। ନ୍ୟାସ୍‌ନାଲ୍‌ ପ୍ରଡକ୍ଟିଭ୍ କାଉନ୍‌ସିଲ୍‌ ଅଫିସ୍‌ରୁ ସୂର୍ଯ୍ୟ କମ୍ପ୍ଲେକ୍ସ୍। ସୂର୍ଯ୍ୟ କମ୍ପ୍ଲେକ୍ସ୍‌ରୁ ଏନ୍‌ସିସି ଅଫିସ୍‌। ପରିବର୍ଦ୍ଧିତ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ର ନକ୍ସା ମଧ୍ୟ ପ୍ରକାଶ ପାଇଛି।

publive-image

କିନ୍ତୁ, ସତର୍କତା ମୂଳକ ପଦକ୍ଷେପସ୍ବରୂପ ମୂଳ କଣ୍ଟେନ୍‌ମେଣ୍ଟ୍‌ ସୀମା ମଧ୍ୟରେ ଆସନ୍ତା ସାତ ଦିନଯାଏଁ ସକ୍ରିୟ ସର୍ଭିଲେନ୍‌ସ୍‌ ଚାଲୁ ରହିବ ବୋଲି ଭୁବନେଶ୍ବର ମହାନଗର ନିଗମର କମିସନର୍ ଏକ ଆଦେଶନାମାରେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe