ସୂର୍ଯ୍ୟଙ୍କ ମନ୍ତବ୍ୟକୁ ନେଇ ରାଜନୈତିକ ଚର୍ଚ୍ଚା

Advertisment
ଆସନ୍ତା ୧୮ ତାରିଖରୁ ଓଡ଼ିଶା ବିଧାନସଭା ଆରମ୍ଭ ହେବ: ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର

Samachar Nama

ଭୁବନେଶ୍ବର : ନିର୍ବାଚନ ଫଳାଫଳ ପ୍ରକାଶ ପାଇବାକୁ ଆଉ ମାତ୍ର ୬ ଦିନ ବାକି ଥିଲା ବେଳେ ବିଜେଡି ଉପସଭାପତି ତଥା ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ମନ୍ତବ୍ୟକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର୍‌ ଧରିଛି। ନବୀନ ବାବୁ ପ୍ରଧାନମନ୍ତ୍ରୀ ହେବାକୁ ଯୋଗ୍ୟ ଏବଂ ରାଜ୍ୟ ତଥା ଦେଶବ‌ାସୀ ତାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି ବୋଲି ‌ଶ୍ରୀ ପାତ୍ର କହିଛନ୍ତି। ଦିଲ୍ଲୀରେ କ୍ଷମତା ଦଖଲ କରିବାରେ ଆଞ୍ଚଳିକ ଦଳର ଭୂମିକା ଗୁରୁତ୍ବପୂର୍ଣ୍ଣ ହେବ ବୋଲି ଜାତୀୟ ସ୍ତରରେ ଚର୍ଚ୍ଚା ଚାଲିଥିଲା ବେଳେ ଶ୍ରୀ ପାତ୍ରଙ୍କ ଏହି ମନ୍ତବ୍ୟ ଆଲୋଚନାକୁ ଖୋରାକ ଯୋଗାଇଛି।

ଆଜି ଗଣମାଧ୍ୟମକୁ ଶ୍ରୀ ପାତ୍ର କହିଛନ୍ତି, ଶିକ୍ଷାଗତ ଯୋଗ୍ୟତା, ଅଭିଜ୍ଞତା, ପୋଖତ ରାଜନୀତିଜ୍ଞ, ଭାରତର ଏକ ନମ୍ବର ମୁଖ୍ୟମନ୍ତ୍ରୀ ହିସାବରେ ‌ନବୀନ ବାବୁ ପ୍ରଧାନମନ୍ତ୍ରୀ ହେବାକୁ ଯୋଗ୍ୟ। ତେବେ ନବୀନ ବାବୁ କଂଗ୍ରେସ ସମର୍ଥନରେ ପ୍ରଧାନମନ୍ତ୍ରୀ ହେବ‌ା ଅନୁଚିତ। ଅତୀତରେ ଦେଖାଯାଇଛି, କଂଗ୍ରେସ ଅନ୍ୟ ଦଳର ନେତାଙ୍କୁ ପ୍ରଧାନମନ୍ତ୍ରୀ କରି ପଛରୁ ଗୋଡ଼ ଟାଣେ।

କଂଗ୍ରେସ ଓ ବିଜେପି ଠାରୁ ବିଜେଡିର ସମଦୂରତ୍ବ ପ୍ରସଙ୍ଗରେ ଶ୍ରୀ ପାତ୍ର କହିଛନ୍ତି, ବିଜେଡି ସମଦୂରତ୍ବ ଅବଲମ୍ବନ କରୁଥିଲା। କିନ୍ତୁ ଏଥର କେନ୍ଦ୍ରରେ ଯେଉଁ ଦଳ ଓଡ଼ିଶାର ସୁଖଦୁଃଖରେ ଭାଗିଦାରୀ ହେବ, ଆମେ ତା’କୁ ସାହାଯ୍ୟର ହାତ ବଢ଼ାଇବୁ। ଏ କଥା ନିଜେ ନବୀନ ବାବୁ ମଧ୍ୟ ପୂର୍ବରୁ ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe