ତିତ୍‌ଲି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ଚିଠି ଲେଖିଲେ ସୂର୍ଯ୍ୟ : ୩.୬୪ ଲକ୍ଷ ଉଜ୍ଜ୍ବଳା ଉପଭୋକ୍ତାଙ୍କୁ ମାଗଣାରେ ଗ୍ୟାସ ଦିଅ

ତିତ୍‌ଲି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ଚିଠି ଲେଖିଲେ ସୂର୍ଯ୍ୟ : ୩.୬୪ ଲକ୍ଷ ଉଜ୍ଜ୍ବଳା ଉପଭୋକ୍ତାଙ୍କୁ ମାଗଣାରେ ଗ୍ୟାସ ଦିଅ

ଭୁବନେଶ୍ବର : ଭୀଷଣ ବାତ୍ୟା ଏବଂ ପରବର୍ତୀ ବର୍ଷା ଓ ବନ୍ୟା ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାର ଗରିବ ଲୋକମାନଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି। ସେମାନଙ୍କୁ ତୁରନ୍ତ ସହାୟତା ଆବଶ୍ୟକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ସର୍ବାଧିକ ସାମର୍ଥ୍ୟ ମୁତାବକ ସେମାନଙ୍କୁ ରିଲିଫ, ଘରଭଙ୍ଗା ସହାୟତା, ଫସଲହାନି କ୍ଷତିପୂରଣ ଆଦି ଯୋଗାଇ ଦେଉଛନ୍ତି। ଏହି ୩ଟି ଜିଲ୍ଲାର ୩ ଲକ୍ଷ ୬୪ ହଜାର ୬୫୨ଜଣଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଜ୍ଜ୍ବଳା ଯୋଜନାରେ ରିହାତି ଦରରେ ରନ୍ଧନ ଗ୍ୟାସ ସିଲିଣ୍ଡର ଯୋଗାଇ ଦେଉଛନ୍ତି। ତେବେ ପ୍ରଳୟଙ୍କରୀ ପ୍ରାକୃତିକ ବିପର୍ଯ୍ୟୟ ପରିପ୍ରେକ୍ଷୀରେ ସେହି ହିତାଧିକାରୀମାନଙ୍କୁ ମାଗଣାରେ ରନ୍ଧନ ଗ୍ୟାସ ସିଲିଣ୍ଡର ଦେବାକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଦାବି କରିଛନ୍ତିି।

ଏ ନେଇ‌ ଆଜି ସେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖିଛନ୍ତିି। ଚିଠିରେ ସେ ପ୍ରଳୟଙ୍କରୀ ପ୍ରାକୃତିକ ବିପର୍ଯ୍ୟୟରେ କିପରି ଏହି ୩ଟି ଜିଲ୍ଲାର ଲୋକମାନଙ୍କ ଆର୍ଥିକ ଅବସ୍ଥା ଦୋହଲି ଯାଇଛି ସେ କଥା ବିଶଦ ଭାବେ ବର୍ଣ୍ଣନା କରିଛନ୍ତି। ସେ ନିର୍ଦିଷ୍ଟ ଭାବେ ଉଲ୍ଲେଖ କରିଛନ୍ତି ଯେ ଗଜପତି ଜିଲ୍ଲାର ୫୦୯୯୦ଜଣ ହିତାଧିକାରୀଙ୍କୁ ଉଜ୍ଜ୍ବଳା ଯୋଜନାରେ ରିହାତିରେ ଘରୋଇ ରନ୍ଧନ ଗ୍ୟାସ ସିଲିଣ୍ଡର ଯୋଗାଇ ଦିଆଯାଉଛି। ସେହିପରି ଗଞ୍ଜାମ ଜିଲ୍ଲାର ୨ ଲକ୍ଷ ୩୯ ହଜାର ୬୮୩ଜଣଙ୍କୁ ଏବଂ ରାୟଗଡ଼ା ଜିଲ୍ଲାର ୮୧୯୭୯ଜଣ ହିତାଧିକାରୀଙ୍କୁ ଘରୋଇ ଗ୍ୟାସ ସିଲିଣ୍ଡର ଦିଆଯାଉଛି।

ବର୍ତମାନ ତିତଲି ବାତ୍ୟା ଏବଂ ପରବର୍ତୀ ବର୍ଷା ବିତ୍ପାତ ଓ ବନ୍ୟା ତାଣ୍ଡବଲୀଳା ସୃଷ୍ଟି କରିଥିବାରୁ ତାହା ଫଳରେ ଗରିବ ବିପନ୍ନ ପରିବାରଙ୍କ ଆର୍ଥିକ ସ୍ଥିତି ଶୋଚନୀୟ ହୋଇପଡ଼ିଛି। ଏଣୁ ସେମାନଙ୍କୁ ରିହାତି ପରିବର୍ତେ ସଂପୂର୍ଣ୍ଣ ରୂପେ ମାଗଣାରେ ରନ୍ଧନ ଗ୍ୟାସ ସିଲିଣ୍ଡର ଯୋଗାଇଦେବା ଅପରିହାର୍ଯ୍ୟ ହୋଇପଡ଼ିଛି। ଏହାକୁ ବିଚାରକୁ ନେଇ କେନ୍ଦ୍ର ସରକାର ବିଶେଷ କରି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ବିଭାଗ ସହାୟତା ଯୋଗାଇଦେବାକୁ ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ଶ୍ରୀ ପାତ୍ର ଅନୁରୋଧ କରିଛନ୍ତିି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe