ମାଗଣାରେ ଶ୍ରବଣ ଯନ୍ତ୍ର ବାଣ୍ଟିବ ‘ସୂର୍ଯ୍ୟୋଦୟ ଫାଉଣ୍ଡେସନ୍‌’

ଅଡିଜୋନ୍‌ରେ ମାଗଣା ଶ୍ରବଣ ପରୀକ୍ଷା

Narayana Health

ଭୁବନେଶ୍ବର : ୱାଇଡେକ୍ସ ଇଣ୍ଡିଆ ଓ ସିଭୋନ୍ତୋସ ଇଣ୍ଡିଆ ମିଳିତ ସହଯୋଗରେ ସୂର୍ଯ୍ୟୋଦୟ ଫାଉଣ୍ଡେସନ୍‌ ପକ୍ଷରୁ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଶ୍ରବଣ ବାଧିତଙ୍କ ପାଇଁ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହେବ। ଶ୍ରବଣ ଶକ୍ତି ହରାଇଥିବା ଦିବ୍ୟାଙ୍ଗମାନଙ୍କୁ ମାଗଣାରେ ଏହି ଶିବିରରେ ଚିକିତ୍ସା କରାଯିବା ସହ ମାଗଣାରେ ଶ୍ରବଣ ଯନ୍ତ୍ର ଯୋଗାଇ ଦିଆଯିବ। ଓଡ଼ିଶାର ଅନୁନ୍ନତ, ଆଦିବାସୀବହୁଳ ଓ ଉପାନ୍ତ ଅଞ୍ଚଳରେ ମଧ୍ୟ ଏହି ସେବା ଯୋଗାଇ ଦିଆଯିବ। ପୁରୀରୁ ଆରମ୍ଭ ହେବାକୁ ଥିବା ଏହି ମହତ୍‌ କାର୍ଯ୍ୟକ୍ରମ ପରେ ରାଇରଙ୍ଗପୁର, କେନ୍ଦୁଝର, କଟକ, ଭଦ୍ରକ ଓ ବାଲେଶ୍ୱର ଆଦି ଜିଲ୍ଲାରଓ ରାଜ୍ୟର ଉପାନ୍ତ ଅଞ୍ଚଳରେ ଆୟୋଜିତ ହେବ ବୋଲି ଫାଉଣ୍ଡେସନ୍‌ର ସଭାପତି ତଥା ବିଶିଷ୍ଟ କଣ୍ଠଶିଳ୍ପୀ ଅନୁରାଧା ପୌଡୱାଲ ସୂଚନା ଦେଇଛନ୍ତି।

ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରତିଷ୍ଠିତ କେଶ ପ୍ରତିରୋପଣ ଡାକ୍ତର ପ୍ରଦୀପ ସେଠୀ, ଓଡ଼ିଶା ଅଭିଭାବକ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ, ୱାଇଡେକ୍ସ ଇଣ୍ଡିଆର ପ୍ରଜ୍ଞା ଜୈନ, ଗୌରବ ଲଲାଣୀ, ହେମରାଜ ଅଗ୍ରୱାଲ, ପ୍ରସନ୍ନ ବିଶୋଇ ଓ ଚିରଞ୍ଜୀବ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe