ବହୁଚର୍ଚ୍ଚିତ ମୟୂରଝାଲିଆ ଖଣି ଲିଜ୍ ଧାରୀ ସୁଶାନ୍ତ ବରାଡ଼ ଗିରଫ

Advertisment
ବହୁଚର୍ଚ୍ଚିତ ମୟୂରଝାଲିଆ ଖଣି ଲିଜ୍ ଧାରୀ ସୁଶାନ୍ତ ବରାଡ଼ ଗିରଫ

ରଣପୁର: ବହୁଚର୍ଚ୍ଚିତ ଖଣି ଲିଜ୍ ଧାରୀ ସୁଶାନ୍ତ ବରାଡ଼ ଗିରଫ ହୋଇଥିବାର ଖବର ମିଳିଛି। ଗତକାଲି ରାତିରେ ସ୍ୱତନ୍ତ୍ର ପୁଲିସ୍ ଟିମ୍ ଖଣ୍ଡଗିରି ନିକଟରେ ଚଢଉ କରି ଗିରଫ କରିଛି।

ନୟାଗଡ଼ ଜିଲ୍ଲା ରଣପୁର ତହସିଲ ମୟୁରଝାଲିଆ ଖଣି ଲୁଜ୍ ଧାରୀ ସୁଶାନ୍ତ ବରାଡ଼ ଲିଜ୍ ନେଇଥିବା ଖଣି ଠାରୁ ଅଧିକ ମାଙ୍କଡ଼ା ପଥର ଉତ୍ତୋଳନ କରିବାକୁ ନେଇ ଏନଜିଟିଙ୍କ ରାୟ ପରେ ୨ କୋଟି ୮୧ ଲକ୍ଷ ଟଙ୍କା ଜରିମାନା ସହ ରଣପୁର ତହସିଲ ପ୍ରଶାସନ ପକ୍ଷରୁ ଚାନ୍ଦପୁର ଥାନାରେ ତାଙ୍କ ସମେତ ବହୁ ସରକାରୀ ଅଧିକାରୀଙ୍କ ନାମରେ ମାମଲା ରୁଜୁ  ହୋଇଥିଲା । ସେହିଦିନ ଠାରୁ ଖଣି ଲିଜ୍ ଧାରୀ ସୁଶାନ୍ତ ବରାଡ଼ ଫେରାର ଥିଲା।

ଏଠାରେ ଉଲ୍ଲେଖଯୋଗ୍ୟ ଯେ , ରଣପୁରର ଦିଲୀପ ସାମନ୍ତରାୟ ଖଣି ଦୁର୍ନୀତି ନେଇ ରାଷ୍ଟ୍ରୀୟ ସବୁଜ ନ୍ୟାୟାଧିକରଣ (ଏନ୍‌ଜିଟି), କୋଲକାତାଙ୍କ ଦ୍ବାରସ୍ଥ ହୋଇଥିଲେ। ରାଜ୍ୟ ଖଣି ନିଗମ କର୍ତ୍ତୃପକ୍ଷ, ବିଭାଗୀୟ ବୈଜ୍ଞାନିକ, ଜିଲ୍ଲାପାଳ ପ୍ରମୁଖ ଗସ୍ତ କରି ଏହି ଖଣି ଦୁର୍ନୀତିର ତଦନ୍ତ କରିଥିଲେ। ମୟୂରଝାଲିଆ ମୌଜାର ୧୬୮୯ ପ୍ଲଟ୍‌ରୁ ଏ.୪.୦୦ ମାଙ୍କଡ଼ା ପଥର ଖଣି ପାଇଁ ସୁଶାନ୍ତ କୁମାର ବରାଡ଼ଙ୍କୁ ୫ ବର୍ଷିଆ ଲିଜ୍ ସୂତ୍ରରେ ଦିଆଯାଇଥିଲା। ହେଲେ, ସେ ଅନୁମତିଠାରୁ ଅଧିକ ଖଣି ଖନନ କରିଛନ୍ତି। ସେହିଭଳି ଅଗ୍ରୱାଲ୍‌ ଇନଫ୍ରାବିଲ୍‌ଡ ପ୍ରାଇଭେଟ୍ ଲିମିଟେଡ୍‌କୁ ସାଧାରଣ ମାଟି ଖନନ ଓ ପରିବହନ ନିମନ୍ତେ ଉକ୍ତ ପ୍ଲଟ୍‌ରୁ ଏ.୨.୦୦ ସାମୟିକ ପର୍‌ମିଟ୍ ଦିଆଯାଇଥିଲା। ସେମାନେ ଉକ୍ତ ପ୍ଲଟ୍‌ର ଅନ୍ୟାନ୍ୟ ଜାଗାରୁ ବେଆଇନ ଭାବେ ମାଙ୍କଡ଼ା ପଥର ଓ ମୋରମ ଚାଲାଣ କରିବା ସହ ଗ୍ରାମ୍ୟ ଜଙ୍ଗଲ ନଷ୍ଟ କରିଥିବା ତଦନ୍ତ ପରେ ସ୍ପଷ୍ଟ ହୋଇଥିଲା। ଏନେଇ ଖଣି ଲିଜ୍‌ଧାରୀ ସୁଶାନ୍ତ କୁମାର ବରାଡ଼ଙ୍କୁ ଗତ ଜାନୁଆରି ୧୦ ତାରିଖରେ ୨ କୋଟି ୮୧ ଲକ୍ଷ ୫୯ ହଜାର ୯୪୫ ଟଙ୍କା ମଧ୍ୟ ଜରିମାନା କରାଯାଇଛି। ତେବେ ଏଥିରେ ବହୁ ପ୍ରଭାବଶାଳୀ ଲୋକଙ୍କ ସଂପୃକ୍ତି ଥିବାରୁ ଜରିମାନା ଆଦାୟ ହୋଇପାରୁନଥିବା କିମ୍ବା ଶ୍ରୀ ବରାଡ଼ଙ୍କୁ ଗିରଫ ମଧ୍ୟ କରାଯାଇନଥିବା କୁହାଯାଉଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe