ସମୁଦ୍ର ମଝିରୁ ଗୁପ୍ତଚର ପାରା ଉଦ୍ଧାର, ଗୋଡ଼ରେ ଲାଗିଛି କ୍ୟାମେରା ଓ ଚିପ୍

Advertisment
ସମୁଦ୍ର ମଝିରୁ ଗୁପ୍ତଚର ପାରା ଉଦ୍ଧାର, ଗୋଡ଼ରେ ଲାଗିଛି କ୍ୟାମେରା ଓ ଚିପ୍

ପାରାଦୀପ: ସମୁଦ୍ର ମଝିରୁ ଗୁପ୍ତଚର ପାରା ଉଦ୍ଧାର। ପାରା ଗୋଡରେ ଲାଗିଛି କ୍ୟାମେରା ଓ ଚିପ୍। ପାରା ଡେଣାରେ ଏକ ଅଜଣା ବିଦେଶୀ ଭାଷାରେ ଲେଖାକୁ ନେଇ ସନ୍ଦେହ ଦେଖା ଦେଇଛି। ଘଟଣାରୁ ଜଣା ପଡିଛି ଯେ ସମୁଦ୍ର ମଧ୍ୟକୁ ଯାଇଥିବା ସାରଥୀ ନାମକ ଏକ ବୋଟ୍ ଫିସିଙ୍ଗ୍ ପାଇଁ ଯାଇଥିବା ବେଳେ କୋଣାର୍କ ପାଖରୁ ପ୍ରାୟ ୪୩ ନର୍ଟିକାଲ୍ ମାଇଲ୍ ଦୂରରେ ଲଙ୍ଗର ପକେଇ ଥିଲା। ଏହି ସମୟରେ ଏହି ପାରା କୁଆଡୁ ଉଡି ଆସି ବୋଟ୍‌ରେ ବସିଥିଲା। ପ୍ରଥମେ ବୋଟ୍ କର୍ମଚାରୀ ଏହାକୁ ଏକ ସାଧାରଣ ପାରା ବୋଲି ଭାବିଥିଲେ କିନ୍ତୁ ପାଖକୁ ଯାଇ ପାରାର ସାଜସଜ୍ଜା ସାମଗ୍ରୀ ଦେଖିଲା ବେଳକୁ କର୍ମଚାରୀମାନେ ସମ୍ପୂର୍ଣ ଭୟ କରିଯାଇଥିଲେ।

ପାରାର ଗୋଟିଏ ଗୋଡରେ ଗୁପ୍ତ କ୍ୟାମେରା ଲାଗିଥିବା ବେଳେ ଆଉ ଗୋଟିଏ ଗୋଡରେ ଚିପ୍ ଲାଗିଛି। ସେହିପରି ପାରାର ଦୁଇ ଡେଣାରେ ବିଦେଶୀ ଭାଷାରେ କିଛି ଗୁଡାଏ ଲେଖା ଯାଇଛି, କଣ ଏ ପାରା କୁଆଡୁ ଆସିଲା ଏନେଇ ସମସ୍ତେ ଭୟଭୀତ ହୋଇ ବୋଟର ମାଲିକଙ୍କୁ ଜଣାଇବା ପରେ ବୋଟର ମାଲିକ ଉକ୍ତ ପାରାକୁ ଧରି ପାରାଦୀପ ନେଇ କି ଆସ ବୋଲି ପରାମର୍ଶ ଦେଇଥିଲେ। ପରେ କର୍ମଚାରୀ ମାନେ ସେଠାରୁ ଉକ୍ତ ଗୁପ୍ତଚର ପାରାକୁ ଧରି ପାରାଦୀପ ପଳାଇ ଆସିଥିଲେ। ଏନେଇ ପାରାଦୀପ ସାମୁଦ୍ରିକ ଥାନା ରେ ଖବର ଦେବା ପରେ ପୁଲିସ ପାରାଦୀପ ସ୍ଥିତ ଫିସିଙ୍ଗ୍ ହାରବରରେ ପହଞ୍ଚି ଉକ୍ତ ପାରାକୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe