ଅମ୍ବାଭୋନା ଥାନା ଭଙ୍ଗାରୁଜା ମାମଲାରେ ସୁଶାନ୍ତ ସିଂଙ୍କୁ ଗିରଫ ଦାବି

Advertisment
ଅମ୍ବାଭୋନା ଥାନା ଭଙ୍ଗାରୁଜା ମାମଲାରେ ସୁଶାନ୍ତ ସିଂଙ୍କୁ ଗିରଫ ଦାବି

ବରଗଡ଼: ବରଗଡ଼ ଜିଲ୍ଲା ଅମ୍ବାଭୋନା ଥାନା ଭଙ୍ଗାରୁଜା ମାମଲାରେ ବିଜେପି ସ୍ଥାନୀୟ ଏସ୍‌ପି ଅଫିସ୍‌ ସମ୍ମୁଖରେ ଧାରଣା ଦେଇଛି। ଦଳ ଏହି ମାମଲାରେ ବିଧାୟକ ସୁଶାନ୍ତ ସିଂଙ୍କ ସମେତ ଅନ୍ୟ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବି କରିଛି। ଘଟଣା ଦିନ ଏବଂ ଘଟଣାସ୍ଥଳରେ ବିଧାୟକ ଶ୍ରୀ ସିଂ ଉପସ୍ଥିତ ଥିଲେ। ତାଙ୍କ ପ୍ରରୋଚନାରେ ହିଁ ତୁମୁଳକାଣ୍ଡ ଘଟିଲା। ସିସିଟିଭି ଫୁଟେଜ୍‌ରେ ଏହାର ପ୍ରମାଣ ରହିଛି। ତେଣୁ ପୁଲିସ୍‌ ଶ୍ରୀ ସିଂଙ୍କ ସମେତ ମାମଲାରେ ସମ୍ପୃକ୍ତ ଥିବା ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରିଛି। ଜନସାଧାରଣଙ୍କୁ ସୁରକ୍ଷା ଦେବା ପାଇଁ ପୁଲିସ୍‌ ରହିଛି। କିନ୍ତୁ ପୁଲିସ୍‌ ହିଁ ସୁରକ୍ଷିତ ନଥିବା ଅମ୍ବାଭୋନା ଘଟଣାରୁ ବାରି ହେଉଛି। ଏଥିରେ ରାଜ୍ୟ ସରକାର ତୁରନ୍ତ ହସ୍ତକ୍ଷେପ କରିବାକୁ ଦାବି ହୋଇଛି। ଏହାର ପୂର୍ବରୁ ଆୟୋଜିତ ରାଲି ଏବଂ ପରେ ଧାରଣାର ନେତୃତ୍ବ ନେଇଥିଲେ ବିଜେପି ରାଜ୍ୟ ସମ୍ପାଦକ ଇରାଶିଷ ଆଚାର୍ଯ୍ୟ। ସାଂସଦ ସୁରେଶ ପୂଜାରୀ, ଜିଲ୍ଲା ସଭାପତି ଅଶ୍ବିନୀ ଷଡ଼ଂଗୀ, ସନତ ଗଡ଼ତିଆ, ସୁରେଶ୍ବର ଶତପଥୀ, ସୌରୀଚରଣ ବାରିକ, ସୁଶାନ୍ତ ମିଶ୍ର ଉଦ୍‌ବୋଧନ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe