ସାଧୁ ବେଶଧାରୀ ସନ୍ଦିଗ୍ଧ ରାଜସ୍ଥାନର ସାପଧରାଳି

ରୋହିଙ୍ଗ୍ୟା ସନ୍ଦେହରେ ୭ଜଣଙ୍କୁ ପୁଲିସର ପଚରାଉଚରା

ସାଧୁ ବେଶଧାରୀ ସନ୍ଦିଗ୍ଧ ରାଜସ୍ଥାନର ସାପଧରାଳି

ବ୍ରହ୍ମପୁର : ବେଶଭୂଷା ସାଧୁ ସନ୍ୟାସୀଙ୍କ ଭଳି, କଥାବାର୍ତ୍ତା ବଙ୍ଗାଳି ମିଶା ହିନ୍ଦୀ। ଘରଘର ବୁଲି ଖାଇବା ମାଗୁଥିଲେ। ସ୍ଥାନୀୟ ବାସିନ୍ଦା ଏମାନଙ୍କୁ ଦେଖି ସନ୍ଦେହ କରିବା ପରେ ଖବର ପାଇ ପହଞ୍ଚି ଯାଇଥିଲେ ବଜରଙ୍ଗ ଦଳ କର୍ମକର୍ତ୍ତା। ପଚାରାଉଚରା ବେଳେ ସେମାନଙ୍କ କଥାବାର୍ତ୍ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା। ବଜରଙ୍ଗ କର୍ମକର୍ତ୍ତାଙ୍କଠାରୁ ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଁଚି ସେମାନଙ୍କୁ ଥାନାକୁ ନେଇ ଆସିଥିବା ସୂଚନା ମିଳିଛି। ଦିନତମାମ ଏହାକୁ ନେଇ ସହରରେ ଚର୍ଚ୍ଚା ଜୋର୍‌ ଧରିବା ପରେ ସାଧୁ ବେଶଧାରୀ ବ୍ୟକ୍ତିମାନେ ରାଜସ୍ଥାନ ଅଞ୍ଚଳର ସାପଧାରଳି ବୋଲି ପୁଲିସ ସ୍ପଷ୍ଟ କରିଛି।

ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଗଜପତିନଗର, ଜୟପ୍ରକାଶନଗର ଏବଂ ବିଦ୍ୟୁତ୍‌ପୁରୀ କଲୋନିରୁ ଏହି ସନ୍ଦିଗ୍ଧମାନଙ୍କୁ ବଜରଙ୍ଗ ଦଳର କର୍ମକର୍ତ୍ତା କାବୁ କରିଥିଲେ। ହାବଭାବ ଏବଂ କଥାବାର୍ତ୍ତାରୁ ସେମାନଙ୍କ ସାଧୁତା ନେଇ ସନ୍ଦେହ ସୃଷ୍ଟି ହୋଇଥିଲା। ଏପରିକି ଏହି ସାଧୁ ବେଶଧାରୀମାନେ ମହା ମୃତ୍ୟୁଞ୍ଜୟ ମନ୍ତ୍ର ବି ଆବୃତ୍ତି କରି ପାରିନଥିଲେ। ରୋହିଙ୍ଗ୍ୟା ଶରଣାର୍ଥୀ ବୋଲି ବଜରଙ୍ଗ ଦଳର କର୍ମକର୍ତ୍ତା ସନ୍ଦେହ କରିବାପରେ ପୁଲିସକୁ ଜଣାଇଥିଲେ। ଏସମ୍ପର୍କରେ ଏସ୍‌ପି ଡା.ଶରବଣା ବିବେକ ଏମ୍‌.ଙ୍କ ସହ ଯୋଗାଯୋଗ କରିବାରୁ ପ୍ରାଥମିକ ତଦନ୍ତରୁ ଏହି ସନ୍ଦିଗ୍ଧ ବ୍ୟକ୍ତିମାନେ ସେମାନଙ୍କ ଘର ରାଜସ୍ଥାନ ଧୋଲ୍‌ପୁରରେ ବୋଲି ପ୍ରକାଶ କରିଛନ୍ତି। ସେମାନେ ଦେଇଥିବା ପରିଚୟ, ନାଁ ଓ ଗାଁ ଠିକଣା ଯାଞ୍ଚ କରିବା ପାଇଁ ଉକ୍ତ ଜିଲ୍ଲାର ଏସ୍‌ପିଙ୍କ ସହ ବ୍ରହ୍ମପୁର ଏସ୍‌ପି ନିଜେ ଯୋଗାଯୋଗ କରିଥିଲେ। ପୁଲିସ ଯାଞ୍ଚ୍‌ ବେଳେ ସାଧୁ ବେଶଧାରୀ ୭ଜଣ ରାଜସ୍ଥାନ ଅଂଚଳବାସିନ୍ଦା ହୋଇଥିବା ବେଳେ ପେସାରେ ସାପଧରାଳି ବୋଲି ଜଣାପଡ଼ିଛି। ଏମାନଙ୍କ ବିରୋଧରେ କୌଣସି ଅପରାଧିକ ମାମଲା ନଥିବା ପୁଲିସ ଯାଞ୍ଚରୁ ଜାଣିବାକୁ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe