ଯୋଡା : ଟ୍ରକ ଡ୍ରାଇଭରକୁ ହତ୍ୟା ସନ୍ଦେହ

କରୋନାରେ ରୋଗୀଙ୍କ ମୃତ୍ୟୁ, ଆସିଲେନି ସମ୍ପର୍କୀୟ; ପିପିଇ କିଟ୍‌ ପିନ୍ଧି ସ୍କୁଟିରେ ଶବ ନେଲେ ଦୁଇପୁଅ

image source: India today

ଯୋଡା : ବାମେବାରୀ ଥାନା ଅନ୍ତର୍ଗତ ବଳଦା ବିପ୍ଲଟ ନିକଟ ରାସ୍ତାକଡରେ ଜଣେ ଟ୍ରକ ଡ୍ରାଇଭରକୁ ହାତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଟ୍ରକ ଡାଇଭରର ନାମ ଶଙ୍କର ବବଙ୍ଗା(୨୮)। ତାଙ୍କ ଘର ବଡବିଲ ଥାନା ଅନ୍ତର୍ଗତ ବକଲ ହଟିଙ୍ଗଠାରେ ବୋଲି ଜଣାପଡିଛି। ମୃତ ଦେହକୁ ପୁଲିସ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ବଡବିଲ ସରକାରୀ ଡାକ୍ତରଖାନାକୁ ପଠାଇଛି। ପୁଲିସର ସୁଚନା ଅନୁଯାୟୀ ଏହି ରାସ୍ତାକଡରେ ଶଙ୍କରଙ୍କ ମୃତ ଦେହ ପଡିବା ସହିତ ସେ ଚଳାଉଥିବା ଏକ ଟ୍ରକ ଛିଡା ହୋଇଥିଲା। ଶଙ୍କରଙ୍କ ମୁଣ୍ତ ଓ କାନରେ ଗଭୀର କ୍ଷତ ରହିଛି। ମୃତ ଶଙ୍କରଙ୍କ ପରିବାର ପକ୍ଷରୁ ଏହା ହତ୍ୟା ଅଭିଯୋଗ କରାଯାଇଛି। ଏ ନେଇ ବାମେବାରୀ ଥାନାରେ ଏକ ହତ୍ୟା ମାମଲା ନଂ ୧୨/୨୦୨୧ ରୁଜୁ କରାଯାଇ ଘଟଣାର ତଦନ୍ତ ଆରମ୍ଭ କରାଯାଇଥିବା ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe