ସବୁ ଦଳରେ ସସପେନସ, ପ୍ରାର୍ଥୀ ଘୋଷଣାକୁ ନେଇ ଆଶା, ଆଶାଙ୍କାରେ ନେତା

Advertisment
ଆଠମଲ୍ଲିକ‌ ବିଧାନସଭା: ବିଜେଡି ସହ ବିଜୁ-ବିଜେପିର ମୁକାବିଲା

ଜୟପୁର: ବିଜେଡି ପକ୍ଷରୁ  ଲୋକସଭା ଓ  ବିଧାନସଭା ଓ ବିଜେପିର ଲୋକସଭା ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ ପାଇ ସାରିଛି। ଅବିଭକ୍ତ କୋରାପୁଟ ଜିଲ୍ଲାର ୧୪ଟି ନିର୍ବାଚନମଣ୍ଡଳୀର ଏକମାତ୍ର ସାଧାରଣ ବର୍ଗଙ୍କ ପାଇଁ ଉଦ୍ଧିଷ୍ଟ ଜୟପୁର ନିର୍ବାଚନମଣ୍ଡଳୀର ପ୍ରାର୍ଥୀଙ୍କ ନାଁ ଏଯାଏଁ ଉଭୟ ବିଜେଡି ଓ ବିଜେପି ପକ୍ଷରୁ ଘୋଷଣା ହୋଇନି।

ସେଭଳି ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ବି ଜୟପୁରରୁ କିଏ ପ୍ରାର୍ଥୀ ହେବ ସେ ନେଇ ବିଧିବଦ୍ଧ ଭାବେ ଘୋଷଣା କରାଯାଇନି। ଏହିସ୍ଥିତିରେ ସବୁ ଦଳରେ ସସପନେସ୍ ଲାଗି ରହିଛି। ସବୁ ଦଳର ଟିକେଟ ପାଇଁ ଆବେଦନ କରିଥିବା ଆଶାୟୀ ମାନେ  ଆଶା ଓଆଶାଙ୍କାରେ  ରହିଛନ୍ତି। ଏହି ଆସନରୁ ଗତ ଦୁଇ ଥର ବିଧାୟକ ହୋଇଥିବା କଂଗ୍ରେସ ପ୍ରାର୍ଥୀ ତାରାପ୍ରସାଦ ବାହିନୀପତିଙ୍କୁ ଯଦି କଂଗ୍ରେସ ପୁଣିଥରେ ରିଫିଟ୍ କରି ପ୍ରାର୍ଥୀ କରେ ତେବେ  ତାହା ତାଙ୍କ ପାଇଁ ହ୍ୟାଟ୍ରିକ୍ କରିବାକୁ ଚ୍ୟାଲେଂଜ ସୃଷ୍ଟି କରିବ।

ଅପରପକ୍ଷରେ ଉଭୟ ବିଜେପି ଓବିଜେଡିରେ ଆଶାୟୀଙ୍କ ସଂଖ୍ୟା ଏବଂ ମନାନ୍ତର ଓ ମତାନ୍ତର ଅଧିକା ରହିଛି। ବିଜେଡିର ପ୍ରାର୍ଥୀ ଦୈଡ଼ରେ ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ, ତାଙ୍କ ପତ୍ନୀ ଡ.ଇନ୍ଦିରା ନନ୍ଦ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟା ବିନ୍ଦୁରାଣୀ ମିଶ୍ର, ଯୁବବ୍ୟବସାୟୀ ସୁବାସ ରାଉତ, କେସିସି ବ୍ୟାଙ୍କ ନିର୍ଦ୍ଦେଶକ ରମାକାନ୍ତ ରାଉଳ , କେସିସି ବ୍ୟାଙ୍କ ପରିଚାଳନା କମିଟି ସଭାପତି ଇଂ.ଇଶ୍ବର ଚନ୍ଦ୍ର ପାଣିଗ୍ରାହୀ, ବିଜୁ ଶ୍ରମିକ ସାମ୍ମୁଖ୍ୟ ସଭାପତି ବାଲା ରାୟ ପ୍ରମୁଖ ରହିଛନ୍ତି। ସେଭଳି ବିଜେପିରେ ଆଶାୟୀଙ୍କ ମଧ୍ୟରେ ବିଜେପିରେ ରାଜ୍ୟ ସ୍ଥାୟୀ ପରିଷଦ ସଭ୍ୟ‌ ଗୌତମ ସାମନ୍ତରାୟ, ହିମାଂଶୁ ମହାପାତ୍ର, ସୁଧାଂଶୁ ଶେଖର ଜେନା, ଅଶୋକ ମିଶ୍ର ଦଳୀୟ ପ୍ରାର୍ଥୀ ହେବା ପାଇଁ ଦଳର ଟିକେଟ ପାଇଁ ଆବେଦନ ବି କରିଛନ୍ତି। ଲୋକସଭା ପ୍ରାର୍ଥୀ ଭାବେ ବିଜେଡି କୌଶଲ୍ୟା ହିକକା ଓ ବିଜେପି କାଳୀରାମ ମାଝୀଙ୍କ ନାଁକୁ ଘୋଷଣା କରି ସାରିଛି। ତେବେ କଂଗ୍ରେସର ବର୍ତ୍ତମାନର ସାଂସଦ ସପ୍ତଗିରୀ ଶଙ୍କର ଉଲ୍ଲାକାଙ୍କୁ ପୁଣିଥରେ ପ୍ରାର୍ଥୀ ହେବା ସମ୍ଭାବନାକୁ ଏଡାଇ ହେବନି। ତେବେ ସାଂସଦ ପ୍ରାର୍ଥୀ ମାନେ ନିଜ ପସନ୍ଦର ନିଜ ଲବିରେ ଥିବା ପ୍ରାର୍ଥୀ ଦେବେ ନାଁ ଦଳ ଚୟନ କରିବ ତାହା ବି ସ୍ପଷ୍ଟ ନୁହେଁ। ଏଭଳି ସ୍ଥିତିରେ କିଏ କେଉଁ ଦଳର ପ୍ରାର୍ଥୀ ହେବ ତାହାକୁ‌ ନେଇ ଘଡ଼ିକୁ ଘୋଡା ଛୁଟୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe