ସମବାୟ ସମିତିରେ ମହାଦୁର୍ନୀତି: ସଭାପତି, ସଂପାଦକଙ୍କୁ ବହିଷ୍କାର ଦାବିରେ ଧାରଣା

ଦେଢ଼ ମାସ ଭିତରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶ୍ରୁତି ଦେଲେ ଏଆରସିଏସ୍

ସମବାୟ ସମିତିରେ ମହାଦୁର୍ନୀତି: ସଭାପତି, ସଂପାଦକଙ୍କୁ ବହିଷ୍କାର ଦାବିରେ ଧାରଣା

ଦଶରଥପୁର: ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ପାଲଟପୁର ପ୍ରାଥମିକ କୃଷି ସମବାୟ ସମିତିର ମହା ଦୁର୍ନୀତି ପଦାକୁ ଆସିବା ପରେ ଏତିରେ ସମ୍ପୃକ୍ତ ସଭାପତି ଓ ସଂପାଦକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଚାଷୀମାନଙ୍କ ପକ୍ଷରୁ ଆଜି ଧାରଣା ଦିଆଯାଇଛି। ଦେଢ଼ ମାସ ଭିତରେ ତଦନ୍ତ ସାରି କାର୍ଯ୍ୟାନୁଷ୍ଠାନ ନେବାକୁ ଏଆରସିଏସ ପ୍ରତିଶୃତି ଦେବାପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।

ସୂଚନାଯୋଗ୍ୟ ଏହି ସମବାୟ ସମିତି ଅଧିନରେ ପାଲଟପୁର, ଜାଫରପୁର ଓ ବିରିପଟା ପଞ୍ଚାୟତର ଥିବାବେଳେ ୨ ହଜାରରୁ ଊର୍ଦ୍ଧ୍ବ ଚାଷୀ ସଭ୍ୟ ଭାବେ ରହିଛନ୍ତି। ତେବେ ଏହି ୨ ବର୍ଷ ମଧ୍ୟରେ ସଭାପତି ଅଶ୍ୱନୀ ନାୟକ ଏବଂ ସଂପାଦକ ବିଶ୍ୱଜିତ ଧଳଙ୍କ ସ୍ୱେଚ୍ଛାଚାରୀତାରେ ନାହିଁନତିବା ଶୋଷଣର ଶିକାର ହେଉଥିବାବେଳେ ଏ ଦୁହେଁ ୨୩ ଲକ୍ଷ ୪୦ ହଜାର ଟଙ୍କା ହଡପ କରିଥିବା ଜଣାପଡିଛି । ଋଣ ପାଇଁ ପ୍ରତ୍ୟକ ଚାଷୀଙ୍କ ଠାରୁ ୨ ହଜାର ଟଙ୍କା ଆଦାୟ କରାଯାଉଥିବାବେଳେ ପିଟି କରାଇଦେବା ଆଳରେ ଚାଷୀଙ୍କ ଠାରୁ ୧୫୦୦ ଟଙ୍କା ଲଖାଏଁ ଆଦାୟ କରାଯାଇଛି।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପ୍ରାୟ ୩୦ ଜଣ ମୃତ ଚାଷୀଙ୍କ ଦସ୍ତଖତକୁ ଜାଲ କରି ତାଙ୍କ ନାମରେ ସମ୍ପୂର୍ଣ୍ଣ ଲୋନ ଉଠାଣ କରି ଏ ଦୁହେଁ ହଡପ କରିଛନ୍ତି। ବିରିପଟା ପଂଚାୟତ ବଡକୁଆଁଲ ଗ୍ରାମର ପଞ୍ଚାନନ ମଲ୍ଲିକ ୧୨ ଜୁନ ୨୦୨୩ରେ ମୃତ୍ୟୁବରଣ କରିଥିବାବେଳେ ତାଙ୍କ ନାମରେ ୨୭ ସେପ୍ଟେମ୍ବର ୨୦୨୩ରେ ୧୧୫୦୦ ଟଙ୍କା ଉଠାଣ କରାଯାଇଥିବା ପ୍ରମାଣ ରହିଛି। ସେହିପରି ଚାଷୀଙ୍କ ଠାରୁ ସଭ୍ୟ ବହି, ଚେକ ସଭାପତି ଓ ସଂପାଦକ ନିଜ ପାଖରେ ରଖି ପରବର୍ତ୍ତି ସମୟରେ ଟଙ୍କା ଉଠାଣ କରି ସେଥିରୁ ୨ ହଜାର ଟଙ୍କା କାଟିରଖି ଅବଶିଷ୍ଟ ଟଙ୍କା ୧/୨ ମାସ ପରେ ଚାଷୀଙ୍କୁ ଫେରାଇଥାନ୍ତି। ଚାଷୀଙ୍କ ଲୋନ ଟଙ୍କା ସଭାପତି ଏବଂ ସଂପାଦକଙ୍କ ନିଜ ବ୍ୟକ୍ତିଗତ ବ୍ୟାଙ୍କ ବହିକୁ ନେଇ ମାସ ମାସ ରଖିବା ପରେ ଦେଇଥାନ୍ତି। ଧାନ ମଣ୍ଡି ସମୟରେ ଚାଷୀଙ୍କ ପାଇଁ ଟେଣ୍ଡ ନମାରିବା, ପାଣି ନଦେବା, ରାତିରେ ଧାନ ନଜଗିବା ସହିତ ଅଖା ବାବଦକୁ ଆସୁଥିବା ୧୦ ଟଙ୍କା ଲେଖାଏଁ ସମ୍ପୂର୍ଣ୍ଣ ଟଙ୍କାକୁ ହଡପ କରାଯଇଥାଏ । ଜମି ନଥିବା ଲୋକଙ୍କୁ ଅଧିକ ଲୋନ ଏବଂ ଏକର ଏକର ଜମି ଥିବା ଚାଷୀଙ୍କୁ କମ ଲୋନ ଦିଆଯାଉଛି।

ଏହାଛଡା ୧୬ ଫ୍ରେବ୍ରୁଆରି ୨୦୨୩ରେ ମଣ୍ଡରେ ଧାନ ମିଲର ନେବା ସମୟରେ କ୍ୟୁଣ୍ଟାଲ ପିଛା ୪ କିଲୋ ଠକାଇ କରିବା ସମୟରେ ଧରାପଡିଥିଲେ। ଏହାପରେ ଚାଷୀମାନଙ୍କ ଟଙ୍କା ଦିଆଗାନାହିଁ। ଏଣୁ ସେମାନଙ୍କ କ୍ବିଣ୍ଟାଲ ପିଛା ୪ କିଲୋ ଟଙ୍କା ପ୍ରଦାନ କରାଯିବାକୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe