ଓଏଏସ୍ ଦେବ ପ୍ରସାଦ ଦାଶଙ୍କ ଉପରୁ ନିଲମ୍ବନ ହଟିଲା: ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗର ଯୁଗ୍ମ ସଚିବ ଦାୟିତ୍ୱ

ଓଏଏସ୍ ଦେବ ପ୍ରସାଦ ଦାଶଙ୍କ ଉପରୁ ନିଲମ୍ବନ ହଟିଲା: ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗର ଯୁଗ୍ମ ସଚିବ ଦାୟିତ୍ୱ

ଭୁବନେଶ୍ୱର: ବରିଷ୍ଠ ପ୍ରଶାସକ ଓଏଏସ୍ ଦେବ ପ୍ରସାଦ ଦାଶଙ୍କ ଉପରୁ ଗୁରୁବାର ରାଜ୍ୟ ସରକାର ନିଲମ୍ବନ ହଟାଇଛନ୍ତି। ଏହା ସହିତ ସରକାର ତାଙ୍କୁ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗର ଯୁଗ୍ମସଚିବ ଭାବେ ଦାୟିତ୍ବ ପ୍ରଦାନ କରିଛନ୍ତି।

୨୦୧୮ ମେ’ ୨୮ରେ ଦେବ ପ୍ରସାଦଙ୍କୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜେଡ଼ି ସରକାର ନିଲମ୍ବିତ କରିଥିଲେ। ଦୀର୍ଘ ୫ ବର୍ଷରୁ ଅଧିକ ସମୟ ପରେ  ଓଡିଶା ପ୍ରଶାସନିକ ଅଧିକାରୀଙ୍କ ଉପରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ବାଧୀନ ବିଜେପି ସରକାର ନିଲମ୍ବନ ହଟାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe