ମହିଳାଙ୍କ ଅସ୍ୱାଭାବିକ ମୃତ୍ୟୁ: ହତ୍ୟା ସନ୍ଦେହରେ ସ୍ୱାମୀ ଅଟକ

ମହିଳାଙ୍କ ଅସ୍ୱାଭାବିକ ମୃତ୍ୟୁ: ହତ୍ୟା ସନ୍ଦେହରେ ସ୍ୱାମୀ ଅଟକ

କୋଲାବିରା: ଝାରସୁଗୁଡ଼ା ଜିଲ୍ଲା କୋଲାବିରା ଥାନା ଅନ୍ତର୍ଗତ ଭୀମଯୋର ଗାଁରେ ଜଣେ ମହିଳାଙ୍କ ଅସ୍ୱାଭାବିକ ମୃତ୍ୟୁ ଘଟଣାରେ ପୁଲିସ ତଦନ୍ତ ଆରମ୍ଭ କରିଛି।

ମୃତ ମହିଳା ହେଉଛନ୍ତି ସନ୍ତୋଷ ପ୍ରଧାନଙ୍କ ୩୫ ବର୍ଷୀୟ ପତ୍ନୀ ଗୀତାଞ୍ଜଳି। ଗୀତାଞ୍ଜଳିଙ୍କର ମୃତ୍ୟୁ ହୋଇଥିବା କଥା ରବିବାର ଦିନ ତାଙ୍କ ବାପା ନିତ୍ୟାନନ୍ଦ କିଷାନ ଖବର ପାଇଥିଲେ। ଏହାକୁ ସ୍ୱାଭାବିକ ମୃତ୍ୟୁ ବୋଲି ଗ୍ରହଣ ନ କରି ରବିବାର ରାତିରେ ସେ କୋଲାବିରା ଥାନାରେ ଅଭିଯୋଗ କରିଥିଲେ।

ଅଭିଯୋଗ ଆଧାରରେ ପୁଲିସ ଗୀତାଞ୍ଜଳିଙ୍କ ସ୍ୱାମୀ ସନ୍ତୋଷଙ୍କୁ ଥାନାରେ ଅଟକ ରଖିଛି। ଆଜି ଭୋର୍‌ରୁ ଫୋରେନ୍‌ସିକ୍‌ ଟିମ୍‌ ସହ ଏସ୍‌ଡିପିଓ କୈଳାସ ଆଚାର୍ଯ୍ୟ, କୋଲାବିରା ଥାନା ଅଧିକାରୀ ସୁକୁମାର ତ୍ରିପାଠୀ ସଦଳବଳ ଘଟଣାସ୍ଥଳରେ ପହଞ୍ଚି ଗୀତାଞ୍ଜଳିଙ୍କ ଶବ ଜବତ କରି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଆରମ୍ଭ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe