କ୍ରସର କର୍ମଚାରୀଙ୍କ ସନ୍ଦେହଜନକ ମୃତ୍ୟୁ

ଟ୍ରେନରୁ ଖସି ବ୍ୟବସାୟୀ ମୃତ

sisat

ଧର୍ମଶାଳା: ଧର୍ମଶାଳା ତହସିଲ ଅନ୍ତର୍ଗତ ଚଢ଼େଇଧରା ନିକଟ ଆର୍କେଡ଼ି କ୍ରସର ଅପରେଟର ଧାରଣ ବଳ (୩୦)ଙ୍କ ଆଜି ବିଦ୍ୟୁତ୍ ଆଘାତରେ ମୃତ୍ୟୁ ହୋଇଛି। ଏହାକୁ ବଜ୍ରାଘାତ ରୂପ ଦେବାକୁ ଉଦ୍ୟମ ହେଉଥିବା ଜଣାପଡ଼ିଛି। ଆଜି ଅପରାହ୍‌ଣରେ ବିଦ୍ୟୁତ୍‌ କାଟ୍ ହେବାରୁ ଧାରଣ କ୍ରସରରେ ଥିବା ଡିଜି ଲଗାଇବାକୁ ଯାଇଥିଲେ।

ହେଲେ ଡିଜି ଲଗାଉଥିବାବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ତାଙ୍କର ମୃତ୍ୟୁ ହୋଇଥିଲା। ରାତି ପ୍ରାୟ ୮ଟାରେ ୨ଜଣ ଯୁବକ ତାଙ୍କ ମୃତଦେହକୁ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଘଡ଼ଘଡ଼ିରେ ତାଙ୍କର ମୃତ୍ୟୁ ହୋଇଥିବା କହି ତରବରିଆ ଭାବେ ମୃତଦେହକୁ ଛାଡ଼ି ଚାଲି ଯାଇଥିଲେ। ଧାରଣ ହେଉଛନ୍ତି କମାଗଡ଼ ପଞ୍ଚାୟତ ଗେଙ୍ଗୁଟିଆ ଗ୍ରାମର ସ୍ବର୍ଗତ ଆଦିକନ୍ଦ ବଳଙ୍କ ଏକମାତ୍ର ପୁଅ। ଘରେ ତାଙ୍କର ମାନସିକ ନ୍ୟୁନ ବିଧବା ମା’ ଅଞ୍ଜନା ଅଛନ୍ତି। ଅବିବାହିତ ଧାରଣ ୨ବର୍ଷ ହେଲା ଆର୍କେଡ଼ି କ୍ରସର ଅପରେଟର ଭାବେ କାମ କରୁଥିଲେ। ଏ ସଂପର୍କରେ ମୃତକଙ୍କ ସଂପର୍କୀୟ ଜେନାପୁର ପୁଲିସ୍‌କୁ ଲିଖିତ ଭାବେ ଅବଗତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe