ପୌର ଉପାଧ୍ୟକ୍ଷାଙ୍କ ବୋହୂଙ୍କ ସନ୍ଦେହଜନକ ମୃତ୍ୟୁ: ‘ଝିଅ ଜନ୍ମ କଲା ବୋଲି ମାରିଦେଲେ’

Advertisment

ବାଲେଶ୍ବର ଜିଲ୍ଲା ଜଳେଶ୍ୱର ପୌରପାଳିକାର ଉପାଧ୍ୟକ୍ଷା ପୁଷ୍ପପ୍ରିୟା କାମିଳା ଓ ବରିଷ୍ଠ ବିଜେଡି ନେତା ବିଜୟ କାମିଳାଙ୍କ ବୋହୂଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ଶାଶୂଘର ଲୋକେ ଏହାକୁ ଆତ୍ମହତ୍ୟା କହୁଥିବା ବେଳେ ବାପଘର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି।

ବାଲେଶ୍ବର ଜିଲ୍ଲା ଜଳେଶ୍ୱର ପୌରପାଳିକାର ଉପାଧ୍ୟକ୍ଷା ପୁଷ୍ପପ୍ରିୟା କାମିଳା ଓ ବରିଷ୍ଠ ବିଜେଡି ନେତା ବିଜୟ କାମିଳାଙ୍କ ବୋହୂଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ଶାଶୂଘର ଲୋକେ ଏହାକୁ ଆତ୍ମହତ୍ୟା କହୁଥିବା ବେଳେ ବାପଘର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି।

sfsfsxcxc

ଜଳେଶ୍ୱର: ବାଲେଶ୍ବର ଜିଲ୍ଲା ଜଳେଶ୍ୱର ପୌରପାଳିକାର ଉପାଧ୍ୟକ୍ଷା ପୁଷ୍ପପ୍ରିୟା କାମିଳା ଓ ବରିଷ୍ଠ ବିଜେଡି ନେତା ବିଜୟ କାମିଳାଙ୍କ ବୋହୂଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ଶାଶୂଘର ଲୋକେ ଏହାକୁ ଆତ୍ମହତ୍ୟା କହୁଥିବା ବେଳେ ବାପଘର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି। ପୁଲିସ ସ୍ବାମୀ ସହ ମୋଟ ୩ ଜଣଙ୍କୁ ଥାନାରେ ଅଟକ ରଖିଛି। ସୂଚନା ଅନୁସାରେ; ଜଳେଶ୍ବର ପୌର ଉପାଧ୍ୟକ୍ଷାଙ୍କ ପୁଅ ରିତେଶ ୩ ବର୍ଷ ତଳେ ଚକବିଷ୍ଣୁ ଗ୍ରାମର ଜଳନ୍ଧର ପ୍ରଧାନଙ୍କ ଝିଅ ନମିତାଙ୍କୁ ବିବାହ କରିଥିଲେ। ଦୁଇ ସପ୍ତାହ ତଳେ ନମିତା ଏକ କନ୍ୟାସନ୍ତାନକୁ ଜନ୍ମ ଦେଇଥିଲେ। ତେବେ ଆଜି ପୂର୍ବାହ୍‌ଣ ୧୦ଟା ବେଳେ ଶାଶୂଘର ଲୋକେ ନମିତାଙ୍କୁ ଗୁରୁତର ଅବସ୍ଥାରେ ଜିକେ ଭଟ୍ଟର ହସ୍‌ପିଟାଲ୍‌ ନେଇଥିଲେ।

ଡାକ୍ତରଖାନାରେ ଉତ୍ତେଜନା, ସ୍ବାମୀ ସମେତ ୩ ଅଟକ

ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶାଶୂଘର ଲୋକେ ନମିତା ଆତ୍ମହତ୍ୟା କରିଥିବା କହିଥିବା ବେଳେ କନ୍ୟା ସନ୍ତାନକୁ ଜନ୍ମ ଦେବାରୁ ନମିତାକୁ ତା’ର ଶାଶୂ, ଶ୍ବଶୁର, ନଣନ୍ଦ, କକାଶ୍ବଶୁର ଓ କାକୀଶାଶୂ ମିଶି ହତ୍ୟା କରିଥିବା ବାପଘର ଲୋକେ ଅଭିଯୋଗ ଆଣିଥିଲେ। ଏହାକୁ ନେଇ ହସ୍‌ପିଟାଲ୍‌ ପରିସରରେ ଉଭୟ ପରିବାର ମଧ୍ୟରେ ଝଗଡ଼ା ହୋଇଥିଲା। ଜଳେଶ୍ୱର ଥାନା ଏସ୍‌ଆଇ ରାଜଲକ୍ଷ୍ମୀ ଦାସ ଓ ଏଏସ୍‌ଆଇ ଭଗବାନ ଦାସ ସଦଳବଳ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ଆସନ୍ତାକାଲି ସାଇଣ୍ଟିଫିକ୍‌ ଟିମ୍ ଘଟଣାର ତଦନ୍ତ କରିବ ବୋଲି ଜଣାପଡ଼ିଛି। ଅନ୍ୟପଟେ ନମିତାଙ୍କ ବଡ଼ ଭଉଣୀ ସୁମିତ୍ରା ପାଳ ଏନେଇ ଜଳେଶ୍ୱର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୁଲିସ ୨୮୦/୨୫ରେ ଏକ ମାମଲା ରୁଜୁ କରି ସ୍ବାମୀ ରିତେଶଙ୍କ ସହ ଶ୍ବଶୁର ବିଜୟ ଓ କକାଶ୍ବଶୁର ବସନ୍ତଙ୍କୁ ଥାନାରେ ଅଟକ ରଖିଥିବା ଜଣାପଡ଼ିଛି। ପ୍ରକାଶ ଥାଉକି; ୨୦୧୮ ମସିହାରେ ଉପାଧ୍ୟକ୍ଷା ଶ୍ରୀମତୀ କାମିଳାଙ୍କ ଅନ୍ୟଜଣେ ପୁଅ ରାଜେଶଙ୍କ ପତ୍ନୀ ସୁମିତା ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ସେତେବେଳେ ମଧ୍ୟ ବାପାଘର ଲୋକେ ହତ୍ୟା ଅଭିଯୋଗ ଆଣିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe