ପ୍ରେମିକ ଗାଁରେ ପ୍ରେମିକାର ସନ୍ଦେହଜନକ ମୃତ୍ୟୁ

Advertisment
ସ୍ବାମୀଙ୍କ ପରକୀୟା ପ୍ରୀତି; ପତ୍ନୀଙ୍କ ଆତ୍ମହତ୍ୟା!

IndiaTV News

ଆନନ୍ଦପୁର/ହାଟଡିହି : ହାଟଡିହି ବ୍ଲକ ସୋସୋ ଥାନା ଅଧୀନ ମିଠିଗାଁ ଗ୍ରାମର ଜଣେ ଯୁବତୀ ନିଜ ପ୍ରେମିକକୁ ଭେଟିବାକୁ ଯାଇ ସେଠାରେ ସନ୍ଦେହଜନକ ଭାବରେ ମୃତ୍ୟୁବରଣ କରିଛି।

ମିଠିଗାଁ ଶୀଳପୋଖରୀ ଗ୍ରାମର ବାଜୁରାମ ହାଁସଦାଙ୍କ ଝିଅ ଜସ୍ମିନ ଆଗରପଡାରେ ପାଠ ପଢ଼ୁଥିବାବେଳେ ଘସିପୁରା ଥାନା ସାଲୁକଡାହିର ବାଘରାଇ ମୁର୍ମୁଙ୍କ ପୁଅ ପରାନକୁ ଭଲ ପାଇଥିଲେ। ସେମାନଙ୍କ ମଧ୍ୟରେ ନିବିଡ଼ ସମ୍ପର୍କ ଥିଲା। ଦୁଇଦିନ ତଳେ ପ୍ରେମିକ ପରାନକୁ ଭେଟିବାକୁ ଜସ୍ମିନ ତାଙ୍କ ଘରୁ ଆସିଥିଲେ। ସେଠାରେ ପହଞ୍ଚିବା ପରେ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଉଭୟେ ଘସିପୁରା ଥାନାକୁ ମଧ୍ୟ ଆସିଥିଲେ। ପୁଲିସ କିଛି ନବୁଝି ସେମାନଙ୍କୁ ଘରକୁ ପଠାଇ ଦେଇଥିଲା । ଗୁରୁବାର ଦିନ ନିକଟସ୍ଥ ଜଙ୍ଗଲରେ ଏକ ଗଛରେ ଜସ୍ମିନଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା।

ଖବରପାଇ ଘସିପୁରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଜସ୍ମିନଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି। ପ୍ରେମିକର ପରିବାର ଲୋକେ ଜସ୍ମିନଙ୍କୁ ହତ୍ୟା କରି ଗଛରେ ଟାଙ୍ଗି ଦେଇଥିବା ଜସ୍ମିନଙ୍କ ଭାଇ ଚୈତନ୍ୟ ହାଁସଦା ଅଭିଯୋଗ କରିଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe