ଯବାନ ଅଜିତ ସ୍ବାଇଁଙ୍କ ସନ୍ଦେହଜନକ ମୃତ୍ୟୁ

Advertisment
ଯବାନ ଅଜିତ ସ୍ବାଇଁଙ୍କ ସନ୍ଦେହଜନକ ମୃତ୍ୟୁ

ବରପାଲି: ବରଗଡ଼ ଜିଲ୍ଲା ବରପାଲି ୱାର୍ଡ ନମ୍ବର ୧ ନୂଆପଡ଼ା ନିବାସୀ ଯବାନ ଅଜିତ ସ୍ୱାଇଁଙ୍କ ମୃତ୍ୟୁ ଘଟିଛି। ମଙ୍ଗଳବାର ସକାଳେ ବରପାଲି ରେଳ ଷ୍ଟେସନ ଯୋଗୀମୁଣ୍ଡା ମନ୍ଦିର ନିକଟରେ ରକ୍ତାକ୍ତ ଅବସ୍ଥାରେ ତାଙ୍କ ମୃତ ଶରୀର ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ମୃତଦେହ ନିକଟରେ ତାଙ୍କ ବୁଲେଟ୍‌ ମୋଟର ସାଇକେଲ ପଡ଼ିଥିଲା। ତାଙ୍କ ମୁହଁ ରକ୍ତାକ୍ତ ହୋଇଥିବା ବେଳେ ପୁଲିସ୍‌ ଦୁର୍ଘଟଣାଜନିତ ମୃତ୍ୟୁ ବୋଲି ସନ୍ଦେହ କରୁଛି। ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସାଧାରଣରେ ଆଲୋଚନା ହେଉଛି। ଏନେଇ ବରପାଲି ଥାନା ଆଇଆଇସି ରଶ୍ମିପ୍ରଭା ସେଠୀଙ୍କୁ ପଚାରିବାରେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ସଠିକ୍ କାରଣ ଜଣାପଡ଼ିବ ବୋଲି ପ୍ରକାଶ କରିଥିଲେ। ବରପାଲି ଥାନାରେ କେସ ନମ୍ବର ୩୮୫ରେ ଏକ ମାମଲା ରୁଜୁ କରି ପୁଲିସ୍‌ ତଦନ୍ତ ଜାରି ରଖିଛି। ପ୍ରକାଶ ଯେ, ଆଉ ପ୍ରାୟ ଦୁଇ ମାସ ପରେ ସେ ଚାକିରିରୁ ଅବସର ନେଇଥାନ୍ତେ। ସେ ତାଙ୍କ ପଛରେ ଧର୍ମପତ୍ନୀ ଓ ଜଣେ କନ୍ୟାଙ୍କୁ ଛାଡ଼ି ଯାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe