ଯବାନଙ୍କ ସନ୍ଦେହଜନକ ମୃତ୍ୟୁ

Advertisment
ଯବାନଙ୍କ ସନ୍ଦେହଜନକ ମୃତ୍ୟୁ

ଘଟଗାଁ : ଘଟଗାଁ ଥାନା ଅନ୍ତର୍ଗତ ବଡ଼ ଜାମୁପସି ପଞ୍ଚାୟତ କୁଣ୍ଡାପିଠା ଗ୍ରାମର ଯବାନ ରାକେଶ ପଲେଇ ( ୩୨)ଙ୍କର ଅକାଳ ବିୟୋଗ ଘଟିଛି। ଗୁରୁବାର ଦିନ କୁଣ୍ଡାପିଠା ଗ୍ରାମର  କୁଣ୍ଡେଶ୍ବର ମନ୍ଦିର ପାର୍ଶ୍ବ ମହୁଲଗଛ ନିକଟରେ ତାଙ୍କର ମୃତଦେହ ପଡ଼ିଥିଲା। ପରିବାର ଲୋକେ ତାଙ୍କ ମୃତଦେହକୁ ଉଦ୍ଧାର କରି ତୁରନ୍ତ ତାକୁ ଘଟଙ୍ଗା ମେଡିକାଲକୁ ଆଣିଥିଲେ। ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଗୁରୁବାର ଦିନ ତାଙ୍କର ଶବ ବ୍ୟବଚ୍ଛେଦ କରାଯାଇଛି। ସେ ଛତିଶଗଡ଼ର ରାୟପୁରଠାରେ ସିଆଇଏସଏଫରେ କାର୍ଯ୍ୟରତ ଥିଲେ।

ତେବେ ମକର ପର୍ବପାଇଁ ଛୁଟିରେ ନିଜ ଗ୍ରାମକୁ ଆସିଥିଲେ। ତାଙ୍କର ସ୍ତ୍ରୀ ଓ ୪ ବର୍ଷର ପୁଅ ରାଙ୍କିରେ ଅଛନ୍ତି ।  ମୃତକ ରାକେଶର ମାଆ ଅଙ୍ଗନବାଡ଼ି ସୁପରଭାଇଜର୍ ସର ପଲେଇ ଏବଂ ବାପା କୈଳାଶ ପଲେଇ କୁଣ୍ଡାପିଠା ହାଇସ୍କୁଲର କିରାଣି ଭାବେ କାର୍ଯ୍ୟ କରୁଛନ୍ତି।  ପୁଲିସ ଶବକୁ ଜବତକରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ଶବଟିକୁ ହସ୍ତାନ୍ତର କରିଛି। ତାଙ୍କର ମୃତ୍ୟୁରେ ଆଜି କୁଣ୍ଡାପିଠା ଓ ଉପରଡ଼ିହା ଗ୍ରାମରେ ଶୋକ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe