ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ,ଯୌତୁକ ପାଇଁ ହତ୍ୟା ଅଭିଯୋଗ

Advertisment
ଅସହ୍ୟ ହେଲା ନିର୍ଯାତନା: ପୁଅକୁ ହତ୍ୟାକଲେ ବାପା-ମା’

bbc

ବଲାଙ୍ଗୀର : ସଦର ଥାନା ଅନ୍ତର୍ଗତ କୁଶଙ୍ଗ ଗାଁରେ ରଜନୀ ସାହୁ ନାମ୍ନୀ ଜଣେ ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ‌ଯୌତୁକ ପାଇଁ ତାଙ୍କୁ ତଣ୍ଟିଚିପି ହତ୍ୟା କରାଯାଇଛି ବୋଲି ତାଙ୍କ ବାପଘର ଲୋକେ ଅଭିଯୋଗ କରିଛନ୍ତି।

ପୁଲିସ ସୂତ୍ରାରୁ ପ୍ରକାଶ ଯେ ଲୋଇସିଂହା ଥାନା ବାଂଜିପାଲି ଗାଁର ଟଙ୍କଧର ସାହୁଙ୍କ ଝିଅ ରଜନୀଙ୍କୁ ଦୁଇବର୍ଷ ତଳେ କୁଶଙ୍ଗର ଭୀଷ୍ମଦେବ ସାହୁ ବାହା ହୋଇଥିଲେ। ବିବାହ ସମୟରେ ସାଧ୍ୟ ମୁତାବକ ଯୌତୁକ ଦେଇଥିଲେ ବାପଘର ଲୋକେ। କିନ୍ତୁ ବାରମ୍ୱାର ରଜନୀଙ୍କୁ ଶାଶୂଘର ଲୋକେ ଅଧିକ ଯୌତୁକ ଦାବି କରି ନିର୍ଯାତନା ଦେଇ ଆସୁଥିଲେ। ସୋମବାର ହଠାତ୍‌ ଦୁର୍ଘଟଣାରେ ରଜନୀଙ୍କ ମୃତ୍ୟୁ ହେବା ନେଇ ଟଙ୍କଧରଙ୍କୁ ଖବର ଦେଇଥିଲେ ଜ୍ୱାଇଁ ଭୀଷ୍ମଦେବ। ମୃତ ରଜନୀଙ୍କ ବେକରେ ଦାଗ ଲାଗିଥିବାରୁ ସନ୍ଦେହଜନକ ଭାବରେ ତାଙ୍କର ମୃତ୍ୟୁ ହୋଇଛି। ତେଣୁ ଯୌତୁକ ପାଇଁ ରଜନୀଙ୍କୁ ତାଙ୍କ ସ୍ୱାମୀ ଭୀଷ୍ମଦେବ ଏବଂ ଶାଶୂ ଶ୍ୱଶୁର ମିଳିତ ଭାବେ ହତ୍ୟା କରିଥିବା ନେଇ ମୃତକଙ୍କ ବାପା ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି କହିଛନ୍ତି ବଲାଙ୍ଗୀର ଡିଏସ୍‌ପି ତୋଫାନ ବାଗ।

ଅନ୍ୟପଟେ ହିଟରରୁ ବିଦ୍ୟୁତ୍‌ ଆଘାତ ପାଇ ରଜନୀଙ୍କ ମୃତ୍ୟୁ ଘଟିଛି ବୋଲି ସ୍ୱାମୀ ଭୀଷ୍ମଦେବ ସଫେଇ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe