Image Courtesy of India Today
ରିଆମାଳ : କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଝରାବେର୍ଣ୍ଣି ଗ୍ରାମରେ ଜଣେ ବିବାହିତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ଗ୍ରାମର ନିରଞ୍ଜନ ନାୟକ। ସେ ସ୍ତ୍ରୀ ନମିତା ଓ ଏକମାତ୍ର ପୁଅଙ୍କ ସହ ରହୁଥିଲେ। ସକାଳେ ନିରଞ୍ଜନ ଅସୁସ୍ଥ ଅନୁଭବ କରିବାରୁ ନମିତା ନିଜ ୨ ପୁତୁରାଙ୍କ ସହ ଚିକିତ୍ସା ପାଇଁ ଛେଣ୍ଡିପଦା ଡାକ୍ତରଖାନାକୁ ପଠାଇଥିଲେ। ସେଠାରେ ଡାକ୍ତର ନିରଞ୍ଜନଙ୍କୁ ମୃତ ଘୋଷଣା କରିବା ସହ ଛେଣ୍ଡିପଦା ଥାନା ପୁଲିସକୁ ସୂଚନା ଦେଇଥିଲେ।
ତେବେ ପୁଲିସ ପହଞ୍ଚିବା ପୂର୍ବରୁ ସମ୍ପର୍କୀୟମାନେ ନିରଞ୍ଜନଙ୍କ ମୃତଦେହ ଧରି ନିଜ ଗ୍ରାମକୁ ଚାଲି ଆସିଥିଲେ। ତେବେ ନିରଞ୍ଜନଙ୍କ ପରିବାର ଲୋକେ କୁଣ୍ଢେଇଗୋଳା ଥାନାରେ ଅଭିଯୋଗ କରିବାରୁ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ତେବେ ପୋଷ୍ଟମୋର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ଏବଂ ଏହାରି ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ ସୂଚନା ଦେଇଛି।
Follow Us