ସନ୍ଥକବି ଭୀମଭୋଇ ମେଡିକାଲ କଲେଜର ଡାକ୍ତରୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ

ସନ୍ଥକବି ଭୀମଭୋଇ ମେଡିକାଲ କଲେଜର ଡାକ୍ତରୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ

ବଲାଙ୍ଗୀର: ଡାକ୍ତରୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ସନ୍ଥକବି ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ବିଳମ୍ୱିତ ରାତିରେ ତୃତୀୟ ବର୍ଷର ଡାକ୍ତରୀ ଛାତ୍ରୀ ନିରୁପମା ନନ୍ଦଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ମେଡିକାଲ କଲେଜର ଲେଡିଜ ହଷ୍ଟେଲ ଝରକାରେ ନିରୁପମା ଝୁଲିପଡ଼ିଥିବା ନେଇ କଲେଜ ପକ୍ଷରୁ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା। ପରିବାର ଲୋକେ ପହଞ୍ଚିବା ସମୟରେ ନିରୁପମାଙ୍କୁ ଓହ୍ଲାଇ ଦିଆଯାଇଥିଲା।

ପୁଲିସର ଉପସ୍ଥିତିରେ ଡାକ୍ତରୀ ଛାତ୍ରୀଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶବକୁ ବ୍ୟବଚ୍ଛେଦ ପାଇଁ ବ୍ୟବଚ୍ଛେଦ ଗୃହରେ ରଖାଯାଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

publive-image

ମୃତ ନିରୁପମା ଜଣେ ମେଧାବୀ ଛାତ୍ରୀ ହୋଇଥିବା ବେଲେ ବଲାଙ୍ଗୀର ତାଲପାଲିପଡ଼ାରେ ରହୁଥିବା ସମାରୁ ନନ୍ଦଙ୍କ ଝିଅ ବୋଲି ଜଣାପଡ଼ିଛି। ଏନେଇ ସନ୍ଥକବି ଭୀମଭୋଇ ମେଡିକାଲ କଲେଜର ଡିନ୍ ଡାକ୍ତର ସବିତା ମହାପାତ୍ର କହିଛନ୍ତି ଯେ ଏହା ଏକ ସନ୍ଦେହଜନକ ମୃତ୍ୟୁ। ନିରୁପମାଙ୍କ ରୁମରୁ କେମିକାଲ୍ ଗନ୍ଧ ବାହାରୁଥିଲା। ଏନେଇ ପୁଲିସ ତଦନ୍ତ କଲେ ସତ୍ୟାସତ୍ୟ ଜଣାପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe