ବଳଙ୍ଗା ପରେ ନିମାପଡାରେ ନାବାଳିକାଙ୍କ ସନ୍ଦେହ ଜନକ ମୃତ୍ୟୁ: ମା’ ଆଣିଲେ ହତ୍ୟା ଅଭିଯୋଗ

ପୁରୀ ଜିଲ୍ଲା ବଳଙ୍ଗା ପରେ ଏବେ ପୁଣି ନିମାପଡ଼ାରେ ଜଣେ ନାବାଳିକାଙ୍କର ସନ୍ଦେହ ଜନକ ମୃତ୍ୟୁ ଘଟିଛି। ଗତକାଲି ବୁଧବାର ନିମାପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଅଣ୍ଢିଆ ସାହି ଗ୍ରାମର ଏକ ଭଡ଼ା ଘରୁ ଝୁଲନ୍ତା ଅବସ୍ଥାରେ ୧୦ମ ଶ୍ରେଣୀ ଛାତ୍ରୀଙ୍କ ମୃତ ଦେହ ମିଳିଥିଲା...

Suspicious death of minor girl in Nimapada after Balanga: Mother files murder complaint

Suspicious death of minor girl in Nimapada after Balanga: Mother files murder complaint Photograph: (sambad.in)

ବାମନାଳ: ପୁରୀ ଜିଲ୍ଲା ବଳଙ୍ଗା ପରେ ଏବେ ପୁଣି ନିମାପଡ଼ାରେ ଜଣେ ନାବାଳିକାଙ୍କର ସନ୍ଦେହ ଜନକ ମୃତ୍ୟୁ ଘଟିଛି। ଗତକାଲି ବୁଧବାର ନିମାପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଅଣ୍ଢିଆ ସାହି ଗ୍ରାମର ଏକ ଭଡ଼ା ଘରୁ ଝୁଲନ୍ତା ଅବସ୍ଥାରେ ୧୦ମ ଶ୍ରେଣୀ ଛାତ୍ରୀଙ୍କ ମୃତ ଦେହ ମିଳିଥିଲା । ଖବର ପାଇବା ପରେ ନିମାପଡ଼ା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଛାତ୍ରୀଙ୍କ ମୃତ ଦେହ ଉଦ୍ଧାର କରିବା ସହିତ ଅଧିକ ତଦନ୍ତ ଜାରି ରଖିଥିଲା। ତେବେ ଗୁରୁବାର  ଘଟଣାଟି ନୂଆ ମୋଡ଼ ନେଇଥିବା ଦେଖିବାକୁ ମିଳିଛି।

ଗତକାଲି ନାବାଳିକାଙ୍କ ବାପା ନିମାପଡ଼ା ଥାନାରେ ଝିଅର ମୃତ୍ୟୁକୁ ନେଇ ଏକ ଅପ ମୃତ୍ୟୁ ମାମଲା ରୁଜୁ କରିଥିଲେ। ପୁଲିସ ଅଭିଯୋଗ ଅନୁଯାୟୀ ତଦନ୍ତ ଜାରି ରଖିଥିବା ବେଳେ ପୁଣି ଆଜି ନାବାଳିକାଙ୍କ ମା’ ସତ୍ୟଭାମା ପ୍ରଧାନ ଝିଅର ହତ୍ୟା ହୋଇଥିବା ନେଇ ଅଭିଯୋଗ ଆଣିଛନ୍ତି।

ନାବାଳିକାଙ୍କ ବାପା ଦୁଇଟି ବିବାହ କରିଥିବା ବେଳେ ପ୍ରଥମ ସ୍ତ୍ରୀ କୋଣାର୍କରେ ରହୁଛନ୍ତି। ସେ ଦ୍ଵିତୀୟ ସ୍ତ୍ରୀଙ୍କ ପାଖରେ ରହୁଛନ୍ତି। ନାବାଳିକା ଜଣଙ୍କ ପ୍ରଥମ ସ୍ତ୍ରୀଙ୍କ ଝିଅ ହୋଇଥିବାରୁ ତାଙ୍କ ଅନୁପସ୍ଥିତକୁ ନେଇ ବାପା ,ସାବତ ମା’, ଶାଶୁଙ୍କ ସମେତ ଦେଢ଼ଶୁର ମିଶି  ଷଡ଼ଯନ୍ତ୍ର କରିବା ସହିତ ଝିଅକୁ ହତ୍ୟା କରି ଟାଙ୍ଗୀ ଦେଇଥିବା ଅଭିଯୋଗ କରିଛନ୍ତି ନାବାଳିକାଙ୍କ ମା’।

ତେବେ ଝିଅର ମୃତ୍ୟୁ ଖବର ତାଙ୍କ ମା’ଙ୍କୁ ବାପା କିମ୍ବା ପରିବାର ଲୋକ ଜଣାଇ ନଥିବା ବେଳେ ଝିଅକୁ ମାନସିକ ନିର୍ଯାତନା ଦିଆ ଯାଇ ହତ୍ୟା କରାଯାଇଥିବା ମା’ ଅଭିଯୋଗ କରିଛନ୍ତି।ଏମିତିକି ବିଭିନ୍ନ ସମୟରେ ସାବତ ମାଆ ଝିଅକୁ ଜୀବନରୁ ମାରିଦେବା ପାଇଁ ଧମକ ଚମକ ଦେଇ ଆସୁଥିବା କଥା ମଧ୍ୟ ସେ ଅଭିଯୋଗ କରିଛନ୍ତି। ପୁଲିସ କିପରି ସମ୍ପୂର୍ଣ ଘଟଣାର ତର୍ଜମା ନକରି ବାପାଙ୍କ ଅଭିଯୋଗ ଆଧାରରେ ତଦନ୍ତ ଚଳାଇଥିଲା ତାକୁ ନେଇ ସେ ପ୍ରଶ୍ନ କରିବା ସହିତ ଦୋଷୀମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି।  

ସନ୍ଦେହ ଜନକ ମୃତ୍ୟୁକୁ ନେଇ ନାବାଳିକାଙ୍କ ମା’ ହତ୍ୟା ଅଭିଯୋଗ କରିଥିବା ବେଳେ ନିମାପଡ଼ା ପୁଲିସ ୨୫୯/୨୫ରେ ଝିଅର ବାପା,ସାବତ ମା, ବଡ଼ ମା’ଏବଂ ବଡ଼ ବାପାଙ୍କ ନାମରେ ହତ୍ୟା ମାମଲା ରୁଜୁ କରିଥିବା ସୂଚନା ମିଳିଛି। ଅଭିଯୁକ୍ତମାନଙ୍କୁ ଗିରଫ କରା ଯାଇ ନଥିବା ବେଳେ ପୁଲିସ ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡିଛି। ଗୁରୁବାର ସକାଳେ ନାବାଳିକାଙ୍କର ମା’ ଅଭିଯୁକ୍ତଙ୍କୁ ଧରିବା ଦାବିରେ  ଥାନା ଆଗରେ ଧାରଣା ଦେଇଥିଲେ। 

 puri | Crime

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe