ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ; ହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକ, ସ୍ବାମୀ ଅଟକ

Advertisment
ଜିନ୍ଦଲରେ ଟ୍ରେଲର ଡ୍ରାଇଭରଙ୍କ ଆକସ୍ମିକ ମୃତ୍ୟୁ 

bbc

କର୍ଲାମୁଣ୍ଡା : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍‌ ବୋରପଦର ପଞ୍ଚାୟତ ତେଲିସରାବାହାଲି ଗ୍ରାମରେ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତ ମହିଳାଙ୍କ ସ୍ୱାମୀ ଘର ଲୋକେ ଏହା ଆତ୍ମହତ୍ୟା ବୋଲି କହୁଥିବାବେଳେ ବାପଘର ଲୋକେ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି। ପୁଲିସ ମୃତ ମହିଳାଙ୍କ ସ୍ୱାମୀକୁ ଅଟକ ରଖି ପଚରାଉଚୁରା କରୁଥିବା ଜଣାପଡ଼ିଛି।

ସୂଚନାନୁସାରେ ଭଟାପଲା ଲକ୍ଷ୍ମୀପଡ଼ାର ସ୍ୱର୍ଗତ ଯୁଧିଷ୍ଠିର ସାହୁଙ୍କ ଝିଅ କେତକୀ ସହିତ ତେଲିସରାବାହାଲି ଗ୍ରାମର ରାଧେ ସାହୁଙ୍କ ପୁଅ ଆନନ୍ଦ ସାହୁଙ୍କ ଗତ ଜାନୁଆରି ୧୫ ତାରିଖ ବୈଦିକ ରୀତିରେ ବିବାହ ହୋଇଥିଲା। ବିବାହର ଏକ ମାସ ନପୁରୁଣୁ କେତକୀର ସ୍ୱାମୀ, ଶ୍ୱଶୁର, ଶାଶୁ, ନଣନ୍ଦ ଶାରିରୀକ ଓ ମାନସିକ ନିର୍ଯାତନା ଦେଇଆସୁଥିଲେ। ରବିବାର ସକାଳ ୮ଟାରେ ଆନନ୍ଦ ସାହୁ ଶାଶୁକୁ ଫୋନ କରି ତୁମ ଝିଅ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛି ବୋଲି କହିଥିଲେ। ଖବର ପାଇ କେତକୀଙ୍କ ବାପଘର ଲୋକ ସେଠାରେ ପହଞ୍ଚିଥିଲେ। ପରେ କେତକୀର ଶ୍ବଶୁର ଘର ଲୋକ କେତକୀକୁ ହତ୍ୟା କରି ଆତ୍ମହତ୍ୟାର ବାହାନା କରୁଛନ୍ତି ବୋଲି କେତକୀର ବଡ଼ବାପା ଅଫେଶ୍ୱର ସାହୁ ମ.ରାମପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଖବର ପାଇ ମ.ରାମପୁର ଥାନାଧିକାରୀ ସଚିନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ପୁଲିସ ଟିମ ପହଞ୍ଚିଥିଲା। ମାଜିଷ୍ଟ୍ରେଟ ଦାୟିତ୍ୱରେ ତହସିଲଦାର ମିଲନ ଝାଙ୍କର ଉପସ୍ଥିତ ଥିଲେ। ସାଇଣ୍ଟିଫିକ ଟିମ ମଧ୍ୟ ପହଞ୍ଚିବା ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶବର ପଞ୍ଚନାମା କରାଯାଇଥିଲା। ପରେ ଶବବ୍ୟବଚ୍ଛେଦ ପାଇଁ ମ.ରାମପୁର ପଠାଯାଇଥିଲା। ଏନେଇ ମ.ରାମପୁର ଥାନାରେ ଏକ ମାମଲା ରୁଜୁ କରାଯାଇ କେତକୀର ସ୍ୱାମୀ ଆନନ୍ଦକୁ ଥାନାରେ ଅଟକ ରଖି ପଚରାଉଚୁରା ଚାଲିଥିବା ଥାନାଥିକାରୀ ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି।

ପ୍ରକାଶଥାଉକି କେତକୀ ତା’ ବାପ ଘରେ ଥିବାବେଳେ ଗତକାଲି ସନ୍ଧ୍ୟାରେ ଆନନ୍ଦ ଆସି ବୁଝାଇସୁଝାଇ ନିଜ ଘରକୁ ନେଇଥିଲା। ତେଣୁ ତାକୁ ନିଜ ଘରକୁ ଆଣି ସେମାନେ ମାରିଦେଇଛନ୍ତି ବୋଲି ବାପଘର ଲୋକେ ଅଭିଯୋଗ କରିଛନ୍ତି। ମୃତ କେତକୀ ଗର୍ଭବତୀ ଥିଲେ ବୋଲି ଜଣାପଡ଼ିଛି। ଏହାର ନିରପେକ୍ଷ ତଦନ୍ତ କରି ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe