ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ଯୌତୁକଜନିତ ହତ୍ୟା ଅଭିଯୋଗ, ସ୍ୱାମୀ ଅଟକ

Advertisment
ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ଯୌତୁକଜନିତ ହତ୍ୟା ଅଭିଯୋଗ, ସ୍ୱାମୀ ଅଟକ

justdial.com

ବ୍ରହ୍ମପୁର : ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ବଡ଼ ଡାକ୍ତରଖାନା କ୍ୟାମ୍ପସ୍‌ରେ ରହୁଥିବା ଜନୈକା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତ ମହିଳାଙ୍କ ନାମ ସନ୍ତୋଷିନୀ ବେହେରା(୨୧) ବୋଲି ବୈଦ୍ୟନାଥପୁର ଥାନା ଅଧିକାରୀ ସାରଦା ପ୍ରସନ୍ନ ଦାଶ ସୂଚନା ଦେଇଛନ୍ତି। ଝିଅକୁ ଅଧିକ ଯୌତୁକ ଦାବି କରି ତଣ୍ଟିଚିପି ହତ୍ୟା କରାଯାଇଥିବା ବାପା ବାବୁଲା ବେହେରା ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ କ୍ରମେ ପୁଲିସ କେସ୍ ନମ୍ବର ୨୬୬/୨୦ରେ ଏକ ଯୌତୁକଜନିତ ହତ୍ୟା ମାମଲା ରୁଜୁ କରି ସ୍ବାମୀ ଜନ୍‌ ନାୟକଙ୍କୁ ଥାନାରେ ଅଟକ ରଖିଥିବା ପୁଲିସ କହିଛି।

ହିଂଜିଳିକାଟୁ ଥାନା ଅନ୍ତର୍ଗତ କଞ୍ଚୁଡୁ ଗ୍ରାମର ଜନ୍‌ ନାୟକ ବଡ଼ ଡାକ୍ତରଖାନାର ଜଣେ ଡାକ୍ତରଙ୍କ ଗାଡ଼ି ଚଳାଉଛନ୍ତି। ସେ ମେଡିକାଲ କ୍ୱାର୍ଟର୍‌ରେ ନିଜ ପରିବାର ସହିତ ରହୁଛନ୍ତି। ସେ ଗତ ୪ ମାସ ତଳେ ବଡ଼ ଡାକ୍ତରଖାନାରେ ସୁଇପର୍‌ ଭାବେ କାମ କରୁଥିବା ବାବୁଲାଙ୍କ ଝିଅ ସନ୍ତୋଷିନୀଙ୍କୁ ବାହା ହୋଇଥିଲେ। ଜନ୍‌ ପୂର୍ବରୁ ବିବାହିତ ଥିବା ଓ ତାଙ୍କର ଏକ ସନ୍ତାନ ଥିବା ନେଇ ସନ୍ତୋଷିନୀ ଜାଣିବାକୁ ପାଇଥିଲେ। ସନ୍ତୋଷିନୀ ଏହାର ପ୍ରତିବାଦ କରିବାରୁ ତାଙ୍କୁ ସ୍ବାମୀ ଓ ଶ୍ବଶୂର ଘର ଲୋକେ ନିର୍ଯାତନା ଦେଇଥିଲେ। ଏପରିକି ଅଧିକ ଯୌତୁକ ଦାବି କରି ନାନା ହଇରାଣ କରୁଥିଲେ ବୋଲି ବାବୁଲା ଥାନାରେ ଅଭିଯୋଗ କରିଛନ୍ତି। ଗତକାଲି ସଂଧ୍ୟାରେ ସନ୍ତୋଷିନୀ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ଅଭିଯୋଗ କରି ଶ୍ବଶୂର ଘର ଲୋକ ତାଙ୍କୁ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିିଲେ। ଖବର ପାଇ ବାପା ବାବୁଲା ସେଠାରେ ପହଞ୍ଚିଥିଲେ। ଝିଅକୁ ଅଧିକ ଯୌତୁକ ପାଇଁ ନିର୍ଯାତନା ଦେଇ ତଣ୍ଟିଚିପି ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ। ପୁଲିସ ଆଜି ମାଜି‌ଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ପଞ୍ଚନାମା ପରେ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ସ୍ବାମୀକୁ ଅଟକ ରଖି ପୁଲିସ ଅଧିକ ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe