ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ବ୍ରିଜ ଉପରେ ଛୁରୀ, ତଳେ ଯୁବତୀଙ୍କ ମୃତଦେହ

new indian express

ସମ୍ବଲପୁର : ସମ୍ବଲପୁର ଧନୁପାଲି ଥାନା ଭତରା ମଠପାଲିର ଏକ କୂଅ ଭିତରୁ ଜଣେ ଯୁବକଙ୍କ ମୃତଦେହ ଜବତ ହୋଇଛି। ମୃତକ ଜଣକ ହେଲେ ମଠପାଲିର ମନୋରଞ୍ଜନ କୁମ୍ଭାର(୩୬)। ସେ ସୋମବାର ସନ୍ଧ୍ୟାରୁ ନିଖୋଜ ଥିଲେ। ବୁଧବାର ସକାଳେ ମନୋରଞ୍ଜନଙ୍କ ଘର ଠାରୁ ମାତ୍ର ୩୦୦ ମିଟର ଦୂରରେ ଥିବା କୂଅରୁ ତାଙ୍କ ମୃତଦେହ ମିଳିଥିଲା। ସୂଚନା ପାଇ ଧନୁପାଲି ପୁଲିସ ଓ ଅଗ୍ନିଶମ ବାହିନୀ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ମନୋରଞ୍ଜନଙ୍କୁ ଉଦ୍ଧାର କରି ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ମନୋରଞ୍ଜନଙ୍କ ମୁହଁରେ ଆଘାତ ଥିବାରୁ ହତ୍ୟା କରାଯାଇଥିବା ମନୋରଞ୍ଜନଙ୍କ ବଡ ଭାଇ ବନମାଳୀ କୁମ୍ଭାର ସନ୍ଦେହ ପ୍ରକଟ କରିଛନ୍ତି। ଗତ ସପ୍ତାହରେ ଜଣେ ଯୁବକ ଏକ ମାରଣାସ୍ତ୍ର ଧରି ମନୋରଞ୍ଜନଙ୍କୁ ହତ୍ୟା କରିବାକୁ ଗୋଡ଼ାଇ ଥିଲା ବୋଲି ସେ କହିଛନ୍ତି। ସୂଚନା ପାଇ ସୋମବାର ପୁଲିସ ବି ପଡ଼ାକୁ ଯାଇ ବୁଝାସୁଝା କରିଥିଲା। ଉକ୍ତ ଯୁବକ ଜଣକ ଏକାଧିକ ଥର ମନୋରଞ୍ଜନଙ୍କ ସହ ଝଗଡ଼ା କରିଥିବା ତାଙ୍କ ଭାଇ କହିଥିଲେ। ତେବେ କେଉଁ କାରଣକୁ ନେଇ ଉଭୟଙ୍କ ମଧ୍ୟରେ ତିକ୍ତତା ଥିଲା କେହି ଜାଣି ନାହାନ୍ତି। ମନୋରଞ୍ଜନ ହଠାତ ନିଖୋଜ ହେବା ଏବଂ ୨ ଦିନ ପରେ ତାଙ୍କ ମୃତଦେହ ମିଳିବାକୁ ସହଜରେ ପରିବାର ଲୋକେ ଗ୍ରହଣ କରିପାରୁ ନାହାନ୍ତି। ସୋମବାର ତାଙ୍କୁ ହତ୍ୟା କରିବା ପାଇଁ ଗୋଡ଼ାଇଥିବା ଯୁବକ ଜଣକ ହତ୍ୟା କରି କୂଅରେ ଫୋପାଡ଼ି ଦେଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe