ମାର୍ଶାଘାଇ ବ୍ଲକ୍‌ ଦଶୀପୁର ଗ୍ରାମରୁ ସନ୍ଦିଗ୍ଧ ପାରା ଉଦ୍ଧାର

Advertisment
ମାର୍ଶାଘାଇ ବ୍ଲକ୍‌ ଦଶୀପୁର ଗ୍ରାମରୁ ସନ୍ଦିଗ୍ଧ ପାରା ଉଦ୍ଧାର

ମାର୍ଶାଘାଇ : କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ୍‌ ଦଶୀପୁର ଗ୍ରାମର ଜୀବନ ମାଝୀ ସୋମବାର ଦିନ ସ୍ଥାନୀୟ ଅଞ୍ଚଳରୁ ଏକ ପାରା ଉଦ୍ଧାର କରିଛନ୍ତି। ଏହି ପାରାଟିର ଗୋଡ଼ରେ ଏକ ମୁଦ ଲାଗିଥିବା ବେଳେ ‌ସେଥି‌ରେ ଇଂରାଜୀରେ ‘ଭିଏଚ୍‌ପିଏ.ଭାଇଜାଗ୍‌.୧୯୭୪’ ଲେଖାଯାଇଛି। ଏହି ପାରାଟି କେଉଁଠୁ ଆସିଲା ଓ କେଉଁ ଉଦ୍ଦେଶ୍ୟରେ ଏହାର ଗୋଡ଼ରେ ଏଭଳି ମୁଦ ଲାଗିଛି, ତାହାକୁ ‌ନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ। କୌଣସି ବାର୍ତ୍ତା ପ୍ରେରଣ ଉଦ୍ଦେଶ୍ୟରେ ପାରାଟିକୁ ଛଡ଼ା ଯାଇଥିବା ଆଶଙ୍କା କରାଯାଉଛି। ସ୍ଥାନୀୟ ପୁଲିସକୁ ଏ ସଂପର୍କରେ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe