ଏସ୍‌ଭିଏମ୍ କଲେଜ ନାଁରେ ଜାଲ୍‌ ଚିଠିକୁ ନେଇ ତନାଘନା

Advertisment
ଏସ୍‌ଭିଏମ୍ କଲେଜ ନାଁରେ ଜାଲ୍‌ ଚିଠିକୁ ନେଇ ତନାଘନା

ଜଗତସିଂହପୁର ଟାଉନ୍ : ସ୍ବାମୀ ବିବେକାନନ୍ଦ ସ୍ମାରକୀ (ଏସଭିଏମ୍) ସ୍ବୟଂଶାସିତ ମହାବିଦ୍ୟାଳୟର ଜାଲ୍ ଚିଠିକୁ ନେଇ କର୍ତ୍ତୃପକ୍ଷ ତନାଘନା ଆରମ୍ଭ କରିଛନ୍ତି। କିଏ, କାହିଁକି, କେଉଁ ଉଦ୍ଦେଶ୍ୟରେ ଏହି ଚିଠି କଲା ତାକୁ ନେଇ ଆରମ୍ଭ ହୋଇଛି ତର୍ଜମା। ଗତକାଲି ହ୍ବାଟସଆପ୍ ଗ୍ରୁପ୍ ଏବଂ ବ୍ୟକ୍ତିଗତ ଭାବେ ଓ ଅନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହି ଚିଠି ଭାଇରାଲ୍ ହୋଇଥିଲା। କଲେଜ କର୍ତ୍ତୃପକ୍ଷ ଏହାକୁ ଖଣ୍ଡନ କରିଥିବା ବେଳେ ଆଜି ସଂଲଗ୍ନ ଚିଠିର ପ୍ରିଣ୍ଟ୍ ଆଉଟ୍ ସହ ଜଗତସିଂହପୁର ଥାନାରେ ଏତଲା ଦେଇଛନ୍ତି ଅଧ୍ୟକ୍ଷ ପ୍ରଫେସର ବିଜୟ କୁମାର ପାତ୍ର।

ଫେବ୍ରୁଆରି ୧୪ ପୂର୍ବରୁ ପ୍ରତ୍ୟେକ ଛାତ୍ରୀ ଜଣେ ଜଣେ ପୁରୁଷ ବନ୍ଧୁ କରିବାକୁ ବାଧ୍ୟ!
ଥାନାରେ ଏତଲା ଦେଲେ ଅଧ୍ୟକ୍ଷ

publive-image

ଶ୍ରୀ ପାତ୍ର କହିଛନ୍ତି ଏସଭିଏମ୍ କଲେଜ ଭଳି ଏକ ଶିକ୍ଷାନୁଷ୍ଠାନକୁ ବଦନାମ୍ କରିବା ପାଇଁ କେହି କୁଚକ୍ରୀ ଗୋଷ୍ଠୀ ଷଡଯନ୍ତ୍ର କରୁଛନ୍ତି। ଯାହାକୁ ନେଇ କଲେଜ ନାଁ ଓ ଅଧ୍ୟକ୍ଷଙ୍କ ଡିଜିଟାଲ୍ ଦସ୍ତଖତକୁ ଜାଲ୍ କରି ଏପରି ଚିଠି ତିଆରି କରି ଭାଇରାଲ୍ କରାଯାଉଛି। ଏମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୁଲିସକୁ ନିବେଦନ କରାଯାଇଛି।

ପୁଲିସ ଠାରୁ ମିଳିଥିବା ସୂଚନା ଅନୁସାରେ, ଏହି ଚିଠି ପ୍ରଥମେ କେଉଁ ହ୍ବାଟସଆପ୍ ନମ୍ବରରୁ ଆସିଥିଲା, କିଏ ଏହି ଚିଠି ପାଇଥିଲେ, କେଉଁ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ପ୍ରଥମେ ପୋଷ୍ଟ ହୋଇଥିଲା, ସେ ସମ୍ପର୍କରେ ଖୋଳତାଡ଼ କରାଯିବ। ଆବଶ୍ୟକ ପଡ଼ିଲେ କ୍ରାଇମବ୍ରାଞ୍ଚ ସାଇବର ସେଲ୍‌ର ସହାୟତା ନିଆଯିବ। ଏଠାରେ ଉଲ୍ଲେଖଯୋଗ୍ୟ, ଗତକାଲି ଯେଉଁ ଚିଠି ଭାଇରାଲ୍ ହୋଇଥିଲା ସେଥିରେ ଉଲ୍ଲେଖ ରହିଥିଲା ଯେ ଫେବ୍ରୁଆରି ୧୪ ପୂର୍ବରୁ ପ୍ରତ୍ୟେକ ଛାତ୍ରୀ ଜଣେ ଲେଖାଏ ପୁରୁଷ ବନ୍ଧୁ କରିବାକୁ ବାଧ୍ୟ। ଏପରିକି ପୁରୁଷ ବନ୍ଧୁଙ୍କ ସହ ମିଳିତ ଫଟୋକୁ ପରିଚୟପତ୍ର ଭାବେ ଆଣିବାକୁ ଜାଲ୍ ନୋଟିସରେ କୁହାଯାଇଛି। ନଚେତ୍ ସେମାନଙ୍କୁ କଲେଜ ଭିତରକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ। ସୁରକ୍ଷା ଦୃଷ୍ଟିରୁ ଏପରି କରା ଯାଇଥିବା ଚିଠିରେ ଉଲ୍ଲେଖ ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe