ଖୋର୍ଦ୍ଧା ଜିଲ୍ଲାରେ ୧୧ଜଣଙ୍କ ପୁନର୍ବାର ସ୍ୱାବ୍ ପରୀକ୍ଷଣ

ଅନୁଗୁଳ : ଆଉ ୫ ଜଣଙ୍କ ସ୍ବାବ୍‌ ସଂଗ୍ରହ

Financial Times

ଖୋର୍ଦ୍ଧା: ଭୁବନେଶ୍ୱର ମହାନଗର ନିଗମ ଇଲାକା ବ୍ୟତୀତ ଖୋର୍ଦ୍ଧା ଜିଲ୍ଲାରେ ଗତକାଲି ୧୮ ଜଣ ସନ୍ଦିଗ୍ଧଙ୍କ ସ୍ୱାବ୍ ପରୀକ୍ଷଣ କରାଯାଇଥିବା ବେଳେ ୧୧ ଜଣଙ୍କ ପୁନଃ ପରୀକ୍ଷଣ କରାଯାଇଛି।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନାନୁସାରେ, ୮ ତାରିଖ ସୁଦ୍ଧା ୨୫୬ଜଣଙ୍କ ସ୍ୱାବ୍ ପରୀକ୍ଷଣ ପାଇଁ ପଠାଯାଇଥିବା ବେଳେ ସେ ମଧ୍ୟରୁ ୧୪୨ଜଣଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା। ଗତକାଲି ରାତି ସୁଦ୍ଧା ଖୋର୍ଦ୍ଧା ଜିଲ୍ଲାର ୪ଟି ସ୍ୱାସ୍ଥ୍ୟ ପରୀକ୍ଷଣ କେନ୍ଦ୍ରରୁ ୧୮ଟି ସ୍ୱାବ୍ ନମୁନା ପଠାଯାଇଥିବା ବେଳେ ୧୧ଜଣ ସନ୍ଦିଗ୍ଧଙ୍କ ସ୍ୱାବ୍ ନମୁନା ପୁଣି ପରୀକ୍ଷା ପାଇଁ ପଠାଯାଇଛି। ସେହିଭଳି ଆଜି ସୁଦ୍ଧା ୩୬୬୯ ବିଦେଶୀ ଓ ରାଜ୍ୟ ବାହାରର ବ୍ୟକ୍ତିଙ୍କ ମଧ୍ୟରୁ ୩୬୧୫ଜଣ ନିଜର ସ୍ୱଗୃହ ଏକାନ୍ତବାସ ଅବଧି ପୂରଣ କରିଥିବା ବେଳେ ୫୪ଜଣଙ୍କୁ ନିରୀକ୍ଷଣରେ ରଖାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe