ଖୋର୍ଦ୍ଧାରୁ ଆଜି ସୁଦ୍ଧା ୭୬୫ ଓ ଆଜି ସର୍ବନିମ୍ନ ୧୬ ଟି ସ୍ୱାବ୍ ନମୁନା ସଂଗୃହିତ

ଦ୍ବିତୀୟ ଲହରର ଗୋଟିଏ ଦିନରେ ସର୍ବାଧିକ ୩୯୯୦ ସ୍ବାବ୍‌ ସଂଗ୍ରହ

Financial Times

ଖୋର୍ଦ୍ଧା : ଭୁବନେଶ୍ୱର ମହାନଗର ନିଗମ ବ୍ୟତୀତ ଖୋର୍ଦ୍ଧା ଜିଲ୍ଲାରେ ଥିବା ୪ଟି ସ୍ୱାସ୍ଥ୍ୟ ପରୀକ୍ଷଣ କେନ୍ଦ୍ରରୁ ୧୬ଟି ସ୍ୱାବ୍ ନମୁନା ସଂଗ୍ରହ କରାଯାଇ ପରୀକ୍ଷଣ ପାଇଁ ପଠାଯାଇଛି।

ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନାନୁସାରେ, ଆଜି ସୁଦ୍ଧା ୭୬୫ଟି ସ୍ୱାବ୍ ନମୁନା ସଂଗ୍ରହ କରାଯାଇ ପରୀକ୍ଷଣ ପାଇଁ ପଠାଯାଇଥିବା ବେଳେ ଗତ ୪ ଦିନରେ ସର୍ବନିମ୍ନ ସ୍ୱାବ୍ ନମୁନା ଆଜି ସଂଗୃହିତ ହୋଇଛି । ଖୋର୍ଦ୍ଧାରୁ ୪, ଟାଙ୍ଗୀରୁ ୨, ବୋଲଗଡ଼ ୬, ବାଳକାଟି ୪ଟି ସଂଗୃହିତ ହୋଇଥିବା ବେଳେ ସର୍ବାଧିକ ବିଦେଶାଗତ ଥିବା ବାଣପୁର ବ୍ଲକରୁ କୌଣସି ନମୁନା ସଂଗ୍ରହ କରାଯାଇନାହିଁ ।

ତେବେ ୫ ଦିନ ପୂର୍ବେ ଦୈନିକ ୫୦ ସ୍ୱାବ୍ ନମୁନା ସଂଗ୍ରହ କରି ପଠାଇବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ଏନେଇ ଜିଲ୍ଲାପାଳ ସୀତାଂଶୁ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସି ସ୍ୱାବ୍ ପରୀକ୍ଷଣକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ନିର୍ଦ୍ଦେଶାନୁସାରେ, ୧୬ ତାରିଖରେ ଖୋର୍ଦ୍ଧାରୁ ୮ଟି, ବୋଲଗଡ଼ରୁ ୧୫, ବାଳକାଟରୁ ୧୫, ବାଣପୁରରୁ ୧୩ ଏଭଳି ୬୪ଟି ସ୍ୱାବ୍ ନମୁନା ସଂଗୃହିତ ହୋଇଥିବା ବେଳେ ୧୭ ତାରିଖରେ ଖୋର୍ଦ୍ଧାରୁ ୧୧, ଟାଙ୍ଗୀରୁ ୨୦, ବୋଲଗଡ଼ରୁ ୧୧, ବାଳକାଟିରୁ ଓ ବାଣପୁରରୁ ୧୬ ଟି ଲେଖାଏଁ ଏଭଳି ମୋଟ ୭୪ଟି ସ୍ୱାବ୍ ନମୁନା ପରୀକ୍ଷଣ ପାଇଁ ପଠାଯାଇଥିଲା । ୧୮ ତାରିଖରେ ଖୋର୍ଦ୍ଧାରୁ ୯, ଟାଙ୍ଗୀରୁ ୭, ବୋଲଗଡ଼ରୁ ୧୧, ବାଳକାଟିରୁ ୨୩ ଓ ବାଣପୁରରୁ ୧୪ ଏଭଳି ୬୪ଟି ସ୍ୱାବ୍ ନମୁନା ଭୁବନେଶ୍ୱର ଆଂଚଳିକ ସ୍ୱାସ୍ଥ୍ୟ ପରୀକ୍ଷଣ ପ୍ରତିଷ୍ଠାନ ଓ ଏମ୍ସକୁ ପଠାଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe