ଶିଆଳିପତ୍ର ଖଲି ପ୍ରସ୍ତୁତ କରି ସ୍ବାବଲମ୍ବୀ ରଶ୍ମିତା: ପଲିଥିନ୍‌ ବ୍ୟବହାର ନ କରିବାକୁ ସଚେତନତା

Advertisment

ପଲିଥିନ୍ ଓ କାଗଜ ବଦଳରେ ଶିଆଳିପତ୍ର ଖଲିରେ ଖାଇବା ସ୍ବାସ୍ଥ୍ୟକର। ବିଶେଷ କରି ସକାଳେ ଓ ସନ୍ଧ୍ୟାରେ ଜଳଖିଆ ଖାଇବାକୁ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଶିଆଳିପତ୍ର ଖଲି ଓ ପ୍ଲେଟ୍‌ର ବହୁଳ ବ୍ୟବହାର ହେଉଛି।

ପଲିଥିନ୍ ଓ କାଗଜ ବଦଳରେ ଶିଆଳିପତ୍ର ଖଲିରେ ଖାଇବା ସ୍ବାସ୍ଥ୍ୟକର। ବିଶେଷ କରି ସକାଳେ ଓ ସନ୍ଧ୍ୟାରେ ଜଳଖିଆ ଖାଇବାକୁ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଶିଆଳିପତ୍ର ଖଲି ଓ ପ୍ଲେଟ୍‌ର ବହୁଳ ବ୍ୟବହାର ହେଉଛି।

gdjgdgdjgj

ଭଞ୍ଜନଗର: ପଲିଥିନ୍ ଓ କାଗଜ ବଦଳରେ ଶିଆଳିପତ୍ର ଖଲିରେ ଖାଇବା ସ୍ବାସ୍ଥ୍ୟକର। ବିଶେଷ କରି ସକାଳେ ଓ ସନ୍ଧ୍ୟାରେ ଜଳଖିଆ ଖାଇବାକୁ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଶିଆଳିପତ୍ର ଖଲି ଓ ପ୍ଲେଟ୍‌ର ବହୁଳ ବ୍ୟବହାର ହେଉଛି। ଆଉ ଏହି ଶିଆଳିପତ୍ର ଖଲି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରର ରଶ୍ମିତା ପାତ୍ରଙ୍କୁ ଆତ୍ମନିର୍ଭରଶୀଳ କରାଇଛି। ଏହି ଅଭିଯାନରେ ସେ ଅନ୍ୟ ମହିଳାଙ୍କୁ ସାମିଲ କରିବା ସହ ପଲିଥିନ୍ ବ୍ୟବହାର ନ କରିବାକୁ ଜଳଖିଆ ଦୋକାନୀଙ୍କ ସମେତ ବିଭିନ୍ନ ବର୍ଗର ଲୋକଙ୍କୁ ସଚେତନ କରିଆସୁଛନ୍ତି।

ଭଞ୍ଜନଗର ସହର ୭ ନମ୍ବର ୱାର୍ଡ ବ୍ରାହ୍ମଣସାହିର ବାସିନ୍ଦା ହେଉଛନ୍ତି ରଶ୍ମିତା। ତାଙ୍କ ଶାଶୂ ଶିଆଳିପତ୍ରରେ ଖଲି ତିଆରି କରୁଥିଲେ। ରଶ୍ମିତା ଶାଶୂଙ୍କଠାରୁ ଏହି କଳା ଶିଖିଥିଲେ। ୨୦୧୧ ମସିହାରେ ସରକାର ପଲିଥିନ୍ ବ୍ୟବହାର ଉପରେ କଟକଣା ଲଗାଇବାରୁ ଶିଆଳିପତ୍ର ଖଲିର ଚାହିଦା ବଢ଼ିଥିଲା। ତଥାପି ଆଶାନୁରୂପକ ଲାଭ ହେଉ ନଥିଲା। ୨୦୧୯ ମସିହାରେ କଟକଣା କଡ଼ାକଡ଼ି ହେବାରୁ ବରାଦ ପରିମାଣ ବଢ଼ିବା‌ରେ ଲାଗିଲା। ଏହାପରେ କିଛି ମହିଳାଙ୍କୁ ନେଇ ମା’ମଙ୍ଗଳା ଏସ୍‌ଏଚ୍‌ଜି ଗଠନ କରି ଋଣ ଆଣିଥିଲେ। ସେହି ଟଙ୍କାରେ କଞ୍ଚାମାଲ କିଣିବା ସହ ଅନ୍ୟ ମହିଳାମାନଙ୍କୁ ମଧ୍ୟ ଏଥିରେ ସାମିଲ କରିଥିଲେ।      

ବର୍ତ୍ତମାନ ଅନେକ ମହିଳା ରଶ୍ମିତାଙ୍କ ସହ ଏହି ଅଭିଯାନରେ ସାମିଲ ହୋଇଛନ୍ତି। ସେହିପରି ପରିବାରର ଅନ୍ୟ ସଦସ୍ୟମାନେ ବି ସହଯୋଗ କରୁଛନ୍ତି। ୪୦ଟି ଛୋଟ ଖଲି ଓ ପ୍ଲେଟ୍ ବିଡ଼ା ପିଛା ୧୦ ଟଙ୍କାରେ ବିକ୍ରି କରାଯାଉଛି। ଜଙ୍ଗଲ ନିକଟବର୍ତ୍ତୀ ଗାଁଗୁଡ଼ିକରୁ ଶିଆଳିପତ୍ର କିଣିଥାନ୍ତି। ଏଥିସହ ସିଲେଇ ପାଇଁ ଆବଶ୍ୟକ ପଡ଼ୁଥିବା ଶିଙ୍କୁଳା ବା ଖଡ଼ିକା କାଶତଣ୍ଡିରୁ ସଂଗ୍ରହ ହୋଇଥାଏ। ଏଥିରୁ ମିଳୁଥିବା କିଛି ଲାଭାଂଶରୁ ରଶ୍ମିତା ଘରେ ଏକ ତେଜରାତି ଦୋକାନ ମଧ୍ୟ ଆରମ୍ଭ କରିଛନ୍ତି। ଉନ୍ନତମାନର ଉପକରଣ ଓ ଆବଶ୍ୟକ ତାଲିମ ପାଇଲେ ରୋଜଗାର ଆହୁରି ବଢ଼ିବ ବୋଲି ରଶ୍ମିତା ଆଶା ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe