ଟେଲରିଂ କରି ସ୍ବାବଲମ୍ବୀ ସୁଭଦ୍ରା

Advertisment
ଟେଲରିଂ କରି ସ୍ବାବଲମ୍ବୀ ସୁଭଦ୍ରା

ରିଆମାଳ : ରିଆମାଳ ବ୍ଲକ ନୂଆଁପଡା ଗ୍ରାମର‌ ସନ୍ତୋଷ ପ୍ରଧାନଙ୍କ ସ୍ତ୍ରୀ ସୁଭଦ୍ରା ପ୍ରଧାନ ଟ୍ରେଲରିଂ କରି ସ୍ବାବଲମ୍ବୀ ହୋଇ ପାରିଛନ୍ତି। ପରିବାର ଚଳାଇବାରେ‌ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ସହ ଅଞ୍ଚଳବାସୀଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସେ ବିବାହ ପରେ ଘରେ‌ ବସି ରହିଥିଲେ। ଏହା ପରେ କୁଣ୍ଢେଇଗୋଳାରେ ୨୦୧୬ ମସିହାରୁ ତାଲିମ ନେଇଥିଲେ। ପରେ ମିସନ ଶକ୍ତିରୁ ୧୦ ହଜାର ଟଙ୍କାର ଋଣ ନେଇ ଏକ ସିଲେଇ ମେସିନ ଆଣି ପୋଷାକ ତିଆରି କଲେ।

ଏହା ପରେ ଦେବଗଡ଼ ଡିଆଇସି କାର୍ଯ୍ୟଳୟରୁ ୩ ଲକ୍ଷ ଟଙ୍କା ଋଣ ନେଇ ଏକ ଦୋକାନ ଘର ନିର୍ମାଣ ସହ ଆଉ ଏକ ବିଦ୍ୟୁତ ସିଲେଇ ମେସିନ, ଜିକ୍‌ଜାକ୍ ମେସିନ କିଣି ବ୍ୟବସାୟକୁ ଆଗକୁ ବଢ଼ାଇଥିଲେ। ସେ ବିଭିନ୍ନ ଡିଜାଇନ୍‌ର ବ୍ଲାଉଜ୍, ଡ୍ରେସ୍‌, ସାର୍ଟ, ସ୍କୁଲ, କଲେଜ ପିଲାଙ୍କ ୟୁନିଫର୍ମ ଆଦି ସିଲେଇ କରୁଛନ୍ତି। ସହଯୋଗ କରିବାକୁ ଜଣକୁ ରଖିଛନ୍ତି। ସୁଭଦ୍ରା ମାସିକ ୧୦ ହଜାର ଟଙ୍କାରୁ ଅଧିକ ଅର୍ଥ ରୋଜଗାର କରି ପାରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe