ସ୍ବାଭିମାନ ଦିବସ ପାଳିତ: ମଧୁବାବୁଙ୍କୁ ମରଣୋତ୍ତର ଭାରତରତ୍ନ ମିଳିବା ପାଇଁ ଦାବି କଲେ ଆଇନଜୀବୀ

ସ୍ବାଭିମାନ ଦିବସ ପାଳିତ: ମଧୁବାବୁଙ୍କୁ ମରଣୋତ୍ତର ଭାରତରତ୍ନ ମିଳିବା ପାଇଁ ଦାବି କଲେ ଆଇନଜୀବୀ

ବୀରମହାରାଜପୁର: ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସାମ୍ବାଦିକ ଭବନରେ ରବିବାର ପୂର୍ବାହ୍‌ଣରେ ସ୍ବାଭିମାନ ଦିବସ ପାଳିତ ହୋଇଛି। ‘ସମ୍ବାଦ’ର ସ୍ଥାନୀୟ ପ୍ରତିନିଧି ଯୁଗଳ କିଶୋର ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆଇନଜୀବୀ, ଶିକ୍ଷାବିତ ଓ ସମାଜସେବୀମାନେ ଯୋଗ ଦେଇ ମଧୁବାବୁଙ୍କୁ ମରଣୋତ୍ତର ଭାରତରତ୍ନ ମିଳିବା ପାଇଁ ଦାବି କରିଛନ୍ତି।

ପ୍ରଥମେ ମଧୁବାବୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ମୁଖ୍ୟ ଅତିଥି ତଥା ବରିଷ୍ଠ ଆଇନଜୀବୀ ରଞ୍ଜନ କୁମାର କର ଯୋଗଦେଇ ମଧୁବାବୁଙ୍କ ଉଦ୍ୟମରେ ଓଡ଼ିଶା ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଗଠନ ହୋଇଥିଲା। ମୁଖ୍ୟ ବକ୍ତା ତଥା ଶିକ୍ଷକ ସୁଧୀର କୁମାର ହୋତା ମଧୁବାବୁଙ୍କ ଜୀବନ ଦର୍ଶନ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବୀରମହାରାଜପୁର ଓକିଲ ସଂଘର ସମ୍ପାଦକ ଭରତ ଲାଲ୍ ଅଗ୍ରୱାଲ, ବରିଷ୍ଠ ଆଇନଜୀବୀ ଯୁଧିଷ୍ଠୀର ସାହୁ, ଆଇନଜୀବୀ ଚିତ୍ତରଞ୍ଜନ ସେଠୀ, ଆଶ୍ରୟ ମହାନନ୍ଦ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ପଣ୍ଡା, ଚମ୍ପେଶ୍ୱର ପ୍ରଧାନ, ବରିଷ୍ଠ ସାମ୍ବାଦିକ ସତ୍ୟବାନ୍ ପୁରୋହିତ, ବିଶିଷ୍ଟ ଉଦ୍ୟନବିତ୍ ଧର୍ମୁ ଧଳ, ସମାଜସେବୀ ରବି ନାରାୟଣ ପଣ୍ଡା, ଦିଲ୍ଲୀପ କୁମାର ପଧାନ, ତ୍ରିନାଥ ପଧାନ, ମଙ୍ଗଲ ପଧାନ ପ୍ରମୁଖ ମଧୁବାବୁଙ୍କ ଜିବନୀ ଉପରେ ଆଲୋଚନା କରିଥିଲେ। ଶେଷରେ ଯୁଗଳ କିଶୋର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe