ଏପ୍ରିଲ ୨୮ରେ ସ୍ବାଭିମାନ ଦିବସ କାର୍ଯ୍ୟକ୍ରମ ବାତିଲ

Advertisment
ଏପ୍ରିଲ ୨୮ରେ ସ୍ବାଭିମାନ ଦିବସ କାର୍ଯ୍ୟକ୍ରମ ବାତିଲ

odisha.gov.in

ଭୁବନେଶ୍ବର: : ‘ସମ୍ବାଦ’ ଆମ ଓଡ଼ିଶା ପକ୍ଷରୁ ପ୍ରତିବର୍ଷ ଏପ୍ରିଲ ୨୮ ତାରିଖରେ ଅନୁଷ୍ଠିତ ହେଉଥିବା ‘ସ୍ବାଭିମାନ ଦିବସ’ କାର୍ଯ୍ୟକ୍ରମକୁ ଏ ବର୍ଷ କୋଭିଡ-୧୯ ପ୍ରତିରୋଧ ପାଇଁ ଲାଗୁ ଦେଶବ୍ୟାପୀ କଟକଣାକୁ ଦୃଷ୍ଟିରେ ରଖି ବାତିଲ୍ କରାଯାଇଛି।

ପ୍ରକାଶ ଥାଉକି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ପ୍ରତିବର୍ଷ ଏପ୍ରିଲ ୨୮ ତାରିଖରେ ରାଜ୍ୟର ସମସ୍ତ ବ୍ଲକ୍ ଓ ପୌରାଞ୍ଚଳରେ ସମ୍ବାଦ ‘ଆମ ଓଡ଼ିଶା’ ପକ୍ଷରୁ ସ୍ବାଭିମାନ ଦିବସ ଉତ୍ସବ ପାଳିତ ହୋଇଆସୁଛି। ଏହିଦିନ ସକାଳେ କଟକ ଗୋରାକବର ଓ ମଧୁସୂଦନ ପାର୍କ ପରିସରରେ ଶ୍ରଦ୍ଧାଞ୍ଜଳି ସଭା ଓ ମାଲ୍ୟାର୍ପଣ ତଥା ସନ୍ଧ୍ୟାରେ ଭୁବନେଶ୍ବରସ୍ଥିତ ଆମ ଓଡ଼ିଶା କାର୍ଯ୍ୟାଳୟ ପରିସରରେ ରାଜ୍ୟସ୍ତରୀୟ ସ୍ବାଭିମାନ ଦିବସ ବତ୍କୃତାମାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ମାତ୍ର ଏବର୍ଷ ସାରାଦେଶରେ ଲାଗୁ ରହିଥିବା ଲକ୍‌ଡାଉନ୍ କାରଣରୁ ଏ ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି। ଦୀର୍ଘ ୧୭ ବର୍ଷ ଧରି ନିରବିଚ୍ଛିନ୍ନ ଭାବରେ ପାଳିତ ହୋଇଆସୁଥିବା ଏହି କାର୍ଯ୍ୟକ୍ରମକୁ ଜନସ୍ବାର୍ଥ ଦୃଷ୍ଟିରୁ ଆମେ ଏବର୍ଷ ବାତିଲ୍ କରିବା ପାଇଁ ବାଧ୍ୟ ହେଲୁ ବୋଲି ଆମ ଓଡ଼ିଶାର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe