କଟକ ମହାନଗରରେ ୧୫ରୁ ୧୭ ସ୍ୱଚ୍ଛ ଭାରତ ସର୍ବେକ୍ଷଣ

Advertisment

କେନ୍ଦ୍ରରୁ ଆସିବେ ଟିମ୍‌; ପରଖିବେ ସ୍ୱଚ୍ଛତା

କେନ୍ଦ୍ରରୁ ଆସିବେ ଟିମ୍‌; ପରଖିବେ ସ୍ୱଚ୍ଛତା

କଟକ ମହାନଗରରେ ୧୫ରୁ ୧୭ ସ୍ୱଚ୍ଛ ଭାରତ ସର୍ବେକ୍ଷଣ

କଟକ : ଫେବ୍ରୁଆରି ୧୫ରୁ ୧୭ ତାରିଖ ପର୍ଯ୍ୟନ୍ତ କଟକ ମହାନଗରରେ ହେବ ସ୍ୱଚ୍ଛ ଭାରତ ସର୍ବେକ୍ଷଣ। କେନ୍ଦ୍ରରୁ ଆସିଥିବା ପ୍ରତିନିଧି ଦଳ କଟକ ମହାନଗରର ସ୍ୱଚ୍ଛତା ପରୀକ୍ଷା କରି ରିପୋର୍ଟ ଦେବେ। ସେହି ଅନୁଯାୟୀ କଟକର ର‍୍ୟାଙ୍କ ପ୍ରସ୍ତୁତ ହେବ।

ସ୍ୱଚ୍ଛତା କ୍ଷେତ୍ରରେ କଟକର ପୂର୍ବ ରେକର୍ଡ ଭଲ ନଥିବା ବେଳେ ଏଥିରେ ସୁଧାର ଆଣିବାକୁ ମହାନଗର ନିଗମ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଥିଲା। ଅଭିନେତା, ଅଭିନେତ୍ରୀ ମାନଙ୍କୁ ବ୍ରାଣ୍ଡ୍‌ ଆମ୍ବାସଡର ଭାବେ ନିୟୋଜନ କରାଯାଇଥିଲା। କିନ୍ତୁ ଆସନ୍ତା ୧୫ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ କଟକରେ ରହିବାକୁ ଥିବା କେନ୍ଦ୍ରୀୟ ଟିମ୍‌ କଟକର ବାସ୍ତବ ସ୍ଥିତି ପରଖିବେ। ସ୍ୱଚ୍ଛତା ଦିଗରେ କଟକ ମହାନଗର ନିଗମ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ, ଆଗାମୀ କାର୍ଯ୍ୟକ୍ରମ ତଥା ଯୋଜନାର ଯାଞ୍ଚ କରିବେ। ଏହା ବ୍ୟତୀତ କେନ୍ଦ୍ରୀୟ ଟିମ୍‌ ଅଚାନକ ବିଭିନ୍ନ ଅଞ୍ଚଳ ଗସ୍ତ କରି ସ୍ୱଚ୍ଛତାର ବାସ୍ତବ ସ୍ଥିତି ପରଖିବେ। ଜନସାଧାରଣଙ୍କ ସହ ଆଲୋଚନା କରିବେ। ସେମାନଙ୍କର ମତାମତ ସଂଗ୍ରହ କରିବେ। ବିଭିନ୍ନ କମିଟି ଓ ସଂଗଠନ ସହ ମଧ୍ୟ ଆଲେଚନା କରି ଏହି କେନ୍ଦ୍ରୀୟ ଟିମ୍‌ ତଥ୍ୟ ସଂଗ୍ରହ କରିବ।

ସ୍ୱଚ୍ଛତା ପରଖିବା ପାଇଁ କେନ୍ଦ୍ରୀୟ ଟିମ୍‌ ଆସିବା ସଂକ୍ରାନ୍ତରେ ଆଜି ଚିଠି ମିଳିବା ପରେ କଟକ ମହାନଗର ନିଗମ କର୍ତ୍ତୃପକ୍ଷ ଏ ଦିଗରେ ପ୍ରସ୍ତୁତିପର୍ବ ଆରମ୍ଭ କରି ଦେଇଛନ୍ତି। କେନ୍ଦ୍ରୀୟ ଟିମ୍‌ ଯେଉଁ ଯେଉଁ କ୍ଷେତ୍ର ଯାଞ୍ଚ କରିବ, ସେଥିରେ ଯେଭଳି କୌଣସି ତ୍ରୁଟି ନରୁହେ, ସେ ଦିଗରେ ପଦକ୍ଷେପ ନେଉଛନ୍ତି। ହେଲେ ଜାଇକା କାମକୁ ନେଇ କଟକରେ ଯେଭଳି ସ୍ଥିତି ସୃଷ୍ଟି ହୋଇଛି ଏବଂ ରାମ୍‌କୀ ହାତରେ ଠିକାରେ ଥିବା ବର୍ଜ୍ୟବସ୍ତୁ ପରିଚାଳନା ଯେଭଳି ଶୋଚନୀୟ ହୋଇ ପଡ଼ିଛି ସେଥିରେ ସ୍ୱଚ୍ଛତା ସର୍ବେକ୍ଷଣରେ କଟକ କେତେ ଆଗକୁ ଯାଇ ପାରିବ, ତାହାକୁ ନେଇ ବିଭିନ୍ନ ମହଲରେ ଆଶଙ୍କା ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe