୨୬ରୁ ସ୍ବଦେଶୀ ମେଳା : ସାରା ଦେଶରୁ ଯୋଗ ଦେବେ ବ୍ୟବସାୟୀ

Advertisment
୨୬ରୁ ସ୍ବଦେଶୀ ମେଳା : ସାରା ଦେଶରୁ ଯୋଗ ଦେବେ ବ୍ୟବସାୟୀ

ଭୁବନେଶ୍ବର : ଭାରତୀୟ ବିପଣନ କେନ୍ଦ୍ର ଏବଂ ସ୍ବଦେଶୀ ଜା‌ଗରଣ ମଞ୍ଚ, ଓଡ଼ିଶାର ମିଳିତ ଆନୁକୂଲ୍ୟରେ ପଟିଆସ୍ଥିତ କ୍ଲବ ଟାଉନ୍‌ ପଡ଼ିଆରେ ଆସନ୍ତା ଅକ୍ଟୋବର ୨୬ ତାରିଖରୁ ସ୍ବଦେଶୀ ମେଳା ଆରମ୍ଭ ହେବ। ନଭେମ୍ବର ୫ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମେଳାକୁ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍‌ ଉଦ୍‌ଘାଟନ କରିବେ। ଏଥିରେ ସ୍ଥାନୀୟ ବିଧାୟକ ପ୍ରିୟଦର୍ଶୀ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେବେ।

ଦେଶର ସବୁଠାରୁ ବଡ଼ ଏହି ସ୍ବଦେଶୀ ଉତ୍ପାଦନର ପ୍ରଦର୍ଶନୀ ଓ ବିକ୍ରୟ ମେଳାରେ ସମଗ୍ର ଦେଶରୁ ବଛାବଛା କମ୍ପାନି ଓ ସଂସ୍ଥା‌ମାନେ ଯୋଗ ଦେବେ। ଏଥିରେ ବିଭିନ୍ନ ପ୍ରକାରର ଗୃହୋପକରଣ, ଖାଉଟି ସାମଗ୍ରୀ, ଶୈକ୍ଷିକ ସାମଗ୍ରୀ, ସ୍ବଦେଶୀ ଯନ୍ତ୍ରପାତି, ଖାଦ୍ୟ ସାମଗ୍ରୀ ଆଦି ଉପଲବ୍ଧ ହେବ। ୧୦ଦିନ ବ୍ୟାପୀ ଚାଲିବାକୁ ଥିବା ଏହି ମେଳାର ପ୍ରତି ସଂଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ। ସ୍କୁଲ ଓ କଲେଜସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ମଧ୍ୟ କରାଯିବ। ମେଳାର ଶେଷ ଦିନରେ ଏକ ଚିତ୍ତାକର୍ଷକ ସ୍ବଦେଶୀ ସନ୍ଦେଶ ଯାତ୍ରା ସହର ପରିକ୍ରମା ହେବ। ତେଣୁ ଏହି ମେଳାକୁ ଭୁବନେଶ୍ବରବାସୀ ବହୁସଂଖ୍ୟାରେ ପରିଦର୍ଶନ କରିବାକୁ ମେଳାର ଅଧ୍ୟକ୍ଷ ଅଭୟ ସାମନ୍ତରାୟ, ଆବାହକ ଶିଶିର କୁମା‌ର ମିଶ୍ର, ପଟିଆ ଗ୍ରାମ୍ୟମଙ୍ଗଳ ସମିତିର ସଭ‌ାପତି ସନ୍ତୋଷ କୁମାର ମହାନ୍ତି, ରାଜ୍ୟ ସଂଗଠକ ନିର୍ମଳ ଚନ୍ଦ୍ର ଷଡ଼ଙ୍ଗୀ ଏବଂ ନଗର ସଂଯୋଜକ ବିଜୟ ରାଉତରାୟ ନିବେଦନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe