ସୃଷ୍ଟି ହେଲା ‘ସ୍ବାଧୀନତା ସଂଗ୍ରାମୀ ସ୍ମୃତିବନ’

ସୃଷ୍ଟି ହେଲା ‘ସ୍ବାଧୀନତା ସଂଗ୍ରାମୀ ସ୍ମୃତିବନ’

ବରଗଡ଼: ବରଗଡ଼ ସାମ୍ବାଦିକ ସଂଘ ଉଦ୍ୟମ ଏବଂ ଜିଲ୍ଲା ବନ ବିଭାଗ ସହଯୋଗରେ ବୈଷ୍ଣୋ ଦେବୀ ମନ୍ଦିର ନିକଟସ୍ଥ ଗୋବିନ୍ଦପୁର ସଂରକ୍ଷିତ ଜଙ୍ଗଲରେ ଜିଲ୍ଲାର ସ୍ବାଧୀନତା ସଂଗ୍ରାମୀଙ୍କ ସ୍ମୃତିକୁ ଉଦ୍‌ଜୀବିତ ଲକ୍ଷ୍ୟ ନେଇ ସ୍ମୃତିବନ ସୃଷ୍ଟି ହୋଇଛି। ପ୍ରାକ୍‌ ସ୍ବାଧୀନତା ଅମଳରୁ ସ୍ବାଧୀନତା ପ୍ରାପ୍ତି ଯାଏଁ  କାରାଦଣ୍ତାଦେଶ ବରଣ କରିଥିବା ସମସ୍ତ ୧୫୩ ଜଣ ସଂଗ୍ରାମୀଙ୍କ ଦାୟାଦମାନେ ଗାଁରୁ ଆଣିଥିବା ସଂଗ୍ରାମୀ ମାଟି ଦେଇ ବୃକ୍ଷ ରୋପଣ କରି ପୂର୍ବ ପୁରୁଷଙ୍କୁ ଉତ୍ସର୍ଗ କରିଥିଲେ। ସାମ୍ବାଦିକ ସଂଘର ସଭାପତି ଶଙ୍କର ବଲ୍ଲଭ ମିଶ୍ରଙ୍କ ଅଧ୍ୟକ୍ଷତା ଏବଂ ସମ୍ପାଦକ ପ୍ରେମାନନ୍ଦ ଖମାରୀଙ୍କ ସଂଯୋଜନାରେ ଆୟୋଜିତ ସଭାରେ ଜିଲ୍ଲାପାଳ ମୋନିଷା ବାନାର୍ଜୀ ମୁଖ୍ୟ ଅତିଥି, ଅତିଥି ଏସ୍‌ପି ସ୍ମିଥ ପି. ପରମାର, ସମ୍ମାନିତ ଅତିଥି ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ, ଏସିଏଫ୍‌ ରାଜେନ୍ଦ୍ର ଗୋଚ୍ଛାୟତ ସାମ୍ବାଦିକ ସଂଘର ନିଆରା ଉଦ୍ୟମକୁ ସାଧୁ ସ୍ବାଗତ କରିଥିଲେ।

ମୁଖ୍ୟବକ୍ତା ସଂଘର ପ୍ରାକ୍ତନ ସଭାପତି ତଥା ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ସଂଗ୍ରାମୀମାନଙ୍କ ଇତିବୃତ୍ତି ଉପରେ ସୂଚନା ରଖି ବୃକ୍ଷରୋପଣ ଭଳି ନିଆରା ଉଦ୍ୟମକୁ ସ୍ବାଗତ କରିଥିଲେ। କାର୍ଯ୍ୟକ୍ରମକୁ ସଂଘର ଉପସଭାପତି ବୀରେନ୍ଦ୍ର ପ୍ରଧାନ ସଂଯୋଜନା କରିଥିଲେ। ଘେଁସ, ପଦ୍ମପୁର, ଦେଉଲି, ଗସ୍ତଡ଼ିହି, ପାଇକମାଳ, ଭେେଡ଼ନ, ରେମଣ୍ତା, ପାଣିମୋରା, ଲଖନପୁର, ପାହାଡ଼ଶ୍ରୀଗିଡ଼ା, ଅତାବିରା, ବରପାଲି, ବରଗଡ଼ ଏବଂ ବିଭିନ୍ନ ଅ‌ଳର ସ୍ବାଧୀନତା ସଂଗ୍ରାମୀଙ୍କ ଦାୟାଦମାନେ ଉପସ୍ଥିତ ଥିଲେ।

publive-image

ପଶ୍ଚିମ ଓଡ଼ିଶା ସ୍ବାଧୀନତା ସଂଗ୍ରାମୀ ପରିଷଦର ସଭାପତି ପୂର୍ବତନ ମନ୍ତ୍ରୀ ପ୍ରକାଶଚନ୍ଦ୍ର ଦେବତା, ଡି. ମୁରଲି କ୍ରିଷ୍ଣା, ରାଜେଶ ଅଗ୍ରୱାଲ, ପିଡି କୃତ୍ତିବାସ ରାଉତ, ଉପଜିଲ୍ଲାପାଳ ଶୁଭେନ୍ଦ୍ର ସାମଲ, ଆରଏମସି ସମ୍ପାଦକ ସଦାକର କୁମ୍ଭାର, ସୂଚନା ଅଧିକାରୀ କଲ୍ୟାଣୀ ଦାଶ, ସଦର ଥାନାଧିକାରୀ ସ୍ବପ୍ନାରାଣୀ ଗୋଚ୍ଛାୟତ ଉପସ୍ଥିତ ଥିଲେ। ଇମ୍ପେରିଅଲ୍‌ କଲେଜ୍‌ ଚେୟାରମେନ ଦୀପକ ଗୋୟଲଙ୍କ ଉଦ୍ୟମରେ ଉକ୍ତ କାର୍ଯ୍ୟକ୍ରମରେ ସଂପୂର୍ଣ୍ଣ ପରିବେଶକୁ ସୁହାଇଲା ଭଳି ମାଟିର ଗ୍ଲାସ ଓ ମାଟିର ଚା’କପ୍‌ ଓ  ସିଆଲ ପତ୍ରର ଚକୁନିରେ ଖାଦ୍ୟ ଆଦି ପରସ‌ା ଯାଇଥିଲା। ଆଗାମୀ ଦିନରେ ଅନ୍ୟାନ୍ୟ ସ୍ବାଧୀନତା ସଂଗ୍ରାମୀ ଓ ବରପୁତ୍ରଙ୍କ ସ୍ମୃତିରେ ମଧ୍ୟ ବୃକ୍ଷରୋପଣ କରାଯିବ ବୋଲି ସାମ୍ବାଦିକ ସଂଘ ଘୋଷଣା କରିଛିା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe