ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଗିଳିଦେଲେ: ପୂର୍ଣ୍ଣକାଳୀନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିଯୁକ୍ତି ନୋହିଲା

Advertisment

ମହାପ୍ରଭୁଙ୍କ ସେବାରେ କୌଣସି ପ୍ରକାରର ବୁଝାମଣା ହେବ ନାହିଁ। ଶ୍ରୀମନ୍ଦିର ପାଇଁ ପୂର୍ଣ୍ଣକାଳୀନ ମୁଖ୍ୟ ପ୍ରଶାସକ ରହିବେ, ତାଙ୍କୁ ଅନ୍ୟ କୌଣସି ଦାୟିତ୍ବ ଦିଆଯିବ ନାହିଁ ବୋଲି  ୨୦୧୯ ନଭେମ୍ବର ୪ ତାରିଖରେ ସୁପ୍ରିମ୍‌କୋର୍ଟ ରାୟ ଦେଇଥିଲେ।

ମହାପ୍ରଭୁଙ୍କ ସେବାରେ କୌଣସି ପ୍ରକାରର ବୁଝାମଣା ହେବ ନାହିଁ। ଶ୍ରୀମନ୍ଦିର ପାଇଁ ପୂର୍ଣ୍ଣକାଳୀନ ମୁଖ୍ୟ ପ୍ରଶାସକ ରହିବେ, ତାଙ୍କୁ ଅନ୍ୟ କୌଣସି ଦାୟିତ୍ବ ଦିଆଯିବ ନାହିଁ ବୋଲି  ୨୦୧୯ ନଭେମ୍ବର ୪ ତାରିଖରେ ସୁପ୍ରିମ୍‌କୋର୍ଟ ରାୟ ଦେଇଥିଲେ।

jagannath temple-the financial express

ପୁରୀ: ମହାପ୍ରଭୁଙ୍କ ସେବାରେ କୌଣସି ପ୍ରକାରର ବୁଝାମଣା ହେବ ନାହିଁ। ଶ୍ରୀମନ୍ଦିର ପାଇଁ ପୂର୍ଣ୍ଣକାଳୀନ ମୁଖ୍ୟ ପ୍ରଶାସକ ରହିବେ, ତାଙ୍କୁ ଅନ୍ୟ କୌଣସି ଦାୟିତ୍ବ ଦିଆଯିବ ନାହିଁ ବୋଲି  ୨୦୧୯ ନଭେମ୍ବର ୪ ତାରିଖରେ ସୁପ୍ରିମ୍‌କୋର୍ଟ ରାୟ ଦେଇଥିଲେ। ଏହି ଆଦେଶ ପାଳନ କରୁ କରୁ ତତ୍କାଳୀନ ସରକାରଙ୍କୁ ୩ ବର୍ଷ ଲାଗିଥିଲା। ପ୍ରଥମ ପୂର୍ଣ୍ଣକାଳୀନ ମୁଖ୍ୟ ପ୍ରଶାସକ ଭାବରେ ରଞ୍ଜନ ଦାସ ୨୦୨୩ ମସିହା ଏପ୍ରିଲ୍‌ ୩୦ରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଯୋଗ ଦେଇଥିଲେ। ମାତ୍ର ତାଙ୍କ ନିଯୁକ୍ତି ବର୍ଷେ ବି ଗଲାନାହିଁ। ୨୦୨୪ ମସିହା ଫେବ୍ରୁଆରି ୧ ତାରିଖରେ ତାଙ୍କୁ ଅନ୍ୟତ୍ର ବଦଳି କରାଗଲା। ତା’ ପରଠାରୁ  ଶ୍ରୀମନ୍ଦିର ପାଇଁ ପୂର୍ଣ୍ଣକାଳୀନ ମୁଖ୍ୟ ପ୍ରଶାସକ ନିଯୁକ୍ତି ହୋଇନି। ଅତିରିକ୍ତ ଦାୟିତ୍ବ ଭାବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପଦବିରେ ନିଯୁକ୍ତି ଦିଆଯାଉଥିବାରୁ ଶ୍ରୀମନ୍ଦିର ନୀତିକାନ୍ତିରେ ଯେଉଁ ବିଶୃଙ୍ଖଳା ଦେଖାଦେଉଥିଲା, ଏବେ ପୁଣି ସେପରି ବିଶୃଙ୍ଖଳା ଲାଗିରହିଛି। ନୀତି ଶୃଙ୍ଖଳିତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନର ୪ ଜଣ ଅଧିକାରୀ ଅଛନ୍ତି। ଅବସର ପରେ ୩ ଜଣଙ୍କୁ ଦାୟିତ୍ବ ଦିଆଯାଇଥିବା ବେଳେ ଜଣେ ନିୟମିତ ନୀତି ପ୍ରଶାସକ ଅଛନ୍ତି। ହେଲେ ନୀତିରେ ସୁଧାର ଆସିପାରୁ ନାହିଁ। ଚଳିତ ବର୍ଷ ନୀତି ବାତିଲ ହେବା ଓ ରାତି ପହୁଡ଼ ନ ହେବାରେ ରେକର୍ଡ ହୋଇଛି। ଗତବର୍ଷ ଭୋଗ ଲାଗି ହୋଇ ନ ପାରିବାରୁ ଠାକୁରଙ୍କୁ ଓପାସ ରହିବାକୁ ପଡ଼ିଥିଲା।

ବଢ଼ୁଛି ନୀତି ବିଶୃଙ୍ଖଳା
ସମୟରେ ହେଉନି ମଙ୍ଗଳଆଳତି

ସେହିପରି ଶାସ୍ତ୍ର ଅନୁଯାୟୀ ମଙ୍ଗଳଆଳତି ସୂର୍ଯ୍ୟୋଦୟ ପୂର୍ବରୁ ହେବା କଥା। ପୂର୍ବରୁ ଏହି ନୀତି ସାଢ଼େ ୪ଟାରୁ ୫ଟା ମଧ୍ୟରେ ହେଉଥିଲା। କିନ୍ତୁ ଜୁଲାଇ ୧ ତାରିଖରୁ ଆଜି ପର୍ଯ୍ୟନ୍ତ ମଙ୍ଗଳଆଳତି ସମୟ ହାରାହାରି ସକାଳ ୭ଟା ୧୦ ମିନିଟ୍‌ରେ ହୋଇଛି। ଛାମୁ ଖୁଣ୍ଟିଆ ନିଯୋଗ ସଭାପତି ହଜୁରୀ କୃଷ୍ଣଚନ୍ଦ୍ର ଖୁଣ୍ଟିଆ କହିଛନ୍ତି, ସୂର୍ଯ୍ୟୋଦୟ ପରେ ମଙ୍ଗଳଆଳତି ହେଲେ ଅଘଟଣ ଘଟିବ। ମଙ୍ଗଳଆଳତି ସମୟରେ ଦିନେ ହେଲେ ପ୍ରଶାସକ ଉପସ୍ଥିତ ରହୁଥିବା ଦେଖାଯାଉନାହିଁ। ପୁରୀ ସହରରେ ଭିଟାମାଟି ସମସ୍ୟା ସମାଧାନ ହୋଇପାରୁ ନାହିଁ। ୪ ହଜାର ଆବେଦନ ପଡ଼ିରହିଛି। ମହାପ୍ରଭୁଙ୍କର ୨୨ ହଜାର ଏକର ଜମି ଠାବ ହୋଇପାରୁନି। ସମ୍ପୃକ୍ତ ତହସିଲ୍‌ଦାରମାନଙ୍କୁ ଚିଠି ଲେଖି ପ୍ରଶାସକ ବସି ଯାଇଛନ୍ତି। ବେଦାନ୍ତକୁ ବିକ୍ରି ହୋଇଥିବା ୬୦୭ ଏକର ଜମି ସୁପ୍ରିମକୋର୍ଟଙ୍କ ଆଦେଶ ସତ୍ତ୍ବେ ଫେରିପାରୁନି। ଏବେ ବି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରାଯାଇ ସବୁଠି ଗରା ଓ ଥାଳି ଥୁଆ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe