ଜଳେଶପଟ୍ଟା ଆଶ୍ରମରେ ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ଶ୍ରାଦ୍ଧବାର୍ଷିକୀ: ‘ତଦନ୍ତ କମିସନ୍‌ ରିପୋର୍ଟ ସାର୍ବଜନୀନ କର’

ଜଳେଶପଟ୍ଟା ଆଶ୍ରମରେ ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ଶ୍ରାଦ୍ଧବାର୍ଷିକୀ: ‘ତଦନ୍ତ କମିସନ୍‌ ରିପୋର୍ଟ ସାର୍ବଜନୀନ କର’

Firstpost

ତୁମୁଡ଼ିବନ୍ଧ : ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା ଘଟଣାକୁ ୧୪ବର୍ଷ ପୂରିଗଲାଣି। ତଦନ୍ତ କମିସନ ରିପୋର୍ଟ ସାର୍ବଜନୀନ ହୋଇ ନ ଥିବାବେଳେ ହତ୍ୟାକାରୀଙ୍କୁ ଧରିବାରେ ସରକାର ବିଫଳ ହୋଇଛନ୍ତି। ତେଣୁ, ତଦନ୍ତ ରିପୋର୍ଟକୁ ସାର୍ବଜନୀନ କରିବାପାଇଁ ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ଶ୍ରୀଦ୍ଧବାର୍ଷିକୀରେ ମତ ପ୍ରକାଶ ପାଇଛି।

ଗୁରୁବାର ଦିନ କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ୍ ଜଲେଶପଟ୍ଟା ଆଶ୍ରମରେ ପବିତ୍ର ଜନ୍ମାଷ୍ଟମୀ ଓ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ୧୪ତମ ଶ୍ରାଦ୍ଧବାର୍ଷିକ ପାଳିତ ହୋଇଯାଇଛି । ଆଶ୍ରମ ମୁଖ୍ୟ ସ୍ବାମୀ ଜୀବନ ମୁକ୍ତାନନ୍ଦ ପୁରୀ ସ୍ବମୀଜୀଙ୍କ ହତ୍ୟାକାଣ୍ଡ ଘଟଣାର ତଦନ୍ତ ରିପୋର୍ଟକୁ ସାର୍ବଜନୀନ କରିବାପାଇଁ ଦାବି କରିଥିଲେ। ବ୍ରହ୍ମଲୀନ ବେଦାନ୍ତ କେଶରୀ ଅଭିଯୋଗ କରିଥିଲେ ଯେ ହତ୍ୟାକାରୀଙ୍କ ଠାରୁ ଅଧିକ ଦୋଷୀ ଷଡ଼୍‌ଯନ୍ତ୍ରକାରୀ। ସେମାନେ ଖୋଲାଖୋଲି ବାହାରେ ବୁଲୁଛନ୍ତି । କମିସନ୍‌ ରିପୋର୍ଟ ପ୍ରଦାନ କରି ସାରିଛନ୍ତି। ମାତ୍ର, ତାହାକୁ ସାର୍ବଜନୀନ କରାଯାଉନାହିଁ। ରାଜ୍ୟ ସରକାରଙ୍କ ଏଥିପ୍ରତି ଆନ୍ତରିକତା ନାହିଁ। ଯେତେଦିନ ପର୍ଯ୍ୟନ୍ତ ସ୍ବାମୀଜୀଙ୍କ ହତ୍ୟାକାରୀଙ୍କୁ ଦଣ୍ଡ ନମିଳିଛି ଏବଂ କମିସନଙ୍କ ତଦନ୍ତ ରିପୋର୍ଟ ସାର୍ବଜନୀନ କରାଯାଇନି, ସେପର୍ଯ୍ୟନ୍ତ ଲଢ଼େଇ ଜାରି ରହିବ ବୋଲି ସେ କହିଥିଲେ। ସେହିଭଳି, ଆଗକୁ ଏହି ଆନ୍ଦୋଳନ ଆହୁରି ତୀବ୍ରରୂପ ଧାରଣ କରିବ ଏବଂ ଏହାର ପରିଣାମ ଭୟଙ୍କର ହେବ। ସେଥିପାଇଁ କେବଳ ରାଜ୍ୟ ସରକାର ହିଁ ସମ୍ପୂର୍ଣ୍ଣ ଦାୟୀ ରହିବେ ବୋଲି କହିଛନ୍ତି ବିଶ୍ବହିନ୍ଦୁ ପରିଷଦ ସଦସ୍ୟଙ୍କ ସମେତ ସମସ୍ତ ସାଧୁସନ୍ଥ ଓ ସ୍ବାମୀଜୀଙ୍କ ଶ୍ରଦ୍ଧାଳୁ।

ସୂଚନାଯୋଗ୍ୟ ଯେ, ଗତ ୨୦୦୮ ଅଗଷ୍ଟ ୨୩ ତାରିଖରେ କନ୍ଧମାଳ ଜିଲ୍ଲା ଜଲେଶପଟ୍ଟା ଆଶ୍ରମରେ ଜନ୍ମାଷ୍ଟମୀ ଉତ୍ସବ ଚାଲିଥିବା ବେଳେ ସ୍ବାମୀଜୀଙ୍କ ସମେତ ତାଙ୍କର ଚାରିଜଣ ଅନୁଗାମୀଙ୍କୁ ଅତି ନିର୍ମମ ଭାବେ କିଛି ଆତତାୟୀ ଆଶ୍ରମ ଭିତରେ ପଶି ଗୁଳି କରି ହତ୍ୟା କରିଥିଲେ। ସ୍ବାମୀଜୀଙ୍କ ହତ୍ୟା ଘଟଣାରେ ସେତେବେଳେ ସାରା ରାଜ୍ୟ ସ୍ତବ୍ଧ ହୋଇ ପଡ଼ିଥିଲା। ଏହାପରେ ସାରା ଜିଲ୍ଲା ଅଶାନ୍ତ ହେବା ସହ ଦଙ୍ଗା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିରେ ବହୁ ଧନଜୀବନ ନଷ୍ଟ ହେବା ସହ ବହୁ ଲୋକଙ୍କ ପ୍ରାଣହାନି ଘଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe