ସ୍ବାମୀ ନିଗମାନନ୍ଦ ସରସ୍ବତୀଙ୍କ ଉତ୍କଳ ପ୍ରାଦେଶିକ ଭକ୍ତ ସମ୍ମିଳନୀ: ମହିଳା ଅଧିବେଶନରେ ମାତୃ ଜାତିର ସମ୍ମାନ ଉପରେ ଗୁରୁତ୍ୱ

ସାଧୁସନ୍ଥ, ସନ୍ନ୍ୟାସୀ ଓ ଭକ୍ତଙ୍କ ମହାମିଳନ

ସ୍ବାମୀ ନିଗମାନନ୍ଦ ସରସ୍ବତୀଙ୍କ ଉତ୍କଳ ପ୍ରାଦେଶିକ ଭକ୍ତ ସମ୍ମିଳନୀ: ମହିଳା ଅଧିବେଶନରେ ମାତୃ ଜାତିର ସମ୍ମାନ ଉପରେ ଗୁରୁତ୍ୱ

ପଦ୍ମପୁର/ଗାଇସିଲାଟ୍‌: ଠାକୁର ନିଗମାନନ୍ଦ ସରସ୍ୱତୀ ଦେବଙ୍କ ୭୨ତମ ଉତ୍କଳ ପ୍ରାଦେଶିକ ଭକ୍ତ ସମ୍ମିଳନୀ ନୀଳାଚଳ ସାରସ୍ୱତ ସଂଘ ପୁରୀ, କେନ୍ଦ୍ର ଆସନ ବିରତୁଙ୍ଗଙ୍କ ତତ୍ତ୍ବାବଧାନରେ ବରଗଡ଼ ଜିଲ୍ଲା ମେଲଛାମୁଣ୍ଡା ଶାଖା ସଂଘଠାରେ ଅନୁଷ୍ଠିତ ଆଜି ଦ୍ବିତୀୟ ଦିବସରେ ସଂଘପ୍ରେମୀ, ସାଧୁ ସନ୍ନ୍ୟାସୀ, ଆଧ୍ୟାତ୍ମିକ ପ୍ରେମୀଙ୍କ ସମାବେଶରେ ଆଧ୍ୟାତ୍ମିକ ପରିବେଶ ଦେଖିବାକୁ ମିଳିଥିଲା। ଦ୍ବିତୀୟ ଦିନର ପ୍ରଥମ ଅଧିବେଶନ ସକାଳ ୫ ଘଟିକାରୁ ଆରମ୍ଭ ହୋଇ ସାଢ଼େ ୭ଟାରେ ସମାପ୍ତ ହୋଇଥିଲା।

ଏହି ଅବସରରେ ଆଜି ସଙ୍ଗୀତ ଗାନ, ସ୍ତୋତ୍ର ବନ୍ଦନା, ଆରତି, ଜୟଗୁରୁ ନାମ ସଂକୀର୍ତ୍ତନ ପରେ ମହିଳା ଅଧିବେଶନ ସକାଳ ୯ଟାରୁ ଆରମ୍ଭ ହୋଇ ଅପରାହ୍ନ ୧.୧୦ ମିନିଟ୍‌ରେ ଶେଷ ହୋଇଥିଲା। ନୀଳାଚଳ ସାରସ୍ବତ ସଂଘର ସଭାନେତ୍ରୀ ସୁଷମା ମା’ଙ୍କ ପରିଚାଳନାରେ ଅନୁଷ୍ଠିତ ସଭାରେ ସମ୍ମାନିତ ଅତିଥି ଭାବରେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା, ମୁଖ୍ୟ ବକ୍ତା ବରଗଡ଼ ମହିଳା ମହାବିଦ୍ୟାଳୟର ଅଧ୍ୟାପିକା ସଂଘମିତ୍ରା ମିଶ୍ର ଯୋଗ ଦେଇ ମାତୃ ଜାତିର ସମ୍ମାନ ଉପରେ ଗୁରୁତ୍ୱାରୋପ କରିବା ସହ ଆଦର୍ଶ ଗୃହସ୍ଥ ଜୀବନ କରି ସଂସାରକୁ ସୁଖମୟ କରିବା ସହିତ ସମାଜକୁ ଏକ ନୂତନ ଦିଗ୍‌ଦର୍ଶନ ଦେବାପାଇଁ ପରାମର୍ଶ ଦେଇଥିଲେ।

ସେହିପରି ଅପରାହ୍ନ ୪ଟାରେ ଅନୁଷ୍ଠିତ ସାଧାରଣ ସଭା କଟକ ଦୂରଦର୍ଶନର ପୂର୍ବତନ ନିର୍ଦେଶକ ଶାନ୍ତନୁ ରଥ ସଭାପତିତ୍ବ କରିଥିଲେ। ମୁଖ୍ୟବକ୍ତା ଭାବରେ ଶିକ୍ଷାବିତ୍‌ ଡ. କୃଷ୍ଣକେଶବ ଷଡ଼ଙ୍ଗୀ, ସୁବର୍ଣପୁରର ପୂର୍ବତନ ଆରକ୍ଷୀ ଅଧୀକ୍ଷକ ସୀତାରାମ ଶତପଥୀ ଓ ବରିଷ୍ଠ ଆଇନଜୀବୀ ବିଭୂତି ଭୂଷଣ ଚୌଧୁରୀ, ବିଶିଷ୍ଟ ଅତିଥି ଶ୍ରୀମଦ୍‌ ସ୍ୱାମୀ ଦିବ୍ୟାନନ୍ଦ ସରସ୍ବତୀ ମହାରାଜ ବ୍ରହ୍ମାନନ୍ଦ ସରସ୍ବତୀ, ସତ୍ୟ ପ୍ରଜ୍ଞାନନ୍ଦ ସରସ୍ବତୀ, ସ୍ବାମୀ ଜୟଦେବ ଭାରତୀ, ସମ୍ମାନୀୟ ବକ୍ତା ପଦ୍ମଶ୍ରୀ ହଳଧର ନାଗ, ସମ୍ମାନିତ ଅତିଥି ମନ୍ତ୍ରୀ ରୀତା ସାହୁ ପ୍ରମୁଖ ଯୋଗଦେଇ ଗୁରୁ ଶ୍ରୀମଦ ସ୍ୱାମୀ ନିଗମାନନ୍ଦଙ୍କ ଜୀବନୀ ଓ ତାଙ୍କର ଉପଦେଶ ବାଣୀ ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ପୁରୀ ନୀଳାଚଳ ସାରସ୍ବତ ସଂଘର ସଭାପତି ଗଗ‌ନେନ୍ଦ୍ର ମହାପାତ୍ର, ସଂପାଦକ ବ୍ରହ୍ମାନନ୍ଦ ବେହେରା, ସହ ସଂପାଦକ ନୃସିଂହ ଚରଣ ବଳ, କୋଷାଧ୍ୟକ୍ଷ ବସନ୍ତ ସ୍ବାଇଁ, ସଭ୍ୟ ବାଳକୃଷ୍ଣ ରାଉତ, ଯୁଧିଷ୍ଠିର ପରିଡ଼ା, ବ୍ରହ୍ମାନନ୍ଦ ସାହୁ, ବିଜୟ ବେହେରା, ସୁଧୀର ଲେଙ୍କା, ବିଭୁଦତ୍ତ ଲେଙ୍କା, ସାଲେପାଲି ସରପଞ୍ଚ ଚୈତନ୍ୟ ବେହେରା, ମେଲଛାମୁଣ୍ଡା ସରପଞ୍ଚ ପ୍ରତ୍ୟୁଷ ରଞ୍ଜନ ଭୋଇ ଉପସ୍ଥିତ ରହି ସମ୍ମିଳନୀକୁ ସୂଚାରୁରୂପେ ତୁଲାଇବା ପାଇଁ ପ୍ରୟାସ ଜାରି ରଖିଥିଲେ। ପୂଜକ ଗୋବର୍ଦ୍ଧନ ଭାଇ ପୂଜା କାର୍ଯ୍ୟ ପରିଚାଳନା ଓ ମୀନ ଭାଇ ଓ ମନୁ ଭାଇ ସଂଗୀତ ପରିବେଷଣ କରିଥିଲେ। ଏହି ଅବସରରେ ଭକ୍ତମାନଙ୍କ ମନୋରଂଜନ ପାଇଁ ରାତି ସାଢ଼େ ୧୦ଟା‌ରୁ ଆନନ୍ଦ ସଭା ପରିବେଷଣ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe