ନୂଆଦିଲ୍ଲୀ ପ୍ୟାରେଡରେ ଭାଗନେବେ ସ୍ବରାଜ

Advertisment
ନୂଆଦିଲ୍ଲୀ ପ୍ୟାରେଡରେ ଭାଗନେବେ ସ୍ବରାଜ

ବ୍ରହ୍ମପୁର : ମଙ୍ଗଳବାର ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ପ୍ୟାରେଡ୍‌ରେ ବ୍ରହ୍ମପୁରର ସ୍ବରାଜ ମହାନ୍ତି ପ୍ରତିନିଧିତ୍ବ କରିବେ। ସେ ରାମନାରାୟଣ କଲେଜର ଛାତ୍ର ହୋଇଥିବା ବେଳେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟଏନ୍‌ଏସ୍‌ଏସ୍‌ ବ୍ୟୁରୋର ଜଣେ ସ୍ବେଚ୍ଛାସେବୀ। ଚଳିତମାସ ପହିଲାରୁ ଆରମ୍ଭ ହୋଇଥିବା ସାଧାରଣତନ୍ତ୍ର ପ୍ୟାରେଡ୍‌ ଅଭ୍ୟାସ ଶିବିରରେ ଓଡ଼ିଶାର ୮ଜଣ ସ୍ବେଚ୍ଛାସେବୀ ଭାଗନେଇଥିବା ବେଳେ ସ୍ବରାଜ ଅନ୍ୟତମ। ୭୩ତମ ଜନରାଜ୍ୟ ଦିବସ ପାଳନ ଅବସରରେ ରାଜପଥରେ ପ୍ୟାରେଡ୍‌ କରିବା ସହ ମହାମହିମ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଉପରାଷ୍ଟ୍ରପତିଙ୍କ ଦ୍ବାରା ସମ୍ବର୍ଦ୍ଧିତ ହେବେ। ମହାବିଦ୍ୟାଳୟ ଅଧ୍ୟକ୍ଷ ଡ.ପିନାକୀ ମହାନ୍ତି, ଏନ୍‌ଏସ୍‌ଏସ୍‌ ଅଧିକାରୀ ଡ.ରାଜେଶ ପଶୁପାଳକ, ସୁରେଶ ସାମନ୍ତରାୟ, କାର୍ଯ୍ୟକ୍ରମ ସଂଯୋଜକ ଡାଧ୍ରୁବଚରଣ ପଣ୍ଡା, ପୂର୍ବତନ ସଂଯୋଜକ ଡ.ସଦାନନ୍ଦ ନାୟକ, ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ସ୍ବର୍ଣ୍ଣଲତା ପଟ୍ଟନାୟକ ପ୍ରମୁଖ ତାଙ୍କ ସଫଳତା କାମନା କରି ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe