ସ୍ବର୍ଗଦ୍ବାରରେ ଘସିରେ ହେବ ଶବଦାହ: ଘସିରେ କିପରି ଶବଦାହ ହେବ ସେନେଇ ଦ୍ବନ୍ଦ୍ବ

Advertisment

ସ୍ୱର୍ଗଦ୍ୱାରରେ ଏଣିକି କାଠ ବଦଳରେ ଗୋବର ଘସିରେ ଶବ ଦାହ ହେବ। ଏନେଇ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତ ହେଉଛି ବୋଲି ବିଭାଗୀୟ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି।

ସ୍ୱର୍ଗଦ୍ୱାରରେ ଏଣିକି କାଠ ବଦଳରେ ଗୋବର ଘସିରେ ଶବ ଦାହ ହେବ। ଏନେଇ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତ ହେଉଛି ବୋଲି ବିଭାଗୀୟ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି।

ଜିଲ୍ଲା ବାହାର ଲୋକଙ୍କୁ ସ୍ୱର୍ଗଦ୍ୱା‌ର ମନା ପ୍ରସଂଗ : ଜିଲ୍ଲାପାଳଙ୍କ ବିଜ୍ଞପ୍ତିକୁ ହାଇକୋର୍ଟରେ ଚାଲେଞ୍ଜ

ଭୁବନେଶ୍ବର: ସ୍ୱର୍ଗଦ୍ୱାରରେ ଏଣିକି କାଠ ବଦଳରେ ଗୋବର ଘସିରେ ଶବ ଦାହ ହେବ। ଏନେଇ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତ ହେଉଛି ବୋଲି ବିଭାଗୀୟ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି। ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି ଯେ ହିନ୍ଦୁ ଶାସ୍ତ୍ର ଅନୁଯାୟୀ ଗୋବରକୁ ଶବ ଦାହରେ ବ୍ୟବହାର କରାଯିବ। ଏନେଇ ସ୍ୱର୍ଗଦ୍ୱାର କମିଟି, ବିଭିନ୍ନ ସାମାଜିକ ଅନୁଷ୍ଠାନ, ଗୋଶାଳା କରିଥିବା ବ୍ୟକ୍ତିଙ୍କ ସହ ଆଲୋଚନା କରାଯିବ। ଖୁବ ଶୀଘ୍ର ବିଚାର ବିମର୍ଶ କରି ପଦକ୍ଷେପ ନିଆଯିବ। ଏନେଇ ପ୍ରାରମ୍ଭିକ ଆଲୋଚନା ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ ସୂଚନା ଦେଇଛନ୍ତି।

ଏହାସହ ମନ୍ତ୍ରୀ କହିଛନ୍ତି ଯେ ଗୋମାତା ସୁରକ୍ଷା ଓ ଗୋଶାଳା ବୃଦ୍ଧିକୁ ସରକାର ଗୁରୁତ୍ୱ ଦେଉଛନ୍ତି। ତେଣୁ ଗୋସୁରକ୍ଷା, ଗୋମୁତ୍ର ଓ ଗୋବରର ସଦୁପଯୋଗ କ୍ଷେତ୍ରରେ ବିଚାରବିମର୍ଶ ପାଇଁ ଏକ କମିଟି ଗଠନ ହେବ। ଉପମୁଖ୍ୟମନ୍ତ୍ରୀ କେ ଭି ସିଂହଦେଓଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ ହେବ। ଏଥିରେ ୫ ଜଣ ମନ୍ତ୍ରୀ ଓ ୫ ଜଣ ସଚିବ ସଦସ୍ୟ ରହିବେ। ଗୋମାତା ସୁରକ୍ଷା, ଗୋଶାଳା ବୃଦ୍ଧି, ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ସରକାର ‘କାମଧେନୁ’ ଯୋଜନା ଆରମ୍ଭ କରିଛନ୍ତି। ତେଣୁ ଶବଦାହ ପାଇଁ ଗୋବର ଘସି ମିଳିବାରେ ବିଶେଷ ସମସ୍ୟା ହେବନି। 
ଅପରପକ୍ଷେ ହିନ୍ଦୁ ପରମ୍ପରା ଅନୁଯାୟୀ ଉଭୟ କାଠ ଓ ଗୋବର ଘସିରେ ଶବଦାହ ହେଉଥିବା ବେଳେ ରାଜ୍ୟ ସରକାର କେବଳ ଘସିରେ କିପରି ଶବଦାହ କରିବେ ସେନେଇ ଦ୍ବନ୍ଦ୍ବ ଉପୁଜିଛି।

ଶବକୁ ଜୁଇରେ ସସମ୍ମାନେ ଶୁଆଇ ଅଗ୍ନିଦାହ କରିବା ପାଇଁ କାଠ ନିତାନ୍ତ ଆବଶ୍ୟକ। କେବଳ ଏତିକି ନୁହେଁ, ଯେଉଁମାନେ ନିଜେ ଶବଦାହ କରିବାକୁ ଚାହିଁବେ ସେମାନେ ଘସିରେ ଶବଦାହ କରିପାରିବେ ତ! ଗୋଟିଏ ଶବ ଦାହ ପାଇଁ ପ୍ରାୟ ଦୁଇରୁ ଅଢ଼େଇ କ୍ବିଣ୍ଟାଲ କାଠ ଦରକାର ପଡ଼ୁଥିବାବେଳେ ଏହି କ୍ଷେତ୍ରରେ କେତେ ଘସି ଆବଶ୍ୟକ ହେବ ସେନେଇ କିଛି ଆକଳନ କରାଯାଇଛି ତ! ସ୍ବର୍ଗଦ୍ବାରରେ ଦୈନିକ ପ୍ରାୟ ୬୦ଟି ଶବଦାହ ହେଉଥିବାବେଳେ ଏଥିପାଇଁ ‌ମାସକୁ କେତେ କ୍ବିଣ୍ଟାଲ ଘସି ଆବଶ୍ୟକ, ବର୍ଷା ହେଲେ ଏହାକୁ କିପରି ସୁରକ୍ଷିତ ରଖାଯିବ ସେନେଇ ସରକାରଙ୍କୁ ବଡ଼ ଯୋଜନା କରିବାକୁ ପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe