ସ୍ୱର୍ଗଦ୍ୱାର ୱେବ୍‌ସାଇଟ୍‌ର ଶୁଭାରମ୍ଭ: ତିନିଟି ଭାଷାରେ ମିଳିବ ସୂଚନା

Advertisment
ସ୍ବର୍ଗଦ୍ବାରରେ ଶବଦାହ ପାଇଁ ମିଳୁନି ଘିଅ, ବାହାରୁ ଚଢ଼ାଦରରେ କିଣୁଛନ୍ତି ଆତ୍ମୀୟସ୍ବଜନ

ପୁରୀ: କାଳୀପୂଜା ଅବସରରେ ସ୍ୱର୍ଗଦ୍ୱାର ସେବା ସମିତି ପକ୍ଷରୁ ସ୍ୱର୍ଗଦ୍ୱାରର ନୂଆ ୱେବସାଇଟ୍‌ ସ୍ୱର୍ଗଦ୍ୱାର ଡଟ୍ କମ୍ (swargadwar.com )କୁ ଲୋକାର୍ପିତ ହୋଇଯାଇଛି। ଏହି ୱେବସାଇଟ୍‌ରେ ଓଡ଼ିଆ, ହିନ୍ଦୀ ଓ ଇଂରାଜୀ, ଏଭଳି ତିନିଟି ଭାଷାରେ ସ୍ବର୍ଗଦ୍ବାର ସମ୍ପର୍କିତ ତଥ୍ୟ ଉପଲବ୍ଧ ରହିଛି। ଏହି ୱେବ୍ ସାଇଟ୍ ମାଧ୍ୟମରେ ସ୍ୱର୍ଗଦ୍ୱାରଠାରେ ସଂସ୍କାର ସେବା ନେବାକୁ ଚାହୁଥିବା ବ୍ୟକ୍ତିମାନେ ଆବଶ୍ୟକ ତଥ୍ୟ ଅପ୍‌ଲୋଡ୍‌ କରି ବିଭିନ୍ନ ସେବା ପାଇ ପାରିବେ। ବର୍ତ୍ତମାନ ପରୀକ୍ଷାମୂଳକ ଭାବେ ଏହି ୱେବସାଇଟ୍‌ର ଶୁଭାରମ୍ଭ କରାଯାଇଛି। ଆବଶ୍ୟକ ଅନୁଯାୟୀ ଏଥିରେ ପରିବର୍ତ୍ତନ କରାଯିବ ବୋଲି ସ୍ୱର୍ଗଦ୍ୱାର ସେବା ସମିତି ଆବାହକ ସମ୍ପାଦକ ତଥା ଉପଜିଲ୍ଲାପାଳ ଭବତାରଣ ସାହୁ କହିଛନ୍ତି। ଖୁବଶୀଘ୍ର ସ୍ୱର୍ଗଦ୍ୱାର ଆପ‌୍ ବି ପ୍ଲେ-ଷ୍ଟୋର୍‌ ମାଧ୍ୟମରେ ଉପଲବ୍ଧ ହେବ ବୋଲି ଶ୍ରୀ ସାହୁ ସୂଚନା ଦେଇଥିଲେ।

କାର୍ଯ୍ୟକ୍ରମକୁ ସ୍ୱର୍ଗଦ୍ୱାର ପରିଚାଳନା କମିଟି ସଦସ୍ୟ ସିଦ୍ଧାର୍ଥ ରାୟ ପରିଚାଳନା କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, କଟକୀ ମଠ ମହନ୍ତ ବିଜୟ ରାମାନୁଜ ଦାସ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ସ୍ୱର୍ଗଦ୍ୱାର ସେବକମାନଙ୍କୁ ନୂତନ ପୋଷାକ ବିତରଣ ସହ ବାର୍ଷିକ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା। ସେବା ସମିତି ତରଫରୁ ଦୀନବନ୍ଧୁ ନାୟକ, ସୁକାନ୍ତ ମୁଖି, ୱେବ୍ ଡିଜାଇନର ରାଜେଶ କୁମାର ନନ୍ଦଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ୪ଜଣ ସଂସ୍କାର ସେବକମାନଙ୍କୁ ୧୦ହଜାର ଟଙ୍କା ଲେଖାଏଁ ବିବାହ ଓ ମୃତ୍ୟୁକାଳୀନ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ସ୍ୱର୍ଗଦ୍ୱାର ମୁଖ୍ୟ ସେବକ ବ୍ରଜକିଶୋର ସାହୁ, କନିଷ୍ଠ ସେବକ ସନ୍ତୋଷ ଶେଖର ମହାନ୍ତି, ରାଜେନ୍ଦ୍ର କୁମାର ଦାସ, ବିଶ୍ୱନାଥ ହରିଚନ୍ଦନ, ସୁମନ୍ତ କୁମାର ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe