ଜିଲ୍ଲା ବାହାର ଲୋକଙ୍କୁ ପୁରୀ ସ୍ୱର୍ଗଦ୍ୱା‌ର ମନା ମାମଲା : କୋଭିଡ୍ ସଂକ୍ରମଣକୁ ଦେଖି ନିଷ୍ପତ୍ତି ନିଆଯାଇଛି: ଜିଲ୍ଲାପାଳ

Advertisment
ଖୋଲିବ ସ୍ୱର୍ଗଦ୍ୱାର ଜମି ଦୁର୍ନୀତି ପେଡ଼ି, ଜାଲରେ ପଡ଼ିବେ ପ୍ରଭାବଶାଳୀ

Odisha Bytes

କଟକ : ପୁରୀ ସ୍ୱର୍ଗଦ୍ୱା‌ରରେ ଶବସତ୍କାର ସ୍ଥାନ ସୀମିତ। ସ୍ବର୍ଗଦ୍ବାରକୁ ପ୍ରତିଦିନ ବହୁ ସଂଖ୍ୟାରେ ଲୋକମାନେ ଆତ୍ମୀୟଙ୍କ ଅନ୍ତିମ ସଂସ୍କାର ପାଇଁ ଆସିଥା’ନ୍ତି। ଗୋଟିଏ ସମୟରେ ପୂର୍ବଭଳି ଏକାଧିକ ପରିବାର ଶବ ସତ୍କାର ପାଇଁ ପହଞ୍ଚିଲେ ସେଠାରେ ସାମାଜିକ ଦୂରତା ରଖିବା ଅଥବା କୋଭିଡ-୧୯ ନିୟମ ପାଳନ କରିବା ସମ୍ଭବ ହେବ ନାହିଁ। ତେଣୁ ପୁରୀ ସ୍ବର୍ଗଦ୍ବାରରେ ବାହାର ରାଜ୍ୟ ଓ ଜିଲ୍ଲାର ଲୋକଙ୍କ ଶବ ସତ୍କାର ଉପରେ କଟକଣା ଜାରି କରାଯାଇଛି। ଏଠାରେ କିନ୍ତୁ ପୁରୀ ଲୋକଙ୍କୁ ଶବ ସତ୍କାର ପାଇଁ ଅନୁମତି ରହିଛି ବୋଲି ହାଇକୋର୍ଟରେ ଜବାବ ଦାଖଲ କରିଛନ୍ତି ପୁରୀ ଜିଲ୍ଲାପାଳ।

ଏପ୍ରକାର କଟକଣାକୁ ବିରୋଧ କରି ହାଇକୋର୍ଟରେ ରୁଜୁ ହୋଇଥିବା ମାମଲାରେ ପୁରୀ ଜିଲ୍ଲାପାଳଙ୍କୁ ଜବାବ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାପାଳଙ୍କ ଜବାବ ଦାଖଲ ପରେ ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଡକ୍ଟର ଜଷ୍ଟିସ୍ ବି.ଆର.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ଦୁଇ ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୮କୁ ଧାର୍ଯ୍ୟ କରିଛନ୍ତି।

ପ୍ରକାଶଥାଉକି, ହରିହର ମିଶ୍ର ଓ ସଂଜୀବ କୁମାର ଚିନ୍ନାରାଙ୍କ ପକ୍ଷରୁ ଦୁଇଟି ପୃଥକ ଜନସ୍ବାର୍ଥ ମାମଲା ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଡ. ଅଶୋକ କୁମାର ମହାପାତ୍ର ଓ ଆଇନଜୀବୀ ରଂଜନ କୁମାର ରାଉତ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe