ସ୍ବର୍ଗଦ୍ବାରରେ ଶବକୁ ଅସମ୍ମାନ ନେଇ ଗର୍ଜିଲେ ସାଲୁଜା

Advertisment

ପ୍ରଭାବଶାଳୀ ମାଡି ବସିଛନ୍ତି ସ୍ବର୍ଗଦ୍ବାର ଜମି, ଜବରଦଖଲକାରୀଙ୍କୁ ମୁକ୍ତ କରିବା ଲାଗି ଦାବି କଲେ

ପ୍ରଭାବଶାଳୀ ମାଡି ବସିଛନ୍ତି ସ୍ବର୍ଗଦ୍ବାର ଜମି, ଜବରଦଖଲକାରୀଙ୍କୁ ମୁକ୍ତ କରିବା ଲାଗି ଦାବି କଲେ

ବାହାର ଜିଲ୍ଲା ଲୋକଙ୍କୁ ସ୍ୱର୍ଗଦ୍ୱାର ମନା

ଭୁବନେଶ୍ବର : ସ୍ବର୍ଗଦ୍ବାରରେ ଶବକୁ ଅସମ୍ମାନ ପ୍ରସଙ୍ଗ ନେଇ ଆଜି ବିଧାନସଭାରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଆଜି ଶୂନ୍ୟକାଳରେ ଏକ ବୈଧାନିକ ପ୍ରଶ୍ନ ଉତ୍‌ଥାପନ ଛଳରେ ଶ୍ରୀ ସାଲୁଜା ସିଧା ସରକାରଙ୍କୁ ଟାର୍ଗେଟ କରିଥିଲେ।

ସେ କହିଥିଲେ, ସ୍ବର୍ଗଦ୍ବାରରେ ଏବେ ଶବମାନେ ଧାଡି କରି ରହୁଛନ୍ତି। ଏହାଠାରୁ ଦୁର୍ଭାଗ୍ୟଜନକ ଘଟଣା ଆଉ କିଛି ହୋଇନପାରେ। ଶବ ଦାହ ପାଇଁ ଶହ ଶହ ଲୋକ ଧାଡିରେ ରହିବେ? ଗାଡି ଘୋଡା ରଖିବା ପାଇଁ ବି ଜାଗା ନାହିଁ।

ପ୍ରଭାବଶାଳୀ ଲୋକମାନେ ସ୍ବର୍ଗଦ୍ବାର ପାଇଁ ଉଦ୍ଦିଷ୍ଟ ଜମିକୁ ଜୋର ଜବରଦସ୍ତ ମାଡ଼ି ବସିଛନ୍ତି। ସେମାନଙ୍କୁ କାହିଁକି ଉଚ୍ଛେଦ କରାଯିବ ନାହିଁ? କାହିଁକି ସେ ଜମି ଫେରସ୍ତ ଅଣାଯିବନାହିଁ। ମାତ୍ର ୪୬ ଡିସିମିଲି ଜମି ଅଛି। ବାକି ଜମି ଏହି ପ୍ରଭାବଶାଳୀ ଲୋକମାନଙ୍କ ଦଖଲରେ ରହିଛି। ଦିନକୁ ୭୦ରୁ ୮୦ ଶବ ଏଠାରେ ଦାହ କରାଯାଇଥାଏ। ଏହାକୁ ପୁଣ୍ୟଭୂମି ଭାବେ ଲୋକେ ବିଚାର କରିଥାନ୍ତି। ଏଠାରେ ଯଦି ଶବକୁ ଅସମ୍ମାନ କରାଯିବ, ତେବେ ସମ୍ମାନ ମିଳିବ କେଉଁଠି?

ଏବେ ସେଠାରେ ସ୍ଥିତି ଏମିତି ଯେ ଶବକୁ ବାହାରେ ଲାଇନ୍ କରି ରଖାଯାଉଛି। ସରକାର ତୁରନ୍ତ ସ୍ବର୍ଗଦ୍ବାରକୁ ଜବରଦଖଲ ମୁକ୍ତ କରିବା ଲାଗି ସେ ଦାବି କରିଥିଲେ। ଉଲ୍ଲେଖଯୋଗ୍ୟ, ଆଜି ସମ୍ବାଦର ପୁରୀ ସଂସ୍କରଣରେ ଏ ସଂପର୍କରେ ଏକ ବିସ୍ତୃତ ଖବର ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe